ୱେବ ଓ ମୋବାଇଲ ପ୍ଲାଟଫର୍ମରେ ନୂଆ ଫିଚରର ଶୁଭାରମ୍ଭ କରିଛି ଏନଏସଇ
ଭୁବନେଶ୍ୱର: ନ୍ୟାଶନାଲ ଷ୍ଟକ୍ ଏକ୍ସଚେଞ୍ଜ ଅଫ୍ ଇଣ୍ଡିଆ (ଏନଏସଇ) ଏହାର ୱେବସାଇଟ ଓ ମୋବାଇଲ ଆପ୍ଲିକେଶନରେ ନୂଆ ଫିଚରର ଆରମ୍ଭ କରି ନିଜର ଡିଜିଟାଲ ଇକୋସିଷ୍ଟମକୁ ଆହୁରି ସୁଦୃଢ କରିଛି। ଏହି ନୂତନ ଫିଚର ସହିତ ଏନଏସଇ ନିବେଶକ ଓ ଟ୍ରେଡିଂ ସଦସ୍ୟଙ୍କ ପାଇଁ ବଜାର ସୂଚନାକୁ ଅଧିକ ପହଂଚଯୋଗ୍ୟ, ସହଜ ଓ ସୁବିଧାଜନକ କରିବ। ଏହାମଧ୍ୟରୁ ଗୋଟିଏ ଫିଚର ହେଉଛି ଏନଏସଇ ମାର୍କେଟ ଲେନ୍ସର ବିଟା ଭର୍ସନ ଯାହା ଉଭୟ ୱେବ ଓ ମୋବାଇଲରେ ଉପଲବ୍ଧ ଥିବା ଏକ ଷ୍ଟକ୍ ଅନ୍ୱେଷଣ ଓ ସ୍କ୍ରିନିଂ ପ୍ଲାଟଫର୍ମ। ଏହା ନିବେଶକଙ୍କୁ ଲୋକପ୍ରିୟ ଷ୍ଟକ୍ଗୁଡିକୁ ଏକ୍ସପ୍ଲୋର କରିବା, କ୍ଷେତ୍ର ଆଧାରରେ ଷ୍ଟକ୍ଗୁଡିକୁ ବ୍ରାଉଜ କରିବା ଓ ନିଜ ପସନ୍ଦ ଅନୁଯାୟୀ କଷ୍ଟମାଇଜ୍ଡ ସ୍କ୍ରିନ ତିଆରି କରିବା ପାଇଁ ସକ୍ଷମ କରିଥାଏ। ଏହାର ପ୍ରାକୃତିକ ଲାଙ୍ଗୁଏଜ ଇଂଟରଫେସ ନିବେଶକଙ୍କ ପ୍ରଶ୍ନଗୁଡିକୁ ଏଡିଟ ହୋଇପାରୁଥିବା ସ୍କ୍ରିନିଂ ଫିଲ୍ଟରରେ ରୂପାନ୍ତର କରିଥାଏ ଏବଂ ଏହାର ଫଳାଫଳ ଏନଏସଇ ବଜାର ତଥ୍ୟ ଉପରେ ଆଧାରିତ ଥାଏ।
ଏସମ୍ପର୍କରେ ଏନଏସଇର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ବିରାଲ ମୋଦି କହିଛନ୍ତି, “ନିରନ୍ତର ଡିଜିଟାଲ ଉଦ୍ଭାବନ ମାଧ୍ୟମରେ ଏନଏସଇ ନିବେଶକ ଓ ବଜାର ଅଂଶଗ୍ରହଣକାରୀଙ୍କୁ ସଶକ୍ତ କରିବା ପାଇଁ ଲକ୍ଷ୍ୟ ରଖିଛି, ଯାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକଶିତ ଭାରତ ଲକ୍ଷ୍ୟରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ।” ଏନଏସଇ ୱେବସାଇଟ ମଧ୍ୟ କର୍ପୋରେଟ ଘୋଷଣାନାମାଗୁଡିକର ଏଆଇ-ଆଧାରିତ ସାରାଂଶର ବିଟା ଭର୍ସନ ଆରମ୍ଭ କରିଛି ଯାହା ଉଭୟ ଫର୍ମାଟରେ ଉପଲବ୍ଧ ରହିଛି ଏବଂ ଏହା ଗୁରୁତ୍ୱପୂର୍ଣ୍ଣ କର୍ପୋରେଟ ସୂଚନାଗୁଡିକୁ ସହଜରେ ପାଇବାରେ ସାହାଯ୍ୟ କରିଥାଏ। ନିବେଶକମାନେ ଏଥିରେ ମିନିଟ୍ ଆଧାରିତ ଅପ୍ଡେଟ ସହିତ ଡେଲ୍ଟା, ଗାମା, ଥେଟା ଓ ଭେଗା ସମେତ ଅପ୍ସନ ଗ୍ରିକ୍ଗୁଡିକୁ ଆକ୍ସେସ କରିପାରିବେ।
ମଡେଲ କଂଟେକ୍ସଟ୍ ପ୍ରୋଟୋକଲ (ଏମସିପି) ମାଧ୍ୟମରେ ଏନଏସଇ ମାର୍କେଟ ଡାଟାକୁ ଚାଟଜିପିଟି ଓ କ୍ଲାଉଡ ଭଳି କମ୍ପାଟିବୁଲ ଏଆଇ ଆସିଷ୍ଟାଂଟଗୁଡିକ ମାଧ୍ୟମରେ ହାସଲ କରାଯାଇପାରିବ। ସେହିପରି ପୁନଃ ପରିକଳ୍ପିତ ଏନଏସଇ ଇଣ୍ଡିଆ ମୋବାଇଲ ଆପ୍ଲିକେଶନ ଉନ୍ନତ ନାଭିଗେଶନ ଓ ଫିଚର ପ୍ରଦାନ କରୁଛି ଯେଉଁଥିରେ ସେୟାରିଂ କ୍ଷମତା ସହ ପର୍ସନାଲାଇଜ୍ଡ ୱାଚଲିଷ୍ଟ, ପ୍ରାଇସ ଆଲର୍ଟ, ବିଭିନ୍ନ ସମ୍ପତି ଶ୍ରେଣୀରେ ପୋର୍ଟଫୋଲିଓ ଟ୍ରାକିଙ୍ଗ୍, ପାରିବାରିକ ନିବେଶ ଟ୍ରାକିଂ, ନୋମିନେଶନ ମନିଟରିଂ, ପୋର୍ଟଫୋଲିଓ ଆନାଲିଟିକ୍ସ ଏବଂ ନିବେଶକଙ୍କ ହୋଲ୍ଡିଂ ସମ୍ପର୍କିତ କମ୍ପାନୀ ଘୋଷଣାନାମା ସାମିଲ ରହିଛି।
ଟ୍ରେଡିଂ ସଦସ୍ୟଙ୍କ ପାଇଁ ଡିଜିଟାଲ ସୁବିଧା ବୃଦ୍ଧି କରି ନୂଆ ଏନଏସଇ ମେମ୍ବର ପୋର୍ଟାଲ ଆପ୍ ବିନିମୟ-ସମ୍ପର୍କିତ ତଥ୍ୟ ଉପରେ ମଜବୁତ ବିଶ୍ଳେଷଣ ପ୍ରଦାନ କରିଥାଏ ଯେଉଁଥିରେ ଟ୍ରେଡ ପଲ୍ସ ଡ୍ୟାଶବୋର୍ଡ, ରାଜ୍ୟୱାରୀ ବିତରଣ ଅନ୍ତର୍ଭୁକ୍ତ ଥିବା ୟୁନିକ କ୍ଲାଏଂଟ କୋଡ୍ (ୟୁସିସି) ମେଟ୍ରିକ୍ସ, ଆଗାମୀ ନିୟାମକୀୟ ଅନୁପାଳନ ଓ ଦାଖଲ, ସଂଯୋଗ ଅନୁପାଳନ ଓ ଟ୍ରାକିଂ ଏବଂ ସର୍କୁଲାର ଆଦି ସାମିଲ ରହିଛି।
Comments are closed, but trackbacks and pingbacks are open.