ଓଡ଼ିଶାରେ ବୃଦ୍ଧିଶୀଳ କର୍କଟ ଭାର ଆରମ୍ଭିକ ଚିହ୍ନଟ, ଉନ୍ନତ ଚିକିତ୍ସାରେ ସମାନ ଅଭିଗମ୍ୟତା ଏବଂ ଏକ ନିର୍ଦ୍ଦିଷ୍ଟ ରାଜ୍ୟ କର୍କଟ ସେବା ତହବିଲର ଆବଶ୍ୟକତାକୁ ଉଜାଗର କରୁଛି

1

ସମ୍ବଲପୁର: ଓଡ଼ିଶାରେ କର୍କଟ ରୋଗରେ ବୃଦ୍ଧି ପରିଲିଖିତ ହୋଇଛି, ଯାହାଫଳରେ ବଢୁଥିବା ଘଟଣା ଏବଂ ଡେରିରେ ଚିହ୍ନଟ କାରଣରୁ ପରିବାର ଏବଂ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ଚାପ ବଢିଚାଲିଛି । ମୁଖ, ସ୍ତନ, ଗର୍ଭାଶୟ ଗ୍ରୀବା, ଜଠରାନ୍ତ୍ର (ଜିଆଇ) କର୍କଟ ଏବଂ ଫୁସଫୁସ କର୍କଟ ପ୍ରମୁଖ ବିପଦ ଭାବେ ଉଭା ହୋଇଛି, ଯାହାପାଇଁ ସମୟୋପଯୁକ୍ତ ଯାଞ୍ଚ, ପ୍ରାରମ୍ଭିକ ଚିହ୍ନଟ ଏବଂ ନିରବିଚ୍ଛିନ୍ନ, ପ୍ରମାଣାଧାରିତ ଚିକିତ୍ସାର ଆବଶ୍ୟକତା ବଢି ଚାଲିଛି ।

ଓଡ଼ିଶା ସରକାର ଦୀର୍ଘ ସମୟ ଧରି ସାର୍ବଜନୀନ ସ୍ୱାସ୍ଥ୍ୟ ସେବାକୁ ପ୍ରାଥମିକତା ଦେଇଆସୁଛନ୍ତି । ଡାକ୍ତରଖାନା ଭିର୍ତିକ ଚିକିତ୍ସା ସେବାର ସମ୍ପ୍ରସାରଣ ଏବଂ ଅସହାୟ ପରିବାରଗୁଡ଼ିକୁ ସ୍ୱାସ୍ଥ୍ୟଗତ ବ୍ୟୟଭାରରୁ ରକ୍ଷା କରିବା ପାଇଁ ରାଜ୍ୟ ସରକାର ‘ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା’ କାର୍ଯ୍ୟକାରୀ କରିଛନ୍ତି, ଯେଉଁଥିରେ କର୍କଟ ପରି ପ୍ରମୁଖ ଚିକିତ୍ସା ସେବାଗୁଡ଼ିକୁ ଅନ୍ତର୍ଭୁକ୍ତ କରାଯାଇଛି । ଏହି ଯୋଜନାରେ ଅନ୍ତର୍ଭୁକ୍ତ ଥିବା ପରିବାରମାନେ ପ୍ରତିବର୍ଷ ₹୫ ଲକ୍ଷ ପର୍ଯ୍ୟନ୍ତ ବୀମା ପାଆନ୍ତି, ଏବଂ ମହିଳା ଲାଭାର୍ଥୀମାନଙ୍କ ପାଇଁ ପ୍ରାରମ୍ଭିକ ସୀମା ଶେଷ ହେବା ପରେ ଅତିରିକ୍ତ ₹୫ ଲକ୍ଷର ବ୍ୟବସ୍ଥା ରହିଛି । ପ୍ରଥମେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ପିଏମ-ଜେଏୱାଇ) ପ୍ୟାକେଜ୍ ସହିତ ସମନ୍ୱିତ ଥିବା ଏହି ବ୍ୟବସ୍ଥାକୁ, ଓଡ଼ିଶା ସମ୍ପ୍ରତି ରାଜ୍ୟ-ନିର୍ଦ୍ଦିଷ୍ଟ କର୍କଟ ପ୍ୟାକେଜ୍ ପ୍ରବର୍ତନ କରିଛି ଯେଉଁଥିରେ ଅନେକ ଅଭିନବ ଚିକିତ୍ସା ପଦ୍ଧତିକୁ ଅନ୍ତର୍ଭୁକ୍ତ କରାଯାଇଛି । ଏହା ଦ୍ୱାରା ଓଡ଼ିଶା ରାଜ୍ୟ ସରକାରୀ ବୀମା ଯୋଜନା ଅଧୀନରେ ଏହିପରି ପଦକ୍ଷେପ ନେଇଥିବା ଭାରତର ପ୍ରଥମ ରାଜ୍ୟ ହୋଇଛି । କର୍କଟ ଚିକିତ୍ସାରେ ହେଉଥିବା ପରିବର୍ତର୍ନକୁ ଦୃଷ୍ଟିରେ ରଖି ଏହି ସୁବିଧାଗୁଡ଼ିକର ଦକ୍ଷ ବିନିଯୋଗ ନିଶ୍ଚିତ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଯଦ୍ୱାରା ଯୋଗ୍ୟ ହିତାଧିକାରୀ ମାନେ ନିଜର ସମ୍ପୂର୍ଣ୍ଣ ଚିକିତ୍ସା ଅବଧି ଶେଷ କରିପାରିବେ ଏବଂ ସୁସ୍ଥ ହୋଇପାରିବେ ।

