ଶ୍ରୀମନ୍ଦିର ଖୋଲିବା ନେଇ ପ୍ରଶାସନ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି । ୧୨ ତାରିଖରୁ ୨ ଦିନ ଲାଗି ସେବକ ପରିବାରକୁ ଦର୍ଶନ ଲାଗି ଅନୁମତି ଦିଆଯାଇଥିବା ବେଳେ ୧୬ରୁ ୨୦ ତାରିଖ ଯାଏଁ ପୁରୀ ୨୩ ତାରିଖରୁ ସର୍ବସାଧାରଣଙ୍କ ଲାଗି ଦର୍ଶନ ଅନୁମତି୨୩ ତାରିଖରୁ ସର୍ବସାଧାରଣଙ୍କ ଲାଗି ଦର୍ଶନ ଅନୁମତି୨୩ ତାରିଖରୁ ସର୍ବସାଧାରଣଙ୍କ ଲାଗି ଦର୍ଶନ ଅନୁମତି ୨୩ ତାରିଖରୁ ସର୍ବସାଧାରଣଙ୍କ ଲାଗି ଦର୍ଶନ ଅନୁମତି ୨୩ ତାରିଖରୁ ସର୍ବସାଧାରଣଙ୍କ ଲାଗି ଦର୍ଶନ ଅନୁମତି ୨୩ ତାରିଖରୁ ସର୍ବସାଧାରଣଙ୍କ ଲାଗି ଦର୍ଶନ ଅନୁମତି ୨୩ ତାରିଖରୁ ସର୍ବସାଧାରଣଙ୍କ ଲାଗି ଦର୍ଶନ ଅନୁମତି ୨୩ ତାରିଖରୁ ସର୍ବସାଧାରଣଙ୍କ ଲାଗି ଦର୍ଶନ ଅନୁମତି ସହରବାସୀ ଶ୍ରୀଜୀଉଙ୍କୁ ଦର୍ଶନ କରିପାରିବେ । ଆସନ୍ତା ୨୩ ତାରିଖରୁ ସର୍ବସାଧାରଣଙ୍କ ଲାଗି ଦର୍ଶନ ଅନୁମତି ମିଳିଛି ।
ଶ୍ରଦ୍ଧାଳୁମାନେ ସକାଳ ୭ଟାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ କୋଭିଡ୍ ନିୟମାବଳୀ ମାନି ଦର୍ଶନ କରିପାରିବେ ବୋଲି ସମୟ ଧାର୍ଯ୍ୟ କରାଯାଇଛି । ବଡଦେଉଳର ଚାରିଦ୍ୱାରରେ ସାନିଟାଇଜର ବ୍ୟବସ୍ଥା କରାଯିବା ସହିତ ଶ୍ରଦ୍ଧାଳୁମାନେ ସିଂହଦ୍ୱାର ଦେଇ ପ୍ରବେଶ କରି ଉତ୍ତର ଦ୍ୱାର ବାଟେ ପ୍ରସ୍ଥାନ କରିବାକୁ ସ୍ଥିର କରାଯାଇଛି । ଦର୍ଶନାର୍ଥୀମାନେ ମନ୍ଦିର ପରିସରରେ କୌଣସି ମୂର୍ତ୍ତିକୁ ସ୍ପର୍ଶ କରିପାରିବେ ନାହିଁ ଏବଂ ମନ୍ଦିର ଭିତରକୁ ଭୋଗ ଓ ଦୀପ ନେଇପାରିବେ ନାହିଁ । ମନ୍ଦିର ପରିସରରେ ଗୁଟ୍ଖା ଖାଇଲେ ଅଥବା
ପାନଛେପ ପକାଇଲେ ୫୦୦ ଟଙ୍କା ଜରିମାନା କରାଯିବ ।
ସେହିପରି ଶ୍ରୀମନ୍ଦିରକୁ ପଲିଥିନ୍ ନେଲେ ୧୦୦ ଟଙ୍କା ଜରିମାନା କରାଯିବ ବୋଲି ସୂଚନା ମିଳିଛି । ଶ୍ରଦ୍ଧାଳୁମାନଙ୍କ ଲାଗି ସିଂହଦ୍ୱାର ସମ୍ମୁଖ ବଡ଼ଦାଣ୍ଡରେ ଛାମୁଣ୍ଡିଆ ନିର୍ମାଣ କରାଯାଇଛି । ଭକ୍ତମାନେ ଶ୍ରୀମନ୍ଦିର ପରିସରରେ ମହାପ୍ରସାଦ ସେବନ କରିପାରିବେ ନାହିଁ । ପ୍ରତି ଶନିବାର ଓ ରବିବାର ସାଧାରଣ ଦର୍ଶନ ବନ୍ଦ ରହିବ ଓ ଏହି ଦିନଗୁଡ଼ିକରେ ଶ୍ରୀମନ୍ଦିରକୁ ସାନିଟାଇଜ୍ କରାଯିବ । ବଡ଼ ବଡ଼ ପୂଜା ପାର୍ବଣରେ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ଲାଗି ବାରଣ କରାଯାଇଛି । ଜନ୍ମାଷ୍ଟମୀ ଓ ଗଣେଶ ପୂଜାରେ ଶ୍ରୀମନ୍ଦିର ବନ୍ଦ
ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଶ୍ରୀଜୀଉଙ୍କୁ ଦର୍ଶନ କରିବାକୁ ଆସୁଥିବା ଲୋକଙ୍କ ଗାଡ଼ିଗୁଡ଼ିକୁ ଜଗନ୍ନାଥ ବଲ୍ଲଭ ମଠ ପରିସରରେ ପାର୍କିଂ କରାଯିବାକୁ ମଧ୍ୟ ସ୍ଥିର କରାଯାଇଛି ।