Browsing Category

ମୁଖ୍ୟ ଖବର

ଭାରତୀୟ ଜନତା ପାର୍ଟି ପକ୍ଷରୁ ଡାଗୁବତୀ ପୁରନ୍ଦେଶ୍ୱରୀଙ୍କୁ ଓଡ଼ିଶା ପ୍ରଭାରୀ ଭାବେ ନିଯୁକ୍ତ

ଭାରତୀୟ ଜନତା ପାର୍ଟି ପକ୍ଷରୁ ଡାଗୁବତୀ ପୁରନ୍ଦେଶ୍ୱରୀଙ୍କୁ ଓଡ଼ିଶା ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି । ସେ ଅରୁଣ ସିଂହଙ୍କ ସ୍ଥାନରେ ଦାୟିତ୍ୱ ଗ୍ରହଣ କରିବେ । ଓଡ଼ିଶା ସହିତ ତାଙ୍କୁ ମଧ୍ୟ ଛତିଶଗଡର ପ୍ରଭାରୀ ଦାୟିତ୍ୱ ଦିଆଯାଇଛି । ସେହିପରି ଓଡ଼ିଶାର ଦୁଇ ବରିଷ୍ଠ ନେତା ବୈଜୟନ୍ତ…

ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଉଥିବାବେଳେ ଆରୋଗ୍ୟ ସଂଖ୍ୟା ବୃଦ୍ଧି

ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଉଥିବାବେଳେ ଆରୋଗ୍ୟ ସଂଖ୍ୟା ବୃଦ୍ଧି ପାଉଥିବା ପରିଲକ୍ଷିତ ହେଉଛି । ଗତକାଲି ୧ହଜାର ୫୦୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେବା ପରେ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୨ଲକ୍ଷ ୯୫ହଜାର ୨୪୫କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ…

ରାଜ୍ୟର କଟକ, ଭୁବନେଶ୍ୱର, ବ୍ରହ୍ମପୁର ଓ ସମ୍ବଲପୁର ମହାନଗର ନିଗମରେ ୪ଟି ବାଣିଜ୍ୟିକ କୋର୍ଟ ପ୍ରତିଷ୍ଠା ହେବ

ଭୁବନେଶ୍ୱର - #odisha ରାଜ୍ୟର କଟକ, ଭୁବନେଶ୍ୱର, ବ୍ରହ୍ମପୁର ଓ ସମ୍ବଲପୁର ମହାନଗର ନିଗମରେ ୪ଟି ବାଣିଜ୍ୟିକ କୋର୍ଟ ପ୍ରତିଷ୍ଠା କରାଯିବ । ଓଡ଼ିଶା ହାଇକୋର୍ଟଙ୍କ ସୁପାରିଶ ଏବଂ ପରାମର୍ଶ କ୍ରମେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ୪ଟି ବାଣିଜ୍ୟିକ କୋର୍ଟ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି…

ଅଲ୍‍ଇଣ୍ଡିଆ ସୈନିକ ସ୍କୁଲ ପ୍ରବେଶିକା ପରୀକ୍ଷା ୨୦୨୧ ଜାନୁଆରୀ ୧୦ତାରିଖରେ ଅନୁଷ୍ଠିତ ହେବ

ନୂଆଦିଲ୍ଲୀ -୨୦୨୧ ବର୍ଷ ପାଇଁ ଅଲ୍‍ଇଣ୍ଡିଆ ସୈନିକ ସ୍କୁଲ ପ୍ରବେଶିକା ପରୀକ୍ଷା ୨୦୨୧ ଜାନୁଆରୀ ୧୦ତାରିଖରେ ଅନୁଷ୍ଠିତ ହେବ ବୋଲି ସୈନିକ ସ୍କୁଲ ଭୁବନେଶ୍ୱରର ଅଧ୍ୟକ୍ଷ ସୂଚନା ଦେଇଛନ୍ତି। ଚଳିତବର୍ଷ ପ୍ରତିରକ୍ଷା ମନ୍ତ୍ରଣାଳୟ ସୈନିକ ସ୍କୁଲ ସୋସାଇଟି ପକ୍ଷରୁ ଏନ୍‍ଟିଏ ଏହି ପରୀକ୍ଷା ଆୟୋଜନ…

ଓଡିଶାରେ ସ୍ୱାସ୍ଥ୍ୟକର୍ମୀ ଓ ଅଙ୍ଗନବାଡ଼ି କର୍ମୀଙ୍କୁ ପ୍ରଥମ ପର୍ଯ୍ୟାୟରେ କରୋନା ଟୀକା ଦିଆଯିବ- ଡାଟାବେସ ପ୍ରସ୍ତୁତ…

