ଫିନ୍ଟେକ୍ ସମ୍ପର୍କିତ ନୂତନ ଷ୍ଟାର୍ଟ ଅପ୍ଗୁଡ଼ିକ ଏବେ ଦେଶବ୍ୟାପୀ ଉତ୍ତମ କାର୍ଯ୍ୟ କରୁଛନ୍ତି – ମୋଦି
ଦେଶବ୍ୟାପୀ ଡିଜିଟାଲ୍ ନେଣଦେଣ ବୃଦ୍ଧି ପାଉଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଆକାଶବାଣୀର ‘ମନ୍ କୀ ବାତ୍’ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବା ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶର ଦୁର୍ଗମ ଅଞ୍ଚଳ, ଛୋଟ ସହର ସମେତ ବିଭିନ୍ନ ସ୍ଥାନରେ ଜନସାଧାରଣ ଏବେ ୟୁ.ପି.ଆଇ. ମାଧ୍ୟମରେ ନେଣଦେଣ କରୁଛନ୍ତି । ତେଣୁ ୟୁ.ପି.ଆଇ. ବର୍ତ୍ତମାନ ଦେଶର ଅର୍ଥ ବ୍ୟବସ୍ଥାର ଏକ ଅଂଶ ହୋଇଯାଇଛି । ପ୍ରତ୍ୟେକ ଦିନ ଦେଶବ୍ୟାପୀ ୨୦ ହଜାର କୋଟି ଟଙ୍କାରୁ ଊଦ୍ଧ୍ୱର୍ ଆର୍ଥିକ କାରବାର ଡିଜିଟାଲ୍ ମାଧ୍ୟମରେ ସମ୍ପନ୍ନ ହେଉଛି । ଗତ ମାର୍ଚ୍ଚ ମାସରେ ଏହି ୟୁ.ପି.ଆଇ. ନେଣଦେଣ ପ୍ରାୟ ୧୦ ଲକ୍ଷ କୋଟି ଟଙ୍କା ଛୁଇଁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ଫିନ୍ଟେକ୍ ସମ୍ପର୍କିତ ନୂତନ ଷ୍ଟାର୍ଟ ଅପ୍ଗୁଡ଼ିକ ଏବେ ଦେଶବ୍ୟାପୀ ଉତ୍ତମ କାର୍ଯ୍ୟ କରୁଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି । ସେ କହିଛନ୍ତି, ନୂତନ ଜ୍ଞାନକୌଶଳଦ୍ୱାରା ସାଧାରଣ ଲୋକଙ୍କ ଜୀବନଶୈଳୀରେ ଅନେକ ପରିବର୍ତ୍ତନ ଆସିପାରିଛି । ସେହିଭଳି ଏହା ମାଧ୍ୟମରେ ଦିବ୍ୟାଙ୍ଗ ଜନସାଧାରଣଙ୍କ
ଜୀବନଶୈଳୀ ମଧ୍ୟ ସହଜ ହେବା ସହ ଏକ ନୂତନ ଶିଖରରେ ପହଞ୍ଚାଇବାରେ ସକ୍ଷମ ହୋଇପାରିଛି । ଦିବ୍ୟାଙ୍ଗ ଜନସାଧାରଣଙ୍କ କଲ୍ୟାଣ ଦିଗରେ ସମସ୍ତ
ପ୍ରକାର ମୌଳିକଢାଞ୍ଚା ଏବଂ ସମ୍ବଳର ସୁବିଧା ଉପଲବ୍ଧ କରାଇବା ଦିଗରେ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ଜଳ ସଂରକ୍ଷଣ ଦିଗରେ ଦେଶ ଦ୍ରୁତଗତିରେ ଆଗେଇ ଚାଲିଛି । ଶ୍ରୀ ମୋଦି କହିଛନ୍ତି, ଏହି ଅମୃତ ମହୋତ୍ସବ ପାଳନ ସମୟରେଦେଶର ପ୍ରତ୍ୟେକ ଜିଲ୍ଲାରେ ୭୫ଟି ଲେଖାଏଁ ଅମୃତ ସରୋବର ସ୍ଥାପନ କରାଯିବ । ଶ୍ରୀ ମୋଦି କହିଛନ୍ତି, ଦେଶର ଦ୍ରୁତ ବିକାଶ ଜଳର ଅଭାବ ବା ଉପଲବ୍ଧତା ଉପରେ ନିର୍ଭର କରେ । ପ୍ରତ୍ୟେକ ଜୀବନ ଲାଗି ଜଳ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବାବେଳେ ଦେଶର ସାମଗ୍ରିକ ବିକାଶ ଦିଗରେ ଏହା ମଧ୍ୟ ସର୍ବାଧିକ ସମ୍ବଳ ଅଟେ । ଜଳ ସଂରକ୍ଷଣ କରି ଜଳାଶୟ ନିର୍ମାଣ କରିବା ପ୍ରକ୍ରିୟାକୁ ବେଦ ଓ ପୁରାଣରେ ସାମାଜିକ ତଥା ଧାର୍ମିକ କର୍ତ୍ତବ୍ୟ ବୋଲି ଅଭିହିତ କରାଯାଇଛି ।
