ଆକାଶ ଏଜୁକେସନାଲ ସର୍ଭିସେସ୍ ଲିମିଟେଡ୍ ଭୁବନେଶ୍ୱରର ୧୧ ଜଣ ଛାତ୍ରଛାତ୍ରୀ ନିଟ ଯୁଜି ୨୦୨୬ରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି
ଭୁବନେଶ୍ୱର: ଆକାଶ ଏଜୁକେସନାଲ ସର୍ଭିସେସ୍ ଲିମିଟେଡ୍ (ଏଇଏସଏଲ), ଏହାର ଭୁବନେଶ୍ୱର କ୍ଲାସରୁମ୍ ପ୍ରୋଗ୍ରାମର ୧୧ ଜଣ ଛାତ୍ରଛାତ୍ରୀ ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ ଯୁଜି) ୨୦୨୬ରେ ଶୀର୍ଷ ମାନ୍ୟତା ପାଇଥିବା କହିଛି ।
ଏହି ଅସାଧାରଣ ସଫଳତା ପଛରେ ରହିଛି ଛାତ୍ରଛାତ୍ରୀମାନଙ୍କର ନିରନ୍ତର ପରିଶ୍ରମ, ଦୃଢ଼ ସଂକଳ୍ପ ଏବଂ ଶୃଙ୍ଖଳିତ ପ୍ରସ୍ତୁତି, ଯାହାକୁ ଆକାଶର ଶିକ୍ଷାଗତ ମାର୍ଗଦର୍ଶନ ଏବଂ ସୁସଂଗଠିତ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ସାହାଯ୍ୟ କରିଛି ।
ଏହି ତାଲିକାର ଶୀର୍ଷରେ ଅଛନ୍ତି ଅମାନ କୁମାର ନାୟକ, ଯିଏ କି ସର୍ବଭାରତୀୟ ସ୍ତରରେ ୮୦ ତମ ସ୍ଥାନ ହାସଲ କରିଛନ୍ତି । ଅନ୍ୟ ସଫଳ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅଛନ୍ତି ଅଭିଳାଷା ପଣ୍ଡା (୨୨୫ତମ ସ୍ଥାନ), ଦେବେଶ କୁମାର ସାହୁ (୨୭୩ତମ ସ୍ଥାନ), ପିୟୂଷ ପ୍ରିୟମ୍ବଦ (୫୧୫ତମ ସ୍ଥାନ) ଏବଂ ପ୍ରୟାସ ପ୍ରତୀକ ମହାନ୍ତି (୬୩୭ତମ ସ୍ଥାନ) । ଏଥି ସହିତ ପିହୁ ଶିଙ୍ଘାଣିଆ (୬୫୩ ସ୍ଥାନ ), ଶ୍ରେୟନ ଖୁଣ୍ଟିଆ (୯୫୯ ସ୍ଥାନ ) ଅଧିକାର କରିଛନ୍ତି । ୧୧ ଜଣ ବିଦ୍ୟାର୍ଥୀ ୬୫୦ ରୁ ଅଧିକ ସ୍କୋର କରିଥିବାବେଳେ ୫୩ ଜଣ ରୁ ଅଧିକ ୬୦୦ ରୁ ଅଧିକ ଏବଂ ୧୫୫ ଜଣ ୫୫୦ ରୁ ଅଧିକ ସ୍କୋର କରିଛନ୍ତି ।
