Browsing Category

ଆଶାର ଆଲୋକ

ଲେପ୍ଟନାଣ୍ଟ ଜେନେରାଲ୍‍ ବିଏସ୍‌ ରାଜୁ ମେ ମାସ ପହିଲାରେ ସେନାବାହିନୀର ଉପମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବେ

ଲେପ୍ଟନାଣ୍ଟ ଜେନେରାଲ୍‍ ବାଗାବାଲି ସୁମାଶେଖର ରାଜୁ ମେ ମାସ ପହିଲାରେ ସେନାବାହିନୀର ଉପମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବେ ।ବିଜାପୁର ସୈନିକ ସ୍କୁଲ୍‍ର ବିଦ୍ୟାର୍ଥୀ ରହିଥିବା ଲେପ୍ଟନାଣ୍ଟ ଜେନେରାଲ୍‍ ବାଗାବାଲି ସୁମାଶେଖର ରାଜୁ ନ୍ୟାସନାଲ୍‍ ଡିଫେନ୍ସ ଏକାଡେମୀରେଅଧ୍ୟୟନ କରିଥିଲେ ।

ନୂଆଦିଲ୍ଲୀର ବିଜ୍ଞାନ ଭବନରେ ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟ ମୁଖ୍ୟ
ବିଚାରପତିଙ୍କ ସମ୍ମିଳନୀ ଆରମ୍ଭ

ନୂଆଦିଲ୍ଲୀର ବିଜ୍ଞାନ ଭବନରେ ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସମ୍ମିଳନୀ ଆରମ୍ଭ ହେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କାର୍ଯ୍ୟକ୍ରମକୁ ଉଦ୍‍ଘାଟନ କରିବେ । ସମ୍ମିଳନୀରେ ଯୋଗଦେବାପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ : ନବଭାରତ ନୂଆ ନୂଆ କ୍ଷେତ୍ରକୁ ସମ୍ପ୍ରସାରିତ ହେବା ସହ ବିଶ୍ୱରେ ଏକ ଛାପ ଛାଡ଼ିଛି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ନବଭାରତ ନୂଆ ନୂଆ କ୍ଷେତ୍ରକୁ ସମ୍ପ୍ରସାରିତ ହେବା ସହ ବିଶ୍ୱରେ ଏକ ଛାପ ଛାଡ଼ିଛି । ସେ କହିଛନ୍ତି, କୋଭିଡ୍‍ ହେଉଛି ଏହାର ସର୍ବବୃହତ ଉଦାହରଣ । ପ୍ରଧାନମନ୍ତ୍ରୀ କହିଛନ୍ତି, କୋଭିଡ୍‍ ସମୟରେ ଦେଶର ସାମର୍ଥ୍ୟକୁ ନେଇ କିଛି ଲୋକ ସନ୍ଦିହାନ ଥିଲେ

ଆଜାଦୀ କା ଅମୃତ ମହୋତ୍ସବ ପାଳନ

ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆସନ୍ତାକାଲିଠାରୁ ନାଟକ ଉତ୍ସବ ଆରମ୍ଭ ହେଉଛି । ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପଠାରେ ୫ ଜଣ ବରପୁତ୍ରଙ୍କ ଜୀବନୀକୁ ନେଇ ଏହି ନାଟକଗୁଡ଼ିକ ମଞ୍ଚସ୍ଥ ହେବ । ସନ୍ଥକବି ଭୀମଭୋଇ, ମଧୁସୂଦନ

ଓଡ଼ିଶା ଝାଡ଼ଖଣ୍ଡ ପରେ ଦେଶର ଦ୍ୱିତୀୟ ରାଜ୍ୟ -ହାତୀଙ୍କ ଯାତାୟତକୁ ସୁରକ୍ଷିତ କରିବାପାଇଁ ଏକ ରେଳ ଓଭରବ୍ରିଜ୍‍ ନିର୍ମାଣ…

ଢେଙ୍କାନାଳ ଜିଲ୍ଲା କପିଳାସ ନିକଟରେ ହାତୀଙ୍କ ଯାତାୟତକୁ ସୁରକ୍ଷିତ କରିବାପାଇଁ ଏକ ରେଳ ଓଭରବ୍ରିଜ୍‍ ନିର୍ମାଣ କରାଯିବ । ଜାତୀୟ ବନ୍ୟାପ୍ରାଣୀ ସଂସ୍ଥା ଏଥିପାଇଁ ଅନୁମତି ଦେଇଛି । ଇତିମଧ୍ୟରେ ବିଭାଗୀୟ ଅଧିକାରୀ କ୍ଷେତ୍ର ପ୍ରଦର୍ଶନ କରିସାରିଛନ୍ତି । ରେଳବାଇ ଓ ଢେଙ୍କାନାଳ ବନଖଣ୍ଡ

