Browsing Category

ମୁଖ୍ୟ ଖବର

ଉପକୂଳ ଓଡ଼ିଶାରେ ବର୍ଷା ପରିମାଣ ହ୍ରାସ ପାଇବା ସହ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ପରିମାଣ ବୃଦ୍ଧି ପାଇବ – ୧୭…

ପୂର୍ବ-କେନ୍ଦ୍ରୀୟ ଏବଂ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥବା ଲଘୁଚାପ ଆଜି ସକାଳେ ଚାନ୍ଦବାଲି ଦେଇ ଅତିକ୍ରମ କରିଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି । ଏ ସମ୍ପର୍କରେ ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି,

ରାଜ୍ୟରେ ଇତିମଧ୍ୟରେ ଅଢ଼େଇ କୋଟିରୁ ଅଧିକ ଜନସାଧାରଣଙ୍କର ଟିକାକରଣ

ଜାନୁଆରୀ ୧୬ ତାରିଖରୁ ଆରମ୍ଭ ହୋଇଥିବା କରୋନା ଟିକାକରଣ ଅଭିଯାନ ଗତକାଲି ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି । ରାଜ୍ୟରେ ଇତିମଧ୍ୟରେ ଅଢ଼େଇ କୋଟିରୁ ଅଧିକ ଜନସାଧାରଣଙ୍କର ଟିକାକରଣ ହୋଇପାରିଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦୈନିକ ଟିକାକରଣର ହାର ଏବେତିନି ଲକ୍ଷ ମଧ୍ୟରେ ସୀମିତ ଥିବାବେଳେ

ମହାନଦୀରେ ବ୍ୟାରେଜ ଉପରେ ବ୍ୟାରେଜ କରୁଛି ଛତିଶଗଡ ଓଡ଼ିଶାରେ ମରୁଡି – କେନ୍ଦ୍ର କରୁଥିବା ଟ୍ରିବୁନାଲ ଏବେ କାଠ…

ମହାନଦୀର ଉପରମୁଣ୍ଡରେ ପଡ଼ୋଶୀ ରାଜ୍ୟ ଛତିଶଗଡ଼ ଗୋଟିଏ ପରେ ଗୋଟିଏ ବ୍ୟାରେଜ୍‍ ନିର୍ମାଣ କରି ଚାଲିଛି । ଏହାକୁ କେନ୍ଦ୍ର କରି ଉପୁଜିଥିବା ବିବାଦର ସମାଧାନ ପାଇଁ ଗଠିତ ଟ୍ରିବ୍ୟୁନାଲ୍‍ ମଧ୍ୟ ଏହା ଉପରେ କୌଣସି ପ୍ରତିବନ୍ଧକ ଲଗାଉ ନାହାନ୍ତି । ଅନ୍ୟ ପକ୍ଷରେ ଏ ନେଇ ତିନି ବର୍ଷ ମଧ୍ୟରେ

ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି କଳାହାଣ୍ଡି ଜିଲ୍ଲାରେ ଆରମ୍ଭ ହୋଇଛି ସେରୋସର୍ଭେ ।

ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି କଳାହାଣ୍ଡି ଜିଲ୍ଲାରେ ଆରମ୍ଭ ହୋଇଛି ସେରୋସର୍ଭେ । ପ୍ରଥମ ଦିନରେ କେସିଙ୍ଗା ବ୍ଲକ ଚାଞ୍ଚେର ଗାଁରୁ ଏହି ସେରୋ ସର୍ଭେ ଆରମ୍ଭ ହୋଇଥିବାବେଳେ ଆଜି ଭବାନୀପାଟଣା ବ୍ଲକ ତେନ୍ତୁଳିଖୁଣ୍ଟିଠାରେ କାର୍ଯ୍ୟାରମ୍ଭ ହୋଇଛି । ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ

ଗଣେଶ ପୂଜା ଓ ଭସାଣି ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି-ଏତିକି ବଡ କରିପାରିବେ ମୂର୍ତ୍ତୀ, ଭୋଜି ବନ୍ଦ

କଟକ ମହାନଗର ନିଗମ ପକ୍ଷରୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖାଯାଇ ଗଣେଶ ପୂଜା ଓ ଭସାଣି ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରାଯାଇଛି । ମଣ୍ଡପରେ ପୂଜା କରିବାକୁ ନିଗମ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଥିଲେ ମଧ୍ୟ ସର୍ବସାଧାରଣଙ୍କ ଦର୍ଶନ ଉପରେ କଟକଣା କରାଯାଇଛି । ସେହିପରି

