କରୋନା ମହାମାରୀକୁ ଦୃଷ୍ଟିରେ ଆସନ୍ତା ଦିପାବଳୀ ଅବସରରେ ବାଣ ଫୁଟାକୁ ରାଜ୍ୟ ସରକାର ନିଷେଧ କରିଛନ୍ତି

0 669

 

କରୋନା ମହାମାରୀକୁ ଦୃଷ୍ଟିରେ ଆସନ୍ତା ଦିପାବଳୀ ଅବସରରେ ବାଣ ଫୁଟାକୁ ରାଜ୍ୟ ସରକାର ନିଷେଧ କରିଛନ୍ତି । ଏଥିସହ ବାଣ ବିକ୍ରି ଉପରେ ମଧ୍ୟ ନିଷେଧାଦେଶ ଜାରି କରାଯାଇଛି । ଏ ନେଇ ସ୍ୱତନ୍ତ୍ର ରିଲିଫ୍‍ କମିଶନର ଏକ ମାର୍ଗଦର୍ଶିକା ଜାରି କରିଛନ୍ତି । ନଭେମ୍ବର ୧୪ ତାରିଖ ଦିନ ଦିପାବଳୀ ପଡ଼ୁଥିବାରୁ ଏହି ନିଷେଧାଦେଶ ନଭେମ୍ବର ୧୦ରୁ ୩୦ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହି ନିୟମ ଯେ ଭଙ୍ଗ କରିବ ସେମାନଙ୍କ ବିରୁଦ୍ଧରେ ବିପର୍ଯ୍ୟୟ ପରିଚାଳନା ଆଇନ୍‍ ୨୦୦୫ ତଥା ସମ୍ପୃକ୍ତ ଆଇନ୍‍ର ଅନ୍ୟାନ୍ୟ ଧାରା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରଶାସନ ଓ ପୁଲିସ୍‍କୁ ନିର୍ଦ୍ଦେଶ ଦିଆଯାଇଛି । ବର୍ତ୍ତମାନ ସକ୍ରିୟ ଥିବା ରୋଗୀମାନଙ୍କ ସଂଖ୍ୟା ହ୍ରାସ ଘଟିଥିଲେ ସୁଦ୍ଧା ବିପଦ ଏବେବିରହିଛି ।
ଆମ ଦେଶ ଓ ବିଶ୍ୱର କେତେକ ଅଞ୍ଚଳରେ କୋଭିଡ୍‍ ନାଇଣ୍ଟିନ୍‍ ସଂକ୍ରାନ୍ତୀୟ ସଂପୂର୍ଣ୍ଣ ସତର୍କତା ମୂଳକ ବ୍ୟବହାରର କଡ଼ାକଡ଼ି ପାଳନ ହୋଇପାରୁନଥିବାରୁ ପୁନଃ ସଂକ୍ରମଣ ଦେଖାଦେଇଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଦିପାବଳୀରେ ବାଣ ଫୁଟାଇବା ଓ ବାଣ ବିକ୍ରିକୁ ନିଷିଦ୍ଧ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

Leave A Reply