ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ସମ୍ବନ୍ଧରେ ଆସନ୍ତାକାଲି ନିଷ୍ପତ୍ତି ନିଆଯିବ

0 64

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ସମ୍ବନ୍ଧରେ ଆସନ୍ତାକାଲି ନିଷ୍ପତ୍ତି ନିଆଯିବ । ଏ ନେଇ ପରୀକ୍ଷା ପରିଚାଳନା ସମିତିର ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ରହିଛି । ଏଥିରେ ପରୀକ୍ଷା କିଭଳି କରାଯିବ ଓ ପ୍ରଶ୍ନପତ୍ର ଢାଞ୍ଚା ସମ୍ବନ୍ଧରେ ମଧ୍ୟ ନିଷ୍ପତ୍ତି ନିଆଯିବ ।

ଯେଉଁ ଛାତ୍ରଛାତ୍ରୀ ବିକଳ୍ପ ମୂଲ୍ୟାୟନ ପ୍ରକ୍ରିୟାରେ ପ୍ରକାଶିତ ଫଳକୁ ନେଇ ଅସନ୍ତୁଷ୍ଟ ସେମାନଙ୍କୁ ପରୀକ୍ଷା ଦେବାକୁ ସୁଯୋଗ ଦେବା ସମ୍ପର୍କରେ ମଧ୍ୟ ଆଲୋଚନା ହେବ । କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମରେ ହେବାକୁ ଥିବା ପରୀକ୍ଷା ପଦ୍ଧତି ପରିବର୍ତ୍ତନ କରିବା ନେଇ ପରିଷଦ ପକ୍ଷରୁ ବିଚାରବିମର୍ଷ କରାଯାଉଛି ।

ଆସନ୍ତାକାଲି ବୈଠକରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ।

Leave A Reply