ଭାରତୀୟ ପୁରୁଷ ହକି ଦଳରେ ଭାଗ ନେଇ ବ୍ରୋଞ୍ଜ୍‍ ପଦକ ହାସଲ କରିଥିବା ବୀରେନ୍ଦ୍ର ଲାକ୍ରା ଓ ଅମିତ୍‍ ରୋହିଦାସଙ୍କୁ ଅଢ଼େଇ କୋଟି ଟଙ୍କା ଲେଖାଏଁ ନଗଦ ରାଶି ପୁରସ୍କାର ଆକାରରେ ପ୍ରଦାନ କରିବା ସହ ସେମାନଙ୍କୁ ଡି.ଏସ୍‍.ପି. ଭାବେ ନିଯୁକ୍ତି

0 94

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ୍‍ଠାରେ ହକିରେ ଅଲିମ୍ପିକ୍ସ ବିଜେତାମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଭାରତୀୟ ପୁରୁଷ ହକି ଦଳରେ ଭାଗ ନେଇ ବ୍ରୋଞ୍ଜ୍‍ ପଦକ ହାସଲ କରିଥିବା ବୀରେନ୍ଦ୍ର ଲାକ୍ରା ଓ ଅମିତ୍‍ ରୋହିଦାସଙ୍କୁ ଅଢ଼େଇ କୋଟି ଟଙ୍କା ଲେଖାଏଁ ନଗଦ ରାଶି ପୁରସ୍କାର ଆକାରରେ ପ୍ରଦାନ କରିବା ସହ ସେମାନଙ୍କୁ ଡି.ଏସ୍‍.ପି. ଭାବେ ନିଯୁକ୍ତ କରିଛନ୍ତି । ସେହିପରି ଭାରତୀୟ ମହିଳା ହକି ଦଳ ସେମିଫାଇନାଲ୍‍ରେ ପହଞ୍ଚି ଦେଶପାଇଁ ଗୌରବ ଅର୍ଜନ କରିଥିବାରୁ ଏହି
ଦଳରେ ସାମିଲ୍‍ ଥିବା ଦୀପ୍‍ଗ୍ରେସ୍‍ ଏକ୍କା ଓ ନମିତା ଟପୋଙ୍କୁ ୫୦ ଲକ୍ଷ ଟଙ୍କା ଲେଖାଏଁ ଅର୍ଥରାଶି ପ୍ରଦାନ କରିଛନ୍ତି । ଏଥିସହିତ ଭବିଷ୍ୟତରେ ସମସ୍ତ
ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।


ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଖେଳାଳିମାନଙ୍କ ଉଚ୍ଚକୋଟୀର 1ପ୍ରଦର୍ଶନକୁ ଭୂୟସୀ ପ୍ରଶଂସା କରିଥିଲେ । ଯେଉଁଭଳି ଭାବେ ମହିଳା ହକି ଟିମ୍‍ ସେମିଫାଇନାଲ୍‍ରେ ସେମାନଙ୍କର କ୍ରୀଡ଼ାନୈପୁଣ୍ୟ ପ୍ରଦର୍ଶନ କରିଥିଲେ, ତାହା ଅତ୍ୟନ୍ତ ଉତ୍ସାହଜନକ ଓ ପ୍ରେରଣାଦାୟୀ ଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ପ୍ରତ୍ୟେକ ଖେଳାଳି କଠିନ ପରିଶ୍ରମ ଜାରି ରଖି ଦେଶପାଇଁ ଆହୁରି ସୁନାମ ଆଣନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା, ଓଡ଼ିଶା ହକି ପ୍ରୋତ୍ସାହନ ପରିଷଦର ଅଧ୍ୟକ୍ଷ ଦିଲୀପ ତିର୍କୀ, ଫାଇଭ୍‍-ଟି ସଚିବ ଭି.କେ. ପାଣ୍ଡିଆନ ଏବଂ କ୍ରିଡ଼ା ସଚିବ ଆର୍‍. ଭିନିଲ୍‍ କ୍ରିଷ୍ଣା ପ୍ରମୁଖ ଉପସ୍ଥିତ ଥିଲେ ।



ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ୍‍ଠାରେ ହକିରେ ଅଲିମ୍ପିକ୍ସ ବିଜେତାମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଭାରତୀୟ ପୁରୁଷ ହକି ଦଳରେ ଭାଗ ନେଇ ବ୍ରୋଞ୍ଜ୍‍ ପଦକ ହାସଲ କରିଥିବା ବୀରେନ୍ଦ୍ର ଲାକ୍ରା ଓ ଅମିତ୍‍ ରୋହିଦାସଙ୍କୁ ପୁରସ୍କାର ଆକାରରେ ଅଢ଼େଇ କୋଟି ଟଙ୍କା ଲେଖାଏଁ ନଗଦ ରାଶି ପ୍ରଦାନ କରିବା ସହ ସେମାନଙ୍କୁ ଡି.ଏସ୍‍.ପି. ଭାବେ ନିଯୁକ୍ତ କରିଛନ୍ତି । ସେହିପରି ଭାରତୀୟ ମହିଳା ହକି ଦଳ ସେମିଫାଇନାଲ୍‍ରେ ପହଞ୍ଚି ଦେଶପାଇଁ ଗୌରବ ଅର୍ଜନ କରିଥିବାରୁ ଏହି
ଦଳରେ ସାମିଲ୍‍ ଥିବା ଦୀପ୍‍ଗ୍ରେସ୍‍ ଏକ୍କା ଓ ନମିତା ଟପୋଙ୍କୁ ୫୦ ଲକ୍ଷ ଟଙ୍କା ଲେଖାଏଁ ଅର୍ଥରାଶି ପ୍ରଦାନ କରିଛନ୍ତି । ଏଥିସହିତ ଭବିଷ୍ୟତରେ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଖେଳାଳିମାନଙ୍କ ଉଚ୍ଚକୋଟୀର ପ୍ରଦର୍ଶନକୁ ଭୂୟସୀ ପ୍ରଶଂସା କରିଥିଲେ ।

Leave A Reply