ନେକ୍ସସ ଏସ୍ପ୍ଲାନେଡ ମଲ୍ରେ ନବୀକୃତ ଷ୍ଟୋର୍ର ପୁନଃଶୁଭାରମ୍ଭ କରିଛି ଟ୍ରେଣ୍ଡସ୍
ଭୁବନେଶ୍ୱର: ରିଲାଏନ୍ସ ରିଟେଲ୍ର ଭାରତର ସର୍ବବୃହତ ଓ ଦ୍ରୁତ ଅଭିବୃଦ୍ଧିଶୀଳ ପୋଷାକ ଓ ଆକ୍ସେସରିଜ୍ ସ୍ପେଶାଲିଟି ଚେନ୍ ଟ୍ରେଣ୍ଡସ୍ ପକ୍ଷରୁ ଭୁବନେଶ୍ୱରର ନେକ୍ସସ ଏସପ୍ଲାନେଡ ମଲଠାରେ ଏହାର ନବୀକରଣ କରାଯାଇଥିବା ଷ୍ଟୋର୍ର ପୁନଃଶୁଭାରମ୍ଭ କରାଯାଇଛି । ଏହି ଗ୍ରାଣ୍ଡ ରିଲଂଚ ଉତ୍ସବରେ ଓଡିଶାର ୨୦ ଜଣ ଲୋକପ୍ରିୟ ଇନ୍ଫ୍ଲୁଏନ୍ସର ଉପସ୍ଥିତ ଥିଲେ ଯିଏ ଏହି ନବୀକୃତ ଷ୍ଟୋର ବୁଲି ଦେଖିବା ସହ ନୂଆ ଫ୍ୟାଶନ କଲେକ୍ସନକୁ ଅନ୍ୱେଷଣ କରିବା ଏବଂ ବ୍ରାଣ୍ଡର ନୂତନ ସପିଂ ଅନୁଭୂତିକୁ ପାଳନ କରିବା ପାଇଁ ଏକତ୍ରିତ ହୋଇଥିଲେ । ଇନ୍ଫ୍ଲୁଏନ୍ସରମାନଙ୍କର ଉପସ୍ଥିତି ଏହି ଷ୍ଟୋର୍ର ରିଲଂଚ୍କୁ ନେଇ ବଡ ଚର୍ଚ୍ଚା ସୃଷ୍ଟି କରିଥିଲା ଏବଂ ଟ୍ରେଣ୍ଡ୍ସକୁ ଭୁବନେଶ୍ୱରର ଫ୍ୟାଶନ ସଚେତନ ଓ ଉତ୍ସାହୀ ଯୁବପିଢିଙ୍କ ସହ ସଂଯୋଜିତ ହେବା ପାଇଁ ସାହାଯ୍ୟ କରିଥିଲା ।
ଟ୍ରେଣ୍ଡସ୍ ମେଟ୍ରୋ ଓ ମିନି ମେଟ୍ରୋଠାରୁ ଆରମ୍ଭ କରି ଟିୟର ୧, ଟିୟର ୨ ଟାଉନ ପର୍ଯ୍ୟନ୍ତ ଭାରତର ଉପଭୋକ୍ତାମାନଙ୍କ ସହ ଏହାର ପହଂଚ ଓ ସଂଯୋଗକୁ ସୁଦୃଢ କରି ବାସ୍ତବରେ ଫ୍ୟାଶନକୁ ଗଣତାନ୍ତ୍ରିତ କରୁଛି ଏବଂ ଭାରତର ପସନ୍ଦର ଫ୍ୟାଶନ ସପିଂ ଗନ୍ତବ୍ୟସ୍ଥଳୀରେ ପରିଣତ ହୋଇଛି । ଭୁବନେଶ୍ୱରର ନେକ୍ସସ ଏସ୍ପ୍ଲାନେଡ ମଲ୍ଠାରେ ନବୀକରଣ କରାଯାଇଥିବା ଏହି ଟ୍ରେଣ୍ଡସ୍ ଷ୍ଟୋର୍ରେ ସତେଜ, ଆଧୁନିକ ଲୁକ୍ ଓ ପରିବେଶ ରହିଛି । ଏଠାରେ ଉନ୍ନତ ମାନର ଫ୍ୟାଶନ ମର୍ଚାଣ୍ଡାଇଜ୍ର ଉତ୍ସାହଜନକ ରେଞ୍ଜ ସୁଲଭ ମୂଲ୍ୟରେ ଉପଲବ୍ଧ ହେଉଛି ଯାହା ଅଂଚଳର ଗ୍ରାହକଙ୍କ ପାଇଁ ପ୍ରାସଙ୍ଗିକ ଅଟେ । ଭୁବନେଶ୍ୱରର ଗ୍ରାହକମାନେ ଏବେ ଏହି ନବୀକୃତ ଷ୍ଟୋର୍ରେ ଆକର୍ଷଣୀୟ ମୂଲ୍ୟରେ ଟ୍ରେଣ୍ଡି ୱମେନ୍ସ ୱେୟାର, ମେନ୍ସ ୱେୟାର, କିଡ୍ସ ୱେୟାର ଓ ଫ୍ୟାଶନ ଆକ୍ସେସରିଜ ପାଇଁ ସପିଂ କରିପାରିବେ । ଏସ୍ପ୍ଲାନେଡ ମଲ୍ରେ ଥିବା ଏହି ନବୀକୃତ ଷ୍ଟୋର୍ରେ ଗ୍ରାହକଙ୍କ ପାଇଁ ସ୍ୱତନ୍ତ୍ର ରିଲଂଚ୍ ଅଫର୍ ରହିଛି । ୩୪୯୯ ଟଙ୍କାର ସପିଂ କରୁଥିବା ଗ୍ରାହକମାନେ ୨୪୯ ଟଙ୍କାର ଉତ୍ସାହଜନକ ଉପହାର ପାଇପାରିବେ । ସେହିପରି ୩୪୯୯ ଟଙ୍କା ଓ ତାହାଠାରୁ ଅଧିକ ମୂଲ୍ୟର କ୍ରୟ ଉପରେ ଗ୍ରାହକମାନେ ୧୫୦୦ ଟଙ୍କା ମୂଲ୍ୟର କୁପନ ମାଗଣାରେ ପାଇବେ ।
Comments are closed, but trackbacks and pingbacks are open.