ଚଳିତ ବର୍ଷ ଖରିଫ୍‍ ଫସଲ ପାଇଁ ରାଜ୍ୟ ସରକାର୯ହଜାର କୋଟି ଟଙ୍କାର କୃଷିଋଣ ଯୋଗାଇ ଦେବେ

ଚଳିତ ବର୍ଷ ଖରିଫ୍‍ ଫସଲ ପାଇଁ ସମବାୟ ସଂସ୍ଥା ଜରିଆରେ ୯ ହଜାର କୋଟି ଟଙ୍କାର କୃଷିଋଣ ଯୋଗାଇ ଦେବାକୁ ରାଜ୍ୟ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ୍‍ ତଥା କେନ୍ଦ୍ର ସମବାୟ ବ୍ୟାଙ୍କ୍‍ ଏବଂ ବିଭିନ୍ନ ପ୍ରାଥମିକ କୃଷିଋଣ ସମବାୟ ସମିତି ମାଧ୍ୟମରେ

ଫିନ୍‍ଟେକ୍‍ ସମ୍ପର୍କିତ ନୂତନ ଷ୍ଟାର୍ଟ ଅପ୍‍ଗୁଡ଼ିକ ଏବେ ଦେଶବ୍ୟାପୀ ଉତ୍ତମ କାର୍ଯ୍ୟ କରୁଛନ୍ତି – ମୋଦି

ଦେଶବ୍ୟାପୀ ଡିଜିଟାଲ୍‍ ନେଣଦେଣ ବୃଦ୍ଧି ପାଉଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଆକାଶବାଣୀର ‘ମନ୍‍ କୀ ବାତ୍‍’ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବା ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶର ଦୁର୍ଗମ ଅଞ୍ଚଳ, ଛୋଟ ସହର ସମେତ

ନବରଙ୍ଗପୁର-ଜୟପୁର–ମାଲକାନଗିରି ଓ ଭଦ୍ରାଚଳମ ପର୍ଯ୍ୟନ୍ତ ରେଳପଥର
ସର୍ଭେ କାର୍ଯ୍ୟ ପ୍ରାୟ ଶେଷ

କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମାଲକାନଗିରି-ଭଦ୍ରାଚଳମ୍‍ ରେଳ ପ୍ରକଳ୍ପ ସମ୍ବନ୍ଧରେ ସମୀକ୍ଷା କରିଛନ୍ତି । ଏହି ପ୍ରକଳ୍ପ ପାଇଁ ଜୁନାଗଡ଼ଠାରୁ ନବରଙ୍ଗପୁର-ଜୟପୁର–ମାଲକାନଗିରି ଓ ଭଦ୍ରାଚଳମ ପର୍ଯ୍ୟନ୍ତ ରେଳପଥର ସର୍ଭେ କାର୍ଯ୍ୟ ପ୍ରାୟ ଶେଷ ହୋଇଆସିଲାଣି ବୋଲି ମନ୍ତ୍ରୀ କହିଛନ୍ତି

ଆଗାମୀ ମାସ ୩ – ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ୨୧ ଦିନ ବ୍ୟାପୀ ଚନ୍ଦନ ଯାତ୍ରା

ଆଗାମୀ ମାସ ୩ ତାରିଖ ପବିତ୍ର ଅକ୍ଷୟ ତୃତୀୟା ଠାରୁ ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ୨୧ ଦିନ ବ୍ୟାପୀ ଚନ୍ଦନ ଯାତ୍ରା । ଚନ୍ଦନ ଯାତ୍ରା ଠାରୁ ତିନିରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଏହି ଯାତ୍ରାରେ ସର୍ବସାଧାରଣ ଭକ୍ତ ସାମିଲ ହେବା ଲାଗି ଅନୁମତି ମିଳିବା ସହିତ

କଟକ ବାରବାଟୀ ଷ୍ଟାଡିୟମରେ ଆସନ୍ତା ଜୁନ୍‍ ୧୨ ତାରିଖରେ ଟି-୨୦ମ୍ୟାଚ୍‍

କଟକ ବାରବାଟୀ ଷ୍ଟାଡିୟମରେ ଆସନ୍ତା ଜୁନ୍‍ ୧୨ ତାରିଖରେ ଟି-୨୦ ମ୍ୟାଚ୍‍ ଖେଳାଯିବ । ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଏହି ମ୍ୟାଚ୍‍ ଅନୁଷ୍ଠିତ ହେବ ବୋଲି ଓସିଏ ସମ୍ପାଦକ ସଂଜୟ ବେହେରା ସୂଚନା ଦେଇଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ୫ ମ୍ୟାଚ୍‍ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ଦ୍ୱିତୀୟ