ଡିସେମ୍ବର ୧୫ ତାରିଖରେ ଅନୁଷ୍ଠିତ ହେବ ଜାତୀୟ ମେଧାବୃତ୍ତି ପରୀକ୍ଷା

ଜାତୀୟ ମେଧାବୃତ୍ତି ପରୀକ୍ଷା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରିଚାଳିତ ଜାତୀୟ ମେଧାବୃତ୍ତି ପରୀକ୍ଷା (ଏନ୍ଆର୍ଟିଏସ୍) ୨୦୨୦ ଚଳିତବର୍ଷ ଡିସେମ୍ବର ୧୫ ତାରିଖରେ ଅନୁଷ୍ଠିତ ହେବ।
ଏହି ପରୀକ୍ଷା ପାଇଁ ଅନ୍ଲାଇନ୍ ଆବେଦନ ଆସନ୍ତା ୫ ତାରିଖରୁ ଆରମ୍ଭ ହୋଇ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଚଳିତବର୍ଷ ନବମରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ ଅଷ୍ଟମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରତିଶତ ନମ୍ବର ଆଧାରରେ ଏହି ପରୀକ୍ଷା ପାଇଁ ଆବେଦନ କରିପାରିବେ। ଆବେଦନ କରିବାର ନିୟମାବଳୀ ବୋର୍ଡର ନିଜସ୍ୱ ୱେବ୍ସାଇଟ୍ ରେ ଉପଲବ୍ଧ ହେଉଛି। ଆବେଦନ ପରେ ପରୀକ୍ଷାର୍ଥୀମାନେ ବୋର୍ଡ ୱେବ୍ସାଇଟ୍ରୁ ଆସନ୍ତା ୮ତାରିଖରୁ ନିଜ ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ କରିପାରିବେ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।
ସ୍ପଟ୍ ଆଡ୍ମିସନ +୩ ପ୍ରଥମ ବର୍ଷରେ ସ୍ପଟ୍ ଆଡ୍ମିସନ ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ ଆସନ୍ତା ୯ ତାରିଖରେ ଖାଲିଥିବା ସିଟ୍ନେଇ ୱେବ୍ସାଇଟ୍ରେ ସୂଚନା ମିଳିବ। ୧୦ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ଡ୍ରପ୍ ବକ୍ସରେ ଆବେଦନ ପତ୍ର ପକାଯାଇପାରିବ। ୧୭ତାରିଖରେ ଆଡ୍ମିସନ ପାଇଁ କଲେଜରେ ଚୟନ ତାଲିକା ପ୍ରକାଶ ପାଇବ। ୨୧ତାରିଖରେ ଫି’ ଦାଖଲ ହେବ ଏବଂ ୨୩ତାରିଖରେ ଆଡ୍ମିସନ ଡାଟା ଅପ୍ଡେଟ୍ ହେବ ବୋଲି ସୂଚନା ମିଳିଛି।