ବିଶ୍ୱପ୍ରସିଦ୍ଧ କଣ୍ଠଶିଳ୍ପୀ ସୋନୁ ନିଗମ ଓ ଇଉଜେନିକ୍ସ ହେୟାର ସାଇନ୍ସେସ୍ର ସହ-ପ୍ରତିଷ୍ଠାତା ଡା. ପ୍ରଦୀପ ସେଠୀ ପ୍ରଥମ ଥର ପାଇଁ ପୁରୀ ରଥଯାତ୍ରାରେ

0

ପୁରୀ : ବିଶ୍ୱପ୍ରସିଦ୍ଧ ଶ୍ରୀ ଜଗନ୍ନାଥ ରଥଯାତ୍ରା ଅବସରରେ ପୁରୀକୁ ଦେଶ-ବିଦେଶର ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଆଗମନ କରି ଏହି ଭବ୍ୟ ଆଧ୍ୟାତ୍ମିକ ଉତ୍ସବର ସାକ୍ଷୀ ହୋଇଥିଲେ । ସେମାନଙ୍କ ମଧ୍ୟରେ ଥିଲେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ଏବଂ ପ୍ରଖ୍ୟାତ ପାର୍ଶ୍ୱଗାୟକ ସୋନୁ ନିଗମ, ଯିଏ ପ୍ରଥମ ଥର ପାଇଁ ସ୍ୱୟଂ ପୁରୀରେ ଉପସ୍ଥିତ ରହି ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଦର୍ଶନ କରିଥିଲେ ।

ଏହି ସ୍ମରଣୀୟ ଯାତ୍ରା ସମ୍ଭବ ହୋଇଥିଲା ତାଙ୍କର ଘନିଷ୍ଠ ବନ୍ଧୁ, ଇଉଜେନିକ୍ସ ହେୟାର ସାଇନ୍ସେସର ସହ-ପ୍ରତିଷ୍ଠାତା ତଥା ଓଡ଼ିଶାର ଗର୍ବ ଡା. ପ୍ରଦୀପ ସେଠୀଙ୍କ ପ୍ରୟାସରେ । ପୂର୍ବରୁ ଏକ ଆଲୋଚନା ସମୟରେ ସୋନୁ ନିଗମ କହିଥିଲେ ଯେ, ଗତ ତିନି ଦଶନ୍ଧି ଧରି ସେ ଶହ ଶହ ଓଡ଼ିଆ ଗୀତ ଓ ଶ୍ରୀଜଗନ୍ନାଥଙ୍କୁ ଉତ୍ସର୍ଗୀକୃତ ଭଜନ ଗାଇଥିଲେ ମଧ୍ୟ କେବେ ରଥଯାତ୍ରାକୁ ସାକ୍ଷାତ୍ ଦେଖିବାର ସୁଯୋଗ ପାଇନଥିଲେ । ଏହି କଥାରେ ପ୍ରଭାବିତ ହୋଇ ଡା. ସେଠୀ, ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଏବଂ ଓଡ଼ିଶା ସରକାରଙ୍କ ସହଯୋଗରେ, ତାଙ୍କର ଏହି ବହୁଦିନର ଇଚ୍ଛାକୁ ସାକାର କରିଥିଲେ ।

ରଥଯାତ୍ରାକୁ “ଜୀବନରେ ଥରେ ମାତ୍ର ମିଳୁଥିବା ଅନନ୍ୟ ଅନୁଭୂତି” ବୋଲି ବର୍ଣ୍ଣନା କରି ସୋନୁ ନିଗମ କହିଥିଲେ ଯେ, ପବିତ୍ର ଶ୍ରୀକ୍ଷେତ୍ରର ଆଧ୍ୟାତ୍ମିକ ପରିବେଶ ଓ ଭକ୍ତିଭାବ ତାଙ୍କୁ ଅଭିଭୂତ କରିଦେଇଛି । ନିଜ ଭଉଣୀ ଏବଂ ଡା. ପ୍ରଦୀପ ସେଠୀଙ୍କ ସହ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ ଓ ପ୍ରଭାତୀ ପରିଡା, ରାଜ୍ୟପାଳ ଡା. ହରି ବାବୁ କମ୍ଭମ୍ପାଟି ଏବଂ ସାଂସଦ ସମ୍ବିତ ପାତ୍ରଙ୍କ ସହ ସାକ୍ଷାତ୍ କରିଥିଲେ । ଏହି ସାକ୍ଷାକôାରରେ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ, ବିକାଶ ଏବଂ ବିଶ୍ୱସ୍ତରରେ ଏହାର ବଢ଼ୁଥିବା ପରିଚିତି ସମ୍ପର୍କରେ ଆଲୋଚନା ହୋଇଥିଲା ।

Comments are closed, but trackbacks and pingbacks are open.