ପ୍ରଧାନମନ୍ତ୍ରୀ କହିଛନ୍ତି, ବାଲ୍ମୀକି ରାମାୟଣରେ ଜଳ ସଂରକ୍ଷଣ କରିବା ସହିତ ଜଳଉତ୍ସଗୁଡ଼ିକୁ ସଂଯୋଗ କରିବା ଉପରେ ସ୍ୱତନ୍ତ୍ର ଗୁରୁତ୍ୱାରୋପ କରାଯାଇଛି । ଏପରିକି ହରପ୍ପା ସଭ୍ୟତା ସମୟରେ ଜଳଉତ୍ସଗୁଡ଼ିକର ଆନ୍ତଃ ସଂଯୋଗୀକରଣ କରାଯାଇଥିଲା । ଆଜାଦୀ କା ଅମୃତ ମହୋତ୍ସବ ବର୍ତ୍ତମାନ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଦେଶରେ ଥିବା ବିଭିନ୍ନ ସଂଗ୍ରହାଳୟ ସମ୍ପର୍କରେ ଦେଶବାସୀଙ୍କୁ କେତେଗୁଡ଼ିଏ ପ୍ରଶ୍ନ କରିଛନ୍ତି । ସେସବୁର ଉତ୍ତର ନମୋ ଆପ୍ କିମ୍ବା ସାମାଜିକ ଗଣମାଧ୍ୟମ ହାସଟ୍ୟାଗ୍ ଜ୍ଞଙ୍କଗ୍ଦରଙ୍କଜ୍ଞ କ୍ତଙ୍କସଚ୍ଛ ମାଧ୍ୟମରେ ଦେବାଲାଗି ଶ୍ରୀ ମୋଦି ଅନୁରୋଧ କରିଛନ୍ତି । ଜନସାଧାରଣ ବିଭିନ୍ନ ସଂଗ୍ରହାଳୟକୁ ଐତିହାସିକ ତଥା ପୁରାତନ ସାମଗ୍ରୀ ଦାନ କରିବା ଦିଗରେ
ଆଗେଇ ଆସୁଥିବାରୁ ଏଭଳି ବ୍ୟକ୍ତିଗତ ପ୍ରଚେଷ୍ଟାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି ।
ପ୍ରଧାନମନ୍ତ୍ରୀ ମନ୍ କୀ ବାତ୍ର ଏହି ସଂସ୍କରଣରେ ଗଣିତ ଉପରେ ମଧ୍ୟ ଚର୍ଚ୍ଚା କରିଛନ୍ତି । ସେ କହିଛନ୍ତି, ଗଣିତ କ୍ଷେତ୍ର ଏବଂ ଗବେଷଣା କ୍ଷେତ୍ରରେ ଭାରତର ଅବଦାନ ଅତୁଳନୀୟ । ଏହିସବୁ କ୍ଷେତ୍ର ଲାଗି ସ୍ୱାଭାବିକ ଗୁରୁତ୍ୱ ବହନ କରୁଥିବା ଶୂନ୍ୟର ଉଦ୍ଭାବନ ଭାରତରେ ହିଁ ହୋଇଥିଲା । ପ୍ରଧାନମନ୍ତ୍ରୀ ମନ କୀ ବାତ୍ର ଏହି ସଂସ୍କରଣରେ ଇଦ୍, ଅକ୍ଷୟ ତୃତୀୟା, ଭଗବାନ ପରଶୁରାମଙ୍କ ଜନ୍ମବାର୍ଷିକୀ ଏବଂ ବୁଦ୍ଧ ପୂର୍ଣ୍ଣିମା ଅବସରରେ ଦେଶବାସୀଙ୍କୁ ଆଗୁଆ ଅଭିନନ୍ଦନ ଜଣାଇଛନ୍ତି । ଶେଷରେ ପ୍ରଧାନମନ୍ତ୍ରୀ ମାସ୍କ ପିନ୍ଧିବା ସହ ହାତ ଧୋଇବା ଏବଂ କୋଭିଡ୍ ସଂକ୍ରାନ୍ତ ସମସ୍ତ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ଲାଗି ଦେଶବାସୀଙ୍କୁ ନିବେଦନ କରିଛନ୍ତି ।
Comments are closed, but trackbacks and pingbