ଜାତୀୟ ଖାଇବା ତେଲ ଯୋଜନା-ତାଳତେଲକୁ କାର୍ଯ୍ୟକାରୀ କରବାକୁ ଅନୁମୋଦନ

0 76

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‍ ବୈଠକରେ ଜାତୀୟ ଖାଇବା ତେଲ ଯୋଜନା-ତାଳତେଲକୁ କାର୍ଯ୍ୟକାରୀ କରବାକୁ ଅନୁମୋଦନ କରାଯାଇଛି । ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ର ଏବଂ ଆଣ୍ଡାମାନ୍‍ ନିକୋବର ଦ୍ୱୀପ ସମୂହ ଉପରେ ବିଶେଷ ଗୁରୁତ୍ୱ ଦେଇ ଏହି ଯୋଜନା କାର୍ଯ୍ୟକାରୀ କରାଯିବ । ଖାଇବା ତେଲ ଉତ୍ପାଦନ ବୃଦ୍ଧି କରିବା ଉପରେ ଏହି ଯୋଜନା କାର୍ଯ୍ୟକାରୀ କରିବ ।

ଏଥିପାଇଁ ୧୧ହଜାର ୪୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଏଥିମଧ୍ୟରୁ କେନ୍ଦ୍ର ସରକାର ୮ହଜାର ୮୪୪କୋଟି ଟଙ୍କା ବ୍ୟୟ କରିବେ । ଅବଶିଷ୍ଟ ୨ହଜାର ୧୯୬
କୋଟି ଟଙ୍କା ରାଜ୍ୟମାନଙ୍କୁ ବହନ କରିବାକୁ ହେବ । ଏହି ଯୋଜନା ଅନ୍ତର୍ଗତ ୨୦୨୫-୨୬ ସୁଦ୍ଧା ତାଳତେଲ ଚାଷର କ୍ଷେତ୍ରକୁ ଅତିରିକ୍ତ ୬ ଦଶମିକ ୫ଲକ୍ଷ ହେକ୍ଟର ପର୍ଯ୍ୟନ୍ତ ବଢ଼ାଇବା ଲାଗି ପ୍ରସ୍ତାବ ରଖାଯାଇଛି ।

Leave A Reply