ରାଜ୍ୟର କଟକ, ଭୁବନେଶ୍ୱର, ବ୍ରହ୍ମପୁର ଓ ସମ୍ବଲପୁର ମହାନଗର ନିଗମରେ ୪ଟି ବାଣିଜ୍ୟିକ କୋର୍ଟ ପ୍ରତିଷ୍ଠା ହେବ

0 1,512

ଭୁବନେଶ୍ୱର – #odisha ରାଜ୍ୟର କଟକ, ଭୁବନେଶ୍ୱର, ବ୍ରହ୍ମପୁର ଓ ସମ୍ବଲପୁର ମହାନଗର ନିଗମରେ ୪ଟି ବାଣିଜ୍ୟିକ କୋର୍ଟ ପ୍ରତିଷ୍ଠା କରାଯିବ । ଓଡ଼ିଶା ହାଇକୋର୍ଟଙ୍କ ସୁପାରିଶ ଏବଂ ପରାମର୍ଶ କ୍ରମେ ରାଜ୍ୟ ସରକାରଙ୍କ ପକ୍ଷରୁ
ଏହି ୪ଟି ବାଣିଜ୍ୟିକ କୋର୍ଟ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନିଆଯାଇଛି । ଏନେଇ ଆଇନ୍‍ ବିଭାଗ ପକ୍ଷରୁ ଗତକାଲି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଏହାଦ୍ୱାରା ଆଗାମୀ ଦିନରେ ବାଣିଜ୍ୟିକ ମାମଲା ଗୁଡ଼ିକର ତୁରନ୍ତ ବିଚାର ହୋଇପାରିବ ବୋଲି ଆଇନ୍‍ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ।

Leave A Reply