ଓଡ଼ିଶାର ପୂର୍ବତନ ବାଚସ୍ପତି ଶରତ କର – ପରଲୋକ

0 3,762

ଓଡ଼ିଶାର ପୂର୍ବତନ ବାଚସ୍ପତି ଶରତ କରଙ୍କର ୮୧ ବର୍ଷ ବୟସରେ ପରଲୋକ ଘଟିଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‍ରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ତାଙ୍କର ପରଲୋକ ଘଟିଛି ବୋଲି ତାଙ୍କ ପୁଅ ସୁମନ୍‍ କର ସୂଚନା ଦେଇଛନ୍ତି । କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍‍ ଅଡମ-ମହେଶପୁର ଗାଁରେ ୧୯୩୯ ମସିହା ସେପ୍ଟେମ୍ବର ୫ ତାରିଖରେ ଜନ୍ମଗ୍ରହଣ କରିଥିବା ସ୍ୱର୍ଗତ କର ବାଚସ୍ପତି ସହିତ ସେ ଏକାଧିକ ଥର ଶିକ୍ଷା, ସଂସ୍କୃତି ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ସ୍ୱର୍ଗତ କର ମହାଙ୍ଗା ନିର୍ବାଚନ ମଣ୍ଡଳୀରୁ ୧୯୭୧, ୧୯୯୦ ଓ ୨୦୦୦ ମସିହାରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୧୯୭୭ ମସିହାରେ ମଧ୍ୟ ସେ କଟକ ସାଂସଦ ଭାବେ ନିର୍ବାଚିତ ହେବା ସହିତ ୨୦୦୦ ମସିହାରେ ଓଡ଼ିଶା ବିଧାନସଭାର ବାଚସ୍ପତି ଥିଲେ ।

Leave A Reply