ଜାତିଭିତ୍ତିକ ଜନଗଣନା ସହ ୫୦ ପ୍ରତିଶତରୁ ଊଦ୍ଧ୍ୱ ସଂରକ୍ଷଣ ବ୍ୟବସ୍ଥା ପାଇଁ ଆଇନ୍ ଆଣିବାକୁ ବିଜୁ ଜନତା ଦଳ ବିଜେଡି ପକ୍ଷରୁ ଦାବୀ କରାଯାଇଛି । ଏ ନେଇ ବିଜେଡିର ସାଂସଦମାନେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହଙ୍କୁ ଭେଟି ଆଲୋଚନା କରିଛନ୍ତି । ବିଜେଡି ସାଂସଦମାନଙ୍କ ପକ୍ଷରୁ କୁହାଯାଇଛି ସୁପ୍ରିମ୍ କୋର୍ଟଙ୍କ ସାମ୍ବିଧାନିକ ବେଞ୍ଚ ସର୍ବୋଚ୍ଚ ସଂରକ୍ଷଣ ସୀମା ସର୍ବାଧିକ ୫୦ ପ୍ରତିଶତ ଧାର୍ଯ୍ୟ କରିଛନ୍ତି ।
ତେଣୁ ଓଡ଼ିଶା ଭଳି ରାଜ୍ୟରେ ମାତ୍ର ୧୧ ପ୍ରତିଶତ ଅନ୍ୟାନ୍ୟ ପଛୁଆ ବର୍ଗ ଓବିସି ଲାଭ ପାଇପାରିବେ । ଗତକାଲି ସଂସଦରେ ଓବିସି ସଂଶୋଧନ ବିଲ୍ ଆଲୋଚନା ସମୟରେ ୫୦ ପ୍ରତିଶତ ସଂରକ୍ଷଣ ସୀମା ହଟାଇବା ପାଇଁ ଦାବି ହୋଇଥିଲା । ବିଜେଡି ଓ ଶିବସେନା ସାଂ ସଦ ଏ ନେଇ ଦାବି କରିଥିଲେ । ଏହାପରେ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କୁ ବିଜେଡି ସାଂସଦମାନେ ଭେଟି ଏ ନେଇ ଦାବିପତ୍ର ପ୍ରଦାନ କରିଛନ୍ତି ।