ପୁରୀ ଶ୍ରୀମନ୍ଦିରର ୨୨ ପାହାଚର ମରାମତୀ କାର୍ଯ୍ୟ ଆରମ୍ଭ

ପୁରୀ ଶ୍ରୀମନ୍ଦିରର ୨୨ ପାହାଚର ମରାମତୀ କାର୍ଯ୍ୟ ଆରମ୍ଭ ହୋଇଛି । ବାଇଶି ପାହାଚର ବହୁ ସ୍ଥାନରେ ପାଣିପଶି ପୂରାତନ ପଥର ସଂଯୋଗ ସ୍ଥଳରେ ଫାଙ୍କମାନ ସୃଷ୍ଟି ହୋଇଥିବା ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା । ଏ.ଏସ୍‍.ଆଇ.ର ରିପୋର୍ଟ ଭିତ୍ତି କରି ଦୀର୍ଘ ୧୧ ମାସ ପରେ

ଆନନ୍ଦ ଓ ଉଲ୍ଲାସ ମଧ୍ୟରେ ପାରମ୍ପରୀକ ରୀତିମତେ ଶ୍ରୀମନ୍ଦିରରେ ନନ୍ଦୋତ୍ସବ ଆରମ୍ଭ ହୋଇଛି ।

ଶ୍ରୀମନ୍ଦିର ପରିସରରେ ଥିବା ଜଗମୋହନଠାରେ ଦୋଳିରେ ଝୁଲୁଥିବା ଶିଶୁପୁତ୍ର ଶ୍ରୀକୃଷ୍ଣଙ୍କୁ ଦର୍ଶନ କରିବାପାଇଁ ପୁରୀରେ ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ଦେଖାଦେଇଛି । ଗତକାଲି ବିଳମ୍ବିତ ରାତିରେ ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣଙ୍କ ଜନ୍ମନୀତି ଅନୁଷ୍ଠିତ ହୋଇଯାଇଛି । ଆନନ୍ଦ ଓ ଉଲ୍ଲାସ

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ସମ୍ବନ୍ଧରେ ଆସନ୍ତାକାଲି ନିଷ୍ପତ୍ତି ନିଆଯିବ

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ସମ୍ବନ୍ଧରେ ଆସନ୍ତାକାଲି ନିଷ୍ପତ୍ତି ନିଆଯିବ । ଏ ନେଇ ପରୀକ୍ଷା ପରିଚାଳନା ସମିତିର ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ରହିଛି । ଏଥିରେ ପରୀକ୍ଷା କିଭଳି କରାଯିବ ଓ ପ୍ରଶ୍ନପତ୍ର ଢାଞ୍ଚା ସମ୍ବନ୍ଧରେ ମଧ୍ୟ

ସୋମବାର ଜନ୍ମାଷ୍ଟମୀ ପଡୁଥିବାରୁ ଏହାକୁ ସରକାରୀ ଛୁଟି ଘୋଷଣା,ଶ୍ରୀମନ୍ଦିର ଦର୍ଶନ ବନ୍ଦ ରହିବ

ସରକାର ଆସନ୍ତା ସୋମବାର ଜନ୍ମାଷ୍ଟମୀ ପଡୁଥିବାରୁ ଏହାକୁ ସରକାରୀ ଛୁଟି ଘୋଷଣା କରିଛନ୍ତି । ଏଥିପାଇଁ ରାଜ୍ୟର ସମସ୍ତ ବ୍ୟାଙ୍କ ଓ ଅନ୍ୟାନ୍ୟ ବ୍ୟାଙ୍କିଂ ପ୍ରତିଷ୍ଠାନ ବନ୍ଦ ରହିବ । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଜାତୀୟ ଖାଇବା ତେଲ ଯୋଜନା-ତାଳତେଲକୁ କାର୍ଯ୍ୟକାରୀ କରବାକୁ ଅନୁମୋଦନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‍ ବୈଠକରେ ଜାତୀୟ ଖାଇବା ତେଲ ଯୋଜନା-ତାଳତେଲକୁ କାର୍ଯ୍ୟକାରୀ କରବାକୁ ଅନୁମୋଦନ କରାଯାଇଛି । ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ର ଏବଂ ଆଣ୍ଡାମାନ୍‍ ନିକୋବର ଦ୍ୱୀପ ସମୂହ ଉପରେ ବିଶେଷ ଗୁରୁତ୍ୱ ଦେଇ ଏହି ଯୋଜନା