ଚିକିତ୍ସକମାନେ ଆର୍ଥôକ ଅନଗ୍ରସର ରୋଗୀମାନଙ୍କ ପାଇଁ ଉନ୍ନତ ଚିକିତ୍ସା ପଦ୍ଧତିକୁ ଅଧିକ ସୁଲଭ କରିବା ଏବଂ ଅଭିନବ କର୍କଟ ଚିକିତ୍ସା ସେବାର ସମ୍ପ୍ରସାରଣ ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ସ୍ୱାଗତ କରିଛନ୍ତି । ତଥାପି, ବର୍ତମାନର ବୀମା ସୀମା ଅଧୀନରେ ଉନ୍ନତ ଚିକିତ୍ସା ପାଇଁ ଯୋଗ୍ୟ ରୋଗୀଙ୍କ କ୍ଷେତ୍ରରେ ସେବା ପାଇବା ଏବଂ ଚିକିତ୍ସାର ନିରନ୍ତରତା ବଜାୟ ରଖିବାରେ ଅନେକ ଆହ୍ୱାନ ରହିଥିବା ଅନେକ ସୂଚନା ଦେଇଛନ୍ତି । ସ୍ତନ କିମ୍ବା ଫୁସଫୁସ କର୍କଟରେ ପୀଡ଼ିତ ମହିଳାମାନେ ଯେତେବେଳେ ନୂତନ ଚିକିତ୍ସା ଆରମ୍ଭ କରନ୍ତି, ସେମାନେ ପ୍ରାୟତଃ ମିଳିତ ଭାବେ ୧୦ ଲକ୍ଷ ଟଙ୍କାର ସୀମା ମଧ୍ୟରେ ପରାମର୍ଶିତ ସମ୍ପୂର୍ଣ୍ଣ ଚିକିତ୍ସା ଚକ୍ର ଶେଷ କରିବାକୁ ସକ୍ଷମ ହୋଇପାରୁ ନାହାନ୍ତି ।

ଡ଼ା. ସରୋଜ ଦାସ ମଜୁମଦାର, ବିଭାଗୀୟ ମୁଖ୍ୟ (ରେଡିଏସନ୍ ଅଙ୍କୋଲୋଜି), ଏମ୍ସ ଭୁବନେଶ୍ୱର, କହିଛନ୍ତି, “୨୦୨୨ ଠାରୁ ଓଡ଼ିଶାରେ କର୍କଟକୁ ଏକ ରିପୋର୍ଟ କରିବା ଆବଶ୍ୟକ ରୋଗ ଭାବେ ଘୋଷଣା କରାଯାଇଛି, ଯାହା ଅନୁଯାୟୀ ସମସ୍ତ ଚିହ୍ନଟ ଘଟଣାକୁ ଦୁଇ ସପ୍ତାହ ମଧ୍ୟରେ ସୂଚିତ କରିବା ଆବଶ୍ୟକ । ଜିଜେଏୱାଇ ଅନେକ ପରିବାର ପାଇଁ ଏକ ଜୀବନରେଖା ସଦୃଶ , ଏବଂ ରାଜ୍ୟ-ନିର୍ଦ୍ଦିଷ୍ଟ କର୍କଟ ପ୍ୟାକେଜ୍ ଏକ ପ୍ରଶଂସନୀୟ ପଦକ୍ଷେପ । ତଥାପି ବର୍ତମାନର ଆର୍ଥôକ ସୀମା ଉନ୍ନତ ଚିକିତ୍ସା ଆରମ୍ଭ କରିବା ଓ ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଚାଲୁ ରଖିବାରେ ବାଧା ସୃଷ୍ଟି କରୁଛି । ଆର୍ଥôକ ସୁରକ୍ଷାର ସମ୍ପ୍ରସାରଣ ବିନା ରୋଗୀଙ୍କ ଚିକିତ୍ସା ଅଧାରେ ରହିଯିବାର ଆଶଙ୍କା ରହିଛି, ଯାହା ସିଧାସଳଖ ଭାବେ ଜୀବନରକ୍ଷା ଓ ଜୀବନମାନକୁ ପ୍ରଭାବିତ କରିବ । ଏହି ବୀମା ବ୍ୟବସ୍ଥାକୁ ସୁଦୃଢ଼ କଲେ ରୋଗୀଙ୍କୁ ଶୀଘ୍ର ଚିକିତ୍ସା ଯୋଗାଇ ଦେବା ସହ ଏହାର ନିରନ୍ତରତା ବଜାୟ ରଖାଯାଇପାରିବ, ଯାହା ଫଳରେ ଫଳାଫଳ ରୋଗୀମାନେ ଆରୋଗ୍ୟ ଲାଭ କରିବେ ଏବଂ ହସ୍ପିଟାଲ୍ ଖର୍ଚ୍ଚ ମଧ୍ୟ କମିବ । ଆର୍ଥôକ ସୀମା କେବେବି ଚିକିତ୍ସାର ସୀମା ହେବା ଉଚିତ୍ ନୁହେଁ ।”

Comments are closed, but trackbacks and pingbacks are open.