ଇଲେକ୍ଟ୍ରୋନିକ୍ସ ମରାମତି ପ୍ରଶିକ୍ଷଣ ପ୍ରଦାନ ପାଇଁ MSME ମନ୍ତ୍ରଣାଳୟ ସହ Samsung Indiaର ଚୁକ୍ତି
ନୂଆଦିଲ୍ଲୀ – Samsung India ଏବଂ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ (MSME) ପ୍ରଥମ ବର୍ଷରେ 1,600 ଜଣଙ୍କୁ ଇଲେକ୍ଟ୍ରୋନିକ୍ସ ମରାମତି, ରକ୍ଷଣାବେକ୍ଷଣ ଏବଂ ସର୍ଭିସିଂ ସମ୍ପର୍କିତ ପ୍ରଶିକ୍ଷଣ ଦେବା ପାଇଁ ତିନି ବର୍ଷର ଏକ ବୁଝାମଣା ପତ୍ର (MoU) ସ୍ୱାକ୍ଷର କରିଛନ୍ତି। ଦେଶର 15ଟି MSME ଟେକ୍ନୋଲୋଜି ସେଣ୍ଟର ମାଧ୍ୟମରେ ଏହି ପ୍ରଶିକ୍ଷଣ ଦିଆଯିବ।
ନୂଆଦିଲ୍ଲୀର କର୍ତ୍ତବ୍ୟ ଭବନସ୍ଥିତ MSME ବିକାଶ କମିଶନରଙ୍କ କାର୍ଯ୍ୟାଳୟରେ ଏହି MoUର ଆଦାନପ୍ରଦାନ କରାଯାଇଥିଲା। ଏହି ଅବସରରେ MSMEର ଅତିରିକ୍ତ ସଚିବ ତଥା ବିକାଶ କମିଶନର ଡ. ରଜନୀଶ, Samsung South West Asiaର CSR ଏବଂ କର୍ପୋରେଟ୍ କମ୍ୟୁନିକେସନ୍ସ ବିଭାଗର ମୁଖ୍ୟ ଶୁଭମ ମୁଖାର୍ଜୀ, Samsung South West Asiaର ଏକ୍ସଟର୍ନାଲ କମ୍ୟୁନିକେସନ୍ସ ଏବଂ CSR ବିଭାଗର ଜୁନହୋ ଜିଓଙ୍ଗ, Samsung South West Asiaର କଷ୍ଟମର ସର୍ଭିସ୍ ବିଭାଗର ଫିଲ୍ଡ କ୍ୱାଲିଟି ମ୍ୟାନେଜମେଣ୍ଟର ହ୍ୟୁଙ୍କି ମିନ୍ ଏବଂ Samsung ତଥା ମନ୍ତ୍ରଣାଳୟର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।
Samsungର DOST Service କାର୍ଯ୍ୟକ୍ରମ ଅଧୀନରେ କମ୍ପାନୀ ଏଥିରେ ଭାଗ ନେଉଥିବା କେନ୍ଦ୍ରଗୁଡ଼ିକରେ ଶ୍ରେଣୀଗୃହ ଓ ପରୀକ୍ଷାଗାର ପାଇଁ ସହାୟତା ଯୋଗାଇବ। ଏହା ସହିତ ପ୍ରାୟୋଗିକ ପ୍ରଶିକ୍ଷଣ ପାଇଁ Samsungର ଉତ୍ପାଦ ଏବଂ ଆବଶ୍ୟକୀୟ ଉପକରଣ ମଧ୍ୟ ଯୋଗାଇ ଦିଆଯିବ। ଏହି ପ୍ରଶିକ୍ଷଣରେ ମୋବାଇଲ୍ ଫୋନ୍, ଟାବଲେଟ୍ ଏବଂ ସ୍ମାର୍ଟୱାଚ୍, ଟେଲିଭିଜନ୍, ଏୟାର କଣ୍ଡିସନର, ୱାଶିଂ ମେସିନ୍ ଏବଂ ପ୍ରୋଫେସନାଲ୍ ଡିସ୍ପ୍ଲେ ଉତ୍ପାଦ ସାମିଲ ରହିବ।
