–
#ପ୍ରେମା_ପ୍ରେମ_ପ୍ରତାରଣା_ପ୍ରତିଶୋଧ
ବେଙ୍ଗାଲୁରରେ ପ୍ରେମିକକୁ ଜୀବନ୍ତ ବାନ୍ଧି ଜଳାଇ ଦେଲା ପ୍ରେମିକା । କିଏ କହୁଛନ୍ତି ପାଗେଳୀ, ମନର ଅବସ୍ଥା ଭଲ ନଥିଲା ଅନେକ କଥା । ହେଲେ ପ୍ରେମ ଓ ତା ପରର ନିବିଡତା ତଥା ଅନ୍ତରଙ୍ଗ ହେଲା ପରେ, ଛଳନା ପ୍ରତାରଣା … ପ୍ରେମିକା ଏପରି କରିଥାଇ ପାରେ। ବିବାହର ପ୍ରତିଶ୍ରୁତି ଦେଇ ସବୁ ସାରିବା.. ପରେ ଅନେକ ପ୍ରେମିକ ଦୂରେଇ ଯାଆନ୍ତି । ହେଲେ ଏଠି ହୁଏତେ ପ୍ରେମିକା ତାହାର ପ୍ରତିଶୋଧ ନେଇଛି ।
ପ୍ରେମା ପ୍ରେମରେ ପ୍ରତାରିତ -ଫଳ ପ୍ରତିଶୋଧ
ବେଙ୍ଗାଲୁରର ପ୍ରେମା ନାମକ ଝିଅ ତା ପ୍ରେମିକକୁ ହତ୍ୟା କରିବା ଅଭିଯୋଗରେ ଗିରଫ ହୋଇଛି । ଅଭିଯୁକ୍ତ ହାଜତରେ ଅଛି ଏବଂ ତାକୁ ପୁଲିସ ପଚରାଉଚରା କରୁଛି । ଏହି ଅପରାଧ ପୂର୍ବପରିକଳ୍ପିତ ।
ପ୍ରେମା ପ୍ରେମରେ ପ୍ରତାରିତ ହେବାପରେ ପ୍ରତିଶୋଧ ପାଇଁ ଏପରି କରିଥିବା କହିଛି । କୀରଣ ନାମକ ଯୁବକ ଏବଂ ପ୍ରେମା ଗୋଟିଏ ଜାଗାରେ କାମ କରୁଥିଲେ । ସେଠାରେ ଦୁଇ ଜଣଙ୍କର ବନ୍ଧୁତା ପରେ ପ୍ରେମ ଓ ପରେ ବିବାହର କରିବେ କହି ଅନ୍ତରଙ୍ଗ ହୋଇଥିଲେ । କିରଣ ସବୁ କଲାପରେ ବିବାହ ପାଇଁ ମନା କରିଦେଇଥିଲା। ପ୍ରେମା ଏହାକୁ ସହଜରେ ନେଇ ପାରି ନଥିଲା । କିରଣକୁ ଆଉ ଥରେ ଅନ୍ତକଙ୍ଗ ପାଇଁ ଡାକି ଆଖି ବାନ୍ଧିଥିଲା । କିରଣ ଏହାକୁ ବିଦେଶୀ ଷ୍ଟାଇଲ୍ ଭାବିଥିଲା । ହେଲେ ପରେ ହାତ ଗୋଡ ବାନ୍ଧି କିରୋସିନ୍ ଢାଳି ଜୀଅନ୍ତା ଜାଳି ଦେଇଥିଲା । ଏହା ଥିଲା ପ୍ରତାରଣାର କରୁଣ ପରିଣତି … ଅନେକ ଯୁବକ ଯୁବତୀ ଏଥିରୁ ଶିକ୍ଷାଲାଭ କରିପାରିବେ
(ନୋଟ୍: ଏହା ଏକ ଅତ୍ୟନ୍ତ ଗମ୍ଭୀର ଏବଂ ହୃଦୟବିଦାରକ ଘଟଣା। ପୋଲିସ ତଦନ୍ତ ଚାଲିଛି।)
ଖବରର ଅନୁବାଦକ – ପଟ୍ଟନାୟକ ଜିତୁ
Comments are closed, but trackbacks and pingbacks are open.