ନିଟ ଯୁଜି ୨୦୨୬ରେ ଏଭଳି ଚମତ୍କାର ସଫଳତା ଦେଇ ଏଇଏସଏଲ ମେଡିକାଲ ପ୍ରବେଶିକା ପରୀକ୍ଷା ପ୍ରସ୍ତୁତି ପାଇଁ ଭାରତର ସବୁଠାରୁ ବିଶ୍ୱାସଯୋଗ୍ୟ ଅନୁଷ୍ଠାନ ଭାବେ ନିଜର ସ୍ଥାନକୁ ପୁଣି ଥରେ ପ୍ରମାଣିତ କରିଛି । ଚଳିତ ବର୍ଷ ସାରା ଦେଶରେ ଆକାଶର ୪ ଜଣ ଛାତ୍ରଛାତ୍ରୀ ଟପ୍ ୧୦ ରେ, ୧୮ ଜଣ ଛାତ୍ରଛାତ୍ରୀ ଟପ୍ ୫୦ ରେ ଏବଂ ୪୧ ଜଣ ଛାତ୍ରଛାତ୍ରୀ ଟପ୍ ୧୦୦ ରେ ସ୍ଥାନ ପାଇଛନ୍ତି ଏବଂ ଏହି ସଂଖ୍ୟା ଆଗକୁ ଆହୁରି ବଢୁଛି। ଏହି ଉଲ୍ଲେଖନୀୟ ଫଳାଫଳ ଏଇଏସଏଲର ଶିକ୍ଷାଗତ ଶ୍ରେଷ୍ଠତାର ପରମ୍ପରା, ଛାତ୍ରଛାତ୍ରୀମାନଙ୍କୁ ପ୍ରାଧାନ୍ୟ ଦେବାର ଶୈଳୀ ଏବଂ ଦକ୍ଷ ଶିକ୍ଷକ, ସମ୍ପୂର୍ଣ୍ଣ ପାଠ୍ୟ ବ୍ୟବସ୍ଥା, ନିୟମିତ ପରୀକ୍ଷା ଓ ବ୍ୟକ୍ତିଗତ ମାର୍ଗଦର୍ଶନ ଜରିଆରେ ଦେଶସାରା ଟପ୍-ରାଙ୍କର ମେଡିକାଲ ଆଶାୟୀ ତିଆରି କରିବାର କ୍ଷମତାକୁ ଦର୍ଶାଉଛି।
ନିଜର ଖୁସି ବ୍ୟକ୍ତ କରି ଛାତ୍ରଛାତ୍ରୀମାନେ କହିଛନ୍ତି: “ଶୀର୍ଷ ସ୍ଥାନ ପାଇବା ଏକ ସ୍ୱପ୍ନ ସତ ହେବା ପରି। ଆମ ଉପରେ ସେମାନଙ୍କର ବିଶ୍ୱାସ ବଜାୟ ରଖିଥିବାରୁ ଆମେ ଆମର ପିତାମାତାଙ୍କୁ ଏବଂ ସବୁବେଳେ ସଠିକ୍ ବାଟ ଦେଖାଇବା ସହ ପ୍ରେରଣା ଦେଇଥିବାରୁ ଆକାଶର ଶିକ୍ଷକମାନଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛୁ। ନିୟମିତ ମକ୍ ଟେଷ୍ଟ, ଫଳାଫଳର ସଠିକ୍ ସମୀକ୍ଷା, ସନ୍ଦେହ ଦୂର କରିବା ପାଇଁ ସ୍ପେଶାଲ ସେସନ ଏବଂ ଶୃଙ୍ଖଳିତ କ୍ଲାସରୁମ୍ ପାଠପଢ଼ା ଆମର ବେସିକ୍ସକୁ ମଜବୁତ କରିବାରେ ଏବଂ ପ୍ରସ୍ତୁତି ସମୟରେ ଧ୍ୟାନ କେନ୍ଦ୍ରିତ କରିବାରେ ସାହାଯ୍ୟ କରିଥିଲା। ଏହି ସଫଳତା ଆମକୁ ଜଣେ ସଫଳ ଡାକ୍ତର ହେବା ପାଇଁ ଆହୁରି ଅଧିକ ପରିଶ୍ରମ କରିବାକୁ ପ୍ରେରଣା ଦେଉଛି।”
Comments are closed, but trackbacks and pingbacks are open.