“ଭାରତର ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ଉତ୍ପାଦନ କ୍ଷମତା ବଢ଼ିବା ସହିତ ଦକ୍ଷ ସର୍ଭିସ୍ ଟେକ୍ନିସିଆନଙ୍କ ଆବଶ୍ୟକତା ମଧ୍ୟ ବଢ଼ୁଛି। ଉତ୍ପାଦଗୁଡ଼ିକ ଅଧିକ ଉନ୍ନତ ହେବା ସହିତ ସେଗୁଡ଼ିକୁ ଇନଷ୍ଟଲ୍, ରକ୍ଷଣାବେକ୍ଷଣ ଏବଂ ମରାମତି କରିବା ପାଇଁ ଟେକ୍ନିସିଆନମାନଙ୍କୁ ପ୍ରାୟୋଗିକ ଅଭିଜ୍ଞତା ଏବଂ ନିୟମିତ ଭାବେ ନୂତନ ଜ୍ଞାନ ଓ ଦକ୍ଷତା ହାସଲ କରିବା ଆବଶ୍ୟକ। ଉପଯୁକ୍ତ ପାଠ୍ୟକ୍ରମ, ଉପକରଣ ଏବଂ କାର୍ଯ୍ୟକ୍ଷେତ୍ରର ଅଭିଜ୍ଞତା ଯୋଗାଇ ଶିଳ୍ପ କ୍ଷେତ୍ର ବୃତ୍ତିଗତ ପ୍ରଶିକ୍ଷଣ ସଂସ୍ଥାଗୁଡ଼ିକୁ ଏହି ଆବଶ୍ୟକତା ସହିତ ତାଳ ଦେଇ ଆଗକୁ ବଢ଼ିବାରେ ସାହାଯ୍ୟ କରିପାରିବ। ଏହି ସହଭାଗିତା ମାଧ୍ୟମରେ ଆମେ ପ୍ରଶିକ୍ଷଣକୁ ସର୍ଭିସ୍ କ୍ଷେତ୍ରର ଆବଶ୍ୟକତା ସହିତ ଯୋଡ଼ୁଛୁ ଏବଂ ଅଧିକ ଲୋକଙ୍କୁ ଏହି କ୍ଷେତ୍ରରେ କ୍ୟାରିୟର ଗଢ଼ିବାରେ ସାହାଯ୍ୟ କରୁଛୁ,” ବୋଲି Samsung South West Asiaର CSR ଏବଂ କର୍ପୋରେଟ୍ କମ୍ୟୁନିକେସନ୍ସ ବିଭାଗର ମୁଖ୍ୟ ଶୁଭମ ମୁଖାର୍ଜୀ କହିଛନ୍ତି।
Samsung DOST Service ହେଉଛି Samsung Indiaର ଏକ CSR ପଦକ୍ଷେପ, ଯାହା 2014ରେ ଆରମ୍ଭ ହୋଇଥିଲା। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସରକାରୀ MSME ଟେକ୍ନୋଲୋଜି ସେଣ୍ଟର ଏବଂ ଶିଳ୍ପ ତାଲିମ ପ୍ରତିଷ୍ଠାନ (ITIs)ରେ ଇଲେକ୍ଟ୍ରୋନିକ୍ସ ମରାମତି, ରକ୍ଷଣାବେକ୍ଷଣ ଏବଂ ସ୍ଥାପନା ସମ୍ପର୍କିତ ବୃତ୍ତିଗତ ପ୍ରଶିକ୍ଷଣ ଦିଆଯାଏ।
2015ରୁ 2023 ମଧ୍ୟରେ 12ଟି MSME ଟେକ୍ନୋଲୋଜି ସେଣ୍ଟରରେ 5,391 ଜଣ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା। ସେହିପରି, ITI କାର୍ଯ୍ୟକ୍ରମ ଅଧୀନରେ 16ଟି ରାଜ୍ୟର 22ଟି ସରକାରୀ ଅନୁଷ୍ଠାନରେ 10,612 ଜଣ ଛାତ୍ରଛାତ୍ରୀ ପ୍ରଶିକ୍ଷଣ ପାଇଛନ୍ତି।
