ଅଲ୍ଇଣ୍ଡିଆ ସୈନିକ ସ୍କୁଲ ପ୍ରବେଶିକା ପରୀକ୍ଷା ୨୦୨୧ ଜାନୁଆରୀ ୧୦ତାରିଖରେ ଅନୁଷ୍ଠିତ ହେବ
ନୂଆଦିଲ୍ଲୀ -୨୦୨୧ ବର୍ଷ ପାଇଁ ଅଲ୍ଇଣ୍ଡିଆ ସୈନିକ ସ୍କୁଲ ପ୍ରବେଶିକା ପରୀକ୍ଷା ୨୦୨୧ ଜାନୁଆରୀ ୧୦ତାରିଖରେ ଅନୁଷ୍ଠିତ ହେବ ବୋଲି ସୈନିକ ସ୍କୁଲ ଭୁବନେଶ୍ୱରର ଅଧ୍ୟକ୍ଷ ସୂଚନା ଦେଇଛନ୍ତି। ଚଳିତବର୍ଷ ପ୍ରତିରକ୍ଷା ମନ୍ତ୍ରଣାଳୟ ସୈନିକ ସ୍କୁଲ ସୋସାଇଟି ପକ୍ଷରୁ ଏନ୍ଟିଏ ଏହି ପରୀକ୍ଷା ଆୟୋଜନ କରୁଛି।
ପରୀକ୍ଷା ପାଇଁ ଅନ୍ଲାଇନ୍ ଆବେଦନ ପ୍ରକ୍ରିୟା ଗତ ଅକ୍ଟୋବର ୨୦ ତାରିଖରୁ ଆରମ୍ଭ ହୋଇଛି। ଆବେଦନ କରିବାର ଶେଷ ତାରିଖ ଚଳିତମାସ ୧୯ ତାରିଖ ରଖାଯାଇଛି। ଓଡ଼ିଶାରେ ୨ଟି ସୈନିକ ସ୍କୁଲ, ଗୋଟିଏ ଭୁବନେଶ୍ୱରରେ ଏବଂ ଗୋଟିଏ ସମ୍ବଲପୁରରେ ରହିଛି।
ଭୁବନେଶ୍ୱରରେ ବାଳକମାନଙ୍କ ପାଇଁ ୫୫ଟି ଏବଂ ବାଳିକାମାନଙ୍କ ପାଇଁ ୧୦ଟି ସ୍ଥାନ ଥିବାବେଳେ ସମ୍ବଲପୁରରେ ବାଳକମାନଙ୍କ ପାଇଁ ୯୦ଟି ଏବଂ ବାଳିକାମାନଙ୍କ ପାଇଁ ୧୦ଟି ସ୍ଥାନ ଖାଲି ଅଛି। ଷଷ୍ଠ ଶ୍ରେଣୀରେ ନାମଲେଖା ପାଇଁ ପ୍ରାର୍ଥୀମାନଙ୍କର ଜନ୍ମତାରିଖ ୧ ଏପ୍ରିଲ ୨୦୦୯ରୁ ୩୧ ମାର୍ଚ୍ଚ ୨୦୧୧ ମଧ୍ୟରେ ହେବା ଉଚିତ୍। ଏହି ପରୀକ୍ଷା ଇଂରାଜୀ, ହିନ୍ଦୀ ଓ ଆଞ୍ଚଳିକ ଭାଷାରେ ଅନୁଷ୍ଠିତ ହେବ।