ସରକାର ଆସନ୍ତା ସୋମବାର ଜନ୍ମାଷ୍ଟମୀ ପଡୁଥିବାରୁ ଏହାକୁ ସରକାରୀ ଛୁଟି ଘୋଷଣା କରିଛନ୍ତି । ଏଥିପାଇଁ ରାଜ୍ୟର ସମସ୍ତ ବ୍ୟାଙ୍କ ଓ ଅନ୍ୟାନ୍ୟ ବ୍ୟାଙ୍କିଂ ପ୍ରତିଷ୍ଠାନ ବନ୍ଦ ରହିବ । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଶ୍ରୀମନ୍ଦିର ବନ୍ଦ
ପୁରୀ ଶ୍ରୀମନ୍ଦିର ଆଜିଠାରୁ ୩ ଦିନ ଧରି ସର୍ବସାଧାରଣଙ୍କ ଦର୍ଶନ ପାଇଁ ବନ୍ଦ ରହିବ । ଆଜି ଓ ଆସନ୍ତାକାଲି ସଟ୍ଡାଉନ୍ ପାଇଁ ପୁରୀ ସହର ବନ୍ଦ ରହୁଥିବାରୁ ଶ୍ରୀମନ୍ଦିର ଦର୍ଶନ ବନ୍ଦ ରହିବ । ସେହିପରି ଆସନ୍ତା ସୋମବାର ଜନ୍ମାଷ୍ଟମୀ ଉପଲକ୍ଷେ ଭକ୍ତଙ୍କ ଭିଡ଼ ତଥା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମଧ୍ୟ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରଖାଯାଇଛି ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ତେବେ ଅଗଷ୍ଟ ୩୧ ତାରିଖରୁ ଭକ୍ତମାନେ କୋଭିଡ କଟକଣା ମଧ୍ୟରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ।