ସମ୍ବଲପୁରରେ ନୂତନ ଶାଖା ଖୋଲି ଓଡ଼ିଶାରେ ନିଜର ଉପସ୍ଥିତି ବିସ୍ତାର କଲା ଆଦିତ୍ୟ ବିର୍ଲା ହାଉସିଂ ଫାଇନାନ୍ସ

0

ସମ୍ବଲପୁର : ଆଦିତ୍ୟ ବିର୍ଲା କ୍ୟାପିଟାଲ୍ ଲିମିଟେଡ୍‌ର ଏକ ସହାୟକ କମ୍ପାନୀ ତଥା ଦେଶର ଅଗ୍ରଣୀ ଗୃହ ଋଣ ପ୍ରଦାନକାରୀ ସଂସ୍ଥା ଆଦିତ୍ୟ ବିର୍ଲା ହାଉସିଂ ଫାଇନାନ୍ସ ଲିମିଟେଡ୍ (“ABHFL”), ସାରା ଭାରତରେ ଏହାର ବିତରଣ ନେଟୱାର୍କକୁ ବିସ୍ତାର କରିବାର ବ୍ୟାପକ ଯୋଜନା ଅନ୍ତର୍ଗତ ସମ୍ବଲପୁରରେ ଏକ ନୂତନ ଶାଖା ଖୋଲି ଓଡ଼ିଶାରେ ନିଜର ପାଦ ଥାପିଛି। ଏହି ନୂତନ ଶାଖା ସହିତ ଓଡ଼ିଶାରେ ABHFLର ମୋଟ ଶାଖା ସଂଖ୍ୟା ୫କୁ ବୃଦ୍ଧି ପାଇଛି, ଯାହା ଦ୍ରୁତ ଅଭିବୃଦ୍ଧିଶୀଳ ବଜାରରେ ଏହାର ଉପସ୍ଥିତିକୁ ସୁଦୃଢ଼ କରିବା ସହ ଗ୍ରାହକଙ୍କ ପାଇଁ ସେବା ଉପଲବ୍ଧତାକୁ ଆହୁରି ସହଜ କରିବ।

ପଶ୍ଚିମ ଓଡ଼ିଶାର ଏକ ପ୍ରମୁଖ ସହରାଞ୍ଚଳ କେନ୍ଦ୍ର ଭାବେ ସମ୍ବଲପୁରରେ ବଢ଼ୁଥିବା ଆବାସିକ ଅଞ୍ଚଳ, ଶିଳ୍ପ କାର୍ଯ୍ୟକଳାପ ଏବଂ ନିଜର ଏକ ଘର କରିବାର ବର୍ଦ୍ଧିତ ଆକାଂକ୍ଷା ଯୋଗୁଁ ଗୃହ ନିର୍ମାଣ ଚାହିଦା ବୃଦ୍ଧି ପାଉଛି। ଏହି ଅଞ୍ଚଳର ଅର୍ଥନୀତି କୃଷି, ବାଣିଜ୍ୟ, ଖଣି ଏବଂ ହୀରାକୁଦ ଶିଳ୍ପାଞ୍ଚଳ ସମେତ ବିଭିନ୍ନ ଶିଳ୍ପ ଉପରେ ଆଧାରିତ; ଯାହା ବେତନଭୋଗୀ ପେସାଦାର, ବ୍ୟବସାୟୀ, ଉଦ୍ୟୋଗୀ ଏବଂ ସ୍ୱରୋଜଗାରକ୍ଷମ ବ୍ୟକ୍ତିବିଶେଷଙ୍କୁ ନେଇ ଏକ ବିବିଧ ଗ୍ରାହକ ବର୍ଗ ସୃଷ୍ଟି କରିଛି। ଶିଳ୍ପ ଓ ବାଣିଜ୍ୟିକ ପ୍ରତିଷ୍ଠାନଗୁଡ଼ିକର ଉପସ୍ଥିତି ସହିତ ସ୍ୱତନ୍ତ୍ର ଘର ଏବଂ ଆବାସିକ ଉନ୍ନତିକରଣ ପାଇଁ ବଢ଼ୁଥିବା ଚାହିଦା, ସହଜଲଭ୍ୟ ଗୃହ ଋଣ ସମାଧାନ ପାଇଁ ନୂଆ ସୁଯୋଗ ସୃଷ୍ଟି କରୁଛି। ଏହି ନୂତନ ଶାଖା ମାଧ୍ୟମରେ ABHFL ସ୍ଥାନୀୟ ସ୍ତରରେ ନିଜର ଉପସ୍ଥିତିକୁ ମଜବୁତ କରିବା, ଗ୍ରାହକଙ୍କ ନିକଟରେ ଗୃହ ଋଣ ସୁବିଧା ପହଞ୍ଚାଇବା ଏବଂ ସେମାନଙ୍କର ଘର କିଣିବା ଓ ଘରର ଉନ୍ନତି କରିବାର ସ୍ୱପ୍ନକୁ ସାକାର କରିବାରେ ସହାୟତା କରିବାକୁ ଲକ୍ଷ୍ୟ ରଖିଛି।

ABHFL ବିଭିନ୍ନ ବର୍ଗର ଗ୍ରାହକଙ୍କ ଆବଶ୍ୟକତା ଅନୁଯାୟୀ ବ୍ୟାପକ ଗୃହ ଋଣ ସମାଧାନ ପ୍ରଦାନ କରିଥାଏ। ଏଥିରେ ସୁଲଭ ଗୃହ ଋଣ, ପ୍ରାଇମ୍ ହାଉସିଂ, ନିର୍ମାଣ ଋଣ ଏବଂ ସମ୍ପତ୍ତି ବନ୍ଧକ ଋଣ ଅନ୍ତର୍ଭୁକ୍ତ, ଯାହା ବେତନଭୋଗୀ ବ୍ୟକ୍ତି, ସ୍ୱରୋଜଗାରକ୍ଷମ ପେସାଦାର, ଅଣ-ପେସାଦାର ସ୍ୱରୋଜଗାରକ୍ଷମ ବ୍ୟକ୍ତି ଏବଂ ଉଦୀୟମାନ ଆୟ ବର୍ଗର ଲୋକଙ୍କ ଆବଶ୍ୟକତା ପୂରଣ କରେ। ଏକ ସୁଦୃଢ଼ ଡିଜିଟାଲ୍ ବ୍ୟବସ୍ଥା ଦ୍ୱାରା ପରିଚାଳିତ ABHFL, ସହଜ ଆବେଦନ ପ୍ରକ୍ରିୟା, ଦ୍ରୁତ ଋଣ ମଞ୍ଜୁରୀ ଏବଂ ଅଧିକ ସ୍ୱଚ୍ଛତା ମାଧ୍ୟମରେ ଗ୍ରାହକଙ୍କୁ ଏକ ଉତ୍କୃଷ୍ଟ ସେବା ଅଭିଜ୍ଞତା ପ୍ରଦାନ କରେ।

ଏହି ନୂତନ ଶାଖାର ଶୁଭାରମ୍ଭ ଅବସରରେ ABHFL ପକ୍ଷରୁ ନଭେମ୍ବର ୧୭ ରୁ ଡିସେମ୍ବର ୩୧, ୨୦୨୬ ପର୍ଯ୍ୟନ୍ତ ଶୂନ୍ୟ ଲଗ୍-ଇନ୍ ଫି’ ସହିତ ₹୫୦ ଲକ୍ଷ ପର୍ଯ୍ୟନ୍ତ ତତ୍କାଳ ଋଣ ମଞ୍ଜୁରୀ ଅଫର୍ ପ୍ରଦାନ କରାଯାଉଛି। ଏହା ଦ୍ୱାରା ଏହି ନୂତନ ଶାଖାର ଗ୍ରାହକମାନେ ଅତି ଶୀଘ୍ର ଏବଂ ସୁଲଭ ମୂଲ୍ୟରେ ଋଣ ସୁବିଧା ପାଇପାରିବେ।

ଏହି ବିସ୍ତାର ସମ୍ପର୍କରେ ମତବ୍ୟକ୍ତ କରି ଆଦିତ୍ୟ ବିର୍ଲା ହାଉସିଂ ଫାଇନାନ୍ସ ଲିମିଟେଡ୍‌ର ଏମ୍‌ଡି ଏବଂ ସିଇଓ ଶ୍ରୀ ପଙ୍କଜ ଗାଡଗିଲ୍ କହିଛନ୍ତି, “ଓଡ଼ିଶା ଆମ ପାଇଁ ଏକ ପ୍ରମୁଖ ଅଭିବୃଦ୍ଧିଶୀଳ ବଜାର। ଦୃଢ଼ ଚାହିଦା ଏବଂ ଲୋକଙ୍କ ବଢ଼ୁଥିବା ଆକାଂକ୍ଷାକୁ ଦୃଷ୍ଟିରେ ରଖି, ଗ୍ରାହକଙ୍କ ସହ ସମ୍ପର୍କକୁ ଆହୁରି ନିବିଡ଼ କରିବା ପାଇଁ ଆମେ ଆମର ଆଞ୍ଚଳିକ ଉପସ୍ଥିତିକୁ ବିସ୍ତାର କରୁଛୁ। ଆମର ବର୍ଦ୍ଧିତ ବିତରଣ ନେଟୱାର୍କ ସହିତ ସୁଦୃଢ଼ ଡିଜିଟାଲ୍ କ୍ଷମତାକୁ ଯୋଡ଼ି, ଆମେ ଗ୍ରାହକମାନଙ୍କ ପାଇଁ ନିଜ ଘର କରିବାର ଯାତ୍ରାକୁ ଅଧିକ ସରଳ, ଦ୍ରୁତ ଏବଂ ଝିନଝଟମୁକ୍ତ କରିବାକୁ ଲକ୍ଷ୍ୟ ରଖିଛୁ।”

ଗ୍ରାହକଙ୍କୁ ଏକ ‘ସୁଖଦ ଗୃହ ଋଣ ଯାତ୍ରା’ ପ୍ରଦାନ କରିବାର ପ୍ରତିଶ୍ରୁତି ସହିତ ତାଳ ଦେଇ, ଏହି ବିସ୍ତାର ଗ୍ରାହକ-କୈନ୍ଦ୍ରିକତା, ଦାୟିତ୍ୱପୂର୍ଣ୍ଣ ଋଣ ପ୍ରଦାନ ଏବଂ ଏକ ବିବିଧ ଓ ସୁବ୍ୟବସ୍ଥିତ ଖୁଚୁରା ପୋର୍ଟଫୋଲିଓ ମାଧ୍ୟମରେ ଆର୍ଥିକ ଅନ୍ତର୍ଭୁକ୍ତିକରଣକୁ ଆଗେଇ ନେବା ଉପରେ ABHFLର ନିରନ୍ତର ଗୁରୁତ୍ୱକୁ ପ୍ରତିପାଦିତ କରୁଛି।

Comments are closed, but trackbacks and pingbacks are open.