ଭୁବନେଶ୍ୱର - କରୋନା ମହାମାରୀକୁ ପ୍ରତିହତ କରିବାଲାଗି ଖୁବ୍‍ ଶୀଘ୍ର କରୋନା ଟୀକା ଓଡ଼ିଶାକୁ ଆସିବାକୁ ଥିବାରୁ ରାଜ୍ୟସରକାର ଏଥି ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ରାଜ୍ୟରେ କାର୍ଯ୍ୟରତ ଆଗଧାଡ଼ିର ଯୋଦ୍ଧାଙ୍କୁ ପ୍ରଥମେ ଟୀକା ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ସ୍ୱାସ୍ଥ୍ୟକର୍ମୀ ଓ…

ଓଡ଼ିଶାର ପୂର୍ବତନ ବାଚସ୍ପତି ଶରତ କର – ପରଲୋକ

ଓଡ଼ିଶାର ପୂର୍ବତନ ବାଚସ୍ପତି ଶରତ କରଙ୍କର ୮୧ ବର୍ଷ ବୟସରେ ପରଲୋକ ଘଟିଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‍ରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ତାଙ୍କର ପରଲୋକ ଘଟିଛି ବୋଲି ତାଙ୍କ ପୁଅ ସୁମନ୍‍ କର ସୂଚନା ଦେଇଛନ୍ତି । କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍‍ ଅଡମ-ମହେଶପୁର ଗାଁରେ ୧୯୩୯ ମସିହା…

ଆଗକୁ ପାର୍ବଣ ଋତୁ ଥିବାରୁ କୋଭିଡ୍‌ ନିୟମ କଡାକଡି ଭାବେ ପାଳନ କରିବା ପାଇଁ ନିର୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - କୋଭିଡ୍‍ ଯୋଦ୍ଧାଙ୍କ ପରିବାରକୁ ସହାୟତା କରୋନା ସଂକ୍ରମଣରେ ପ୍ରାଣ ହରାଇଥିବା କୋଭିଡ୍‍ ଯୋଦ୍ଧାଙ୍କ ପରିବାରକୁ ରାଜ୍ୟ ସରକାର ସହାୟତା ରାଶି ଯୋଗାଇ ଦେବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଭିଡ଼ିଓ କନ୍‍ଫରେନ୍ସିଂ ରାଜ୍ୟରେ କୋଭିଡ୍‍ ପରିଚାଳନା ସମ୍ପର୍କରେ…

ରାଜ୍ୟର ଏହି ଅଞ୍ଚଳରେ ଲଘୁଚାପ ଯୋଗୁଁ ବର୍ଷା ସମ୍ଭାବନା

ଭୁବନେଶ୍ୱର - ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଓ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପକୂଳରେ ସୃଷ୍ଟ ଲଘୁଚାପ ସକ୍ରିୟ ହୋଇ ଦକ୍ଷିଣ-ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି ବୋଲି ଭୁନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏହାର ପ୍ରଭାବରେ ଆସନ୍ତା…

କରୋନାରୁ ଆରୋଗ୍ୟ ଲାଭ କରିଥିବା ଲୋକଙ୍କପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ ନୂଆ ମାର୍ଗଦର୍ଶିକା ଜାରି

ନୂଆଦିଲ୍ଲୀ - କରୋନାରୁ ଆରୋଗ୍ୟ ଲାଭ କରିଥିବା ଲୋକଙ୍କପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ ନୂଆ ମାର୍ଗଦର୍ଶିକା ଜାରି କରାଯାଇଛି । ପ୍ରତ୍ୟେକ ଦିନ ହାଲୁକା ବ୍ୟାୟାମ କରିବା ସହ ସାମର୍ଥ୍ୟ ଅନୁଯାୟୀ ଯୋଗାସନ, ପ୍ରାଣାୟାମ ତଥା ଧ୍ୟାନ କରିବା, ସକାଳେ ଏବଂ ସନ୍ଧ୍ୟା ସମୟରେ ତଟକା ଖାଦ୍ୟ…

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦେଢଲକ୍ଷ ପାର

ଭୁବନେଶ୍ୱର -ରାଜ୍ୟରେ ରବିବାର ସୁ୍ଦ୍ଧା ଆଉ ୩ ହଜାର ୯୧୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୫୦ ହଜାର ୮୦୭ରେ ପହଞ୍ଚିଛି । ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୨ ହଜାର ୩୪୮ ଜଣ ସଙ୍ଗରୋଧ କେନ୍ଦ୍ରର ହୋଇଥିବାବେଳେ ୧ ହଜାର ୫୬୫ ଜଣ ସ୍ଥାନୀୟ…