ମୋରେପେନ୍ ଲ୍ୟାବ୍ ଚତୁର୍ଥ ତ୍ରୈମାସିକରେ ନିଟ୍ ଲାଭ ୬୯ ପ୍ରତିଶତ ବୃଦ୍ଧି ପାଇଛି
ଭୁବନେଶ୍ୱର : ମୋରେପେନ୍ ଲାବୋରେଟୋରିଜ୍ ଲିମିଟେଡ୍ ଆର୍ଥôକ ବର୍ଷ ୨୬ର ଚତୁର୍ଥ ତ୍ରୈମାସିକରେ ନିଟ୍ ଲାଭ ୬୯% ବୃଦ୍ଧି ପାଇ ୨୦ କୋଟି ଟଙ୍କାରେ ପହଂଚିଛି ଏବଂ ମୋଟ ରାଜସ୍ୱ ୨୨% ବାର୍ଷିକ ବୃଦ୍ଧି ପାଇ ୪୭୨ କୋଟି ଟଙ୍କାରେ ପହଂଚିଛି । ତ୍ରୈମାସିକରେ ରାଜସ୍ୱ ଅଭିବୃଦ୍ଧି ରପ୍ତାନି ଗତି ଏବଂ ଚିକିତ୍ସା ଉପକରଣ ବ୍ୟବସାୟରେ ବିସ୍ତାର ଦ୍ୱାରା ସମର୍ଥôତ ହୋଇଥିଲା, ଯେତେବେଳେ କି ଆର୍ଥôକ ବର୍ଷ ୨୬ ର ଶେଷ ଭାଗରେ କାର୍ଯ୍ୟକ୍ଷମ ଗତି ଶକ୍ତିଶାଳୀ ହୋଇଥିଲା ।
କମ୍ପାନୀର ରଣନୀତିକ ଦିଗ ଉପରେ ମନ୍ତବ୍ୟ ଦେଇ ମୋରେପେନ୍ ଲାବୋରେଟୋରିଜ୍ ଲିମିଟେଡ୍ର ଚେୟାରମ୍ୟାନ୍ ତଥା ପରିଚାଳନା ନିଦେ୍ର୍ଦଶକ ଶ୍ରୀ ସୁଶୀଲ ସୁରୀ କହିଛନ୍ତି ଯେ“ବର୍ଷ ବର୍ଷ ଧରି, ମୋରେପେନ୍ ଦୃଢ ଉତ୍ପାଦନ କ୍ଷମତା, ନିୟାମକ ବିଶ୍ୱସନୀୟତା ଏବଂ ବିଶ୍ୱ ଗ୍ରାହକ ସମ୍ପର୍କ ଗଠନ କରିଛି । ଆମେ ବର୍ତମାନ ଦୀର୍ଘକାଳୀନ ଉତ୍ପାଦନ ଭାଗିଦାରୀ, ସ୍କେଲ୍ ବିସ୍ତାର ଏବଂ ଉନ୍ନତ ଅପରେଟିଂ ଲିଭରେଜ୍ ଉପରେ ଧ୍ୟାନ ଦେଇ ଅଭିବୃଦ୍ଧିର ପରର୍ବିୀ ପର୍ଯ୍ୟାୟରେ ପ୍ରବେଶ କରୁଛୁ ।”
Comments are closed, but trackbacks and pingbacks are open.