ଏହି ପାଠ୍ୟକ୍ରମରେ ମୋବାଇଲ୍ ଫୋନ୍, ଟାବଲେଟ୍ ଏବଂ ସ୍ମାର୍ଟୱାଚ୍, ଟେଲିଭିଜନ୍, ଏୟାର କଣ୍ଡିସନର, ୱାଶିଂ ମେସିନ୍ ଏବଂ ପ୍ରୋଫେସନାଲ୍ ଡିସ୍ପ୍ଲେ ଉତ୍ପାଦଗୁଡ଼ିକର ମରାମତି, ରକ୍ଷଣାବେକ୍ଷଣ ଏବଂ ଇନଷ୍ଟଲେସନ୍ ସମ୍ପର୍କିତ ପ୍ରଶିକ୍ଷଣ ରହିଛି।
ଏହି ଚୁକ୍ତି ଅନୁଯାୟୀ ଶ୍ରେଣୀଗୃହ ଏବଂ ପରୀକ୍ଷାଗାର ପାଇଁ ସହାୟତା ଯୋଗାଇ ଦିଆଯିବ। ପ୍ରାୟୋଗିକ ପ୍ରଶିକ୍ଷଣ ପାଇଁ Samsungର ଉତ୍ପାଦ ଏବଂ ଉପକରଣ ମଧ୍ୟ ଯୋଗାଇ ଦିଆଯିବ। ଏହା ସହିତ, ‘ଗୁରୁ ଶିକ୍ଷା’ ନାମକ ନିଜର ଟ୍ରେନିଂ ଅଫ୍ ଟ୍ରେନର୍ସ କାର୍ଯ୍ୟକ୍ରମ ମାଧ୍ୟମରେ Samsung ଏହି କେନ୍ଦ୍ରଗୁଡ଼ିକର ପ୍ରଶିକ୍ଷକମାନଙ୍କ ବୈଷୟିକ ଦକ୍ଷତାକୁ ଆହୁରି ମଜବୁତ କରିବ।
ମହିଳା ଏବଂ ଦିବ୍ୟାଙ୍ଗ ପ୍ରଶିକ୍ଷାର୍ଥୀମାନଙ୍କୁ ଛାତ୍ରବୃତ୍ତି ଦିଆଯିବ। ପ୍ରତ୍ୟେକ ବ୍ୟାଚ୍ରେ ସର୍ବୋତ୍ତମ ପ୍ରଦର୍ଶନ କରୁଥିବା ପ୍ରଶିକ୍ଷାର୍ଥୀମାନଙ୍କୁ ଯୋଗ୍ୟତା ଆଧାରରେ ପୁରସ୍କୃତ କରାଯିବ। Samsung ନିଜ ସର୍ଭିସ୍ ନେଟୱର୍କ ମାଧ୍ୟମରେ 3 ମାସ ପର୍ଯ୍ୟନ୍ତ ପ୍ରତି ମାସରେ ₹12,000 ଷ୍ଟାଇପେଣ୍ଡ ସହିତ କାର୍ଯ୍ୟକ୍ଷେତ୍ରରେ ପ୍ରଶିକ୍ଷଣ ଦେବ।
ଏହା ଦ୍ୱାରା ପ୍ରଶିକ୍ଷାର୍ଥୀମାନେ କାମର ଅଭିଜ୍ଞତା ପାଇବା ସହିତ ଇଲେକ୍ଟ୍ରୋନିକ୍ସ ସର୍ଭିସିଂ କ୍ଷେତ୍ରରେ କ୍ୟାରିୟର ଗଢ଼ିବାର ସୁଯୋଗ ପାଇବେ।ସମଗ୍ର ଭାରତରେ ପ୍ରଶିକ୍ଷଣର ବିସ୍ତାର ଯୋଜନା ଏହି କାର୍ଯ୍ୟକ୍ରମକୁ ଉତ୍ତର ପ୍ରଦେଶ, ତାମିଲନାଡୁ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଝାଡ଼ଖଣ୍ଡ, ଓଡ଼ିଶା, ଛତିଶଗଡ଼, ତେଲେଙ୍ଗାନା ଏବଂ ଆନ୍ଧ୍ର ପ୍ରଦେଶ ସମେତ ଦେଶର ଅନ୍ୟାନ୍ୟ ଅଞ୍ଚଳକୁ ମଧ୍ୟ ସମ୍ପ୍ରସାରଣ କରିବାର ଯୋଜନା ରହିଛି।
Comments are closed, but trackbacks and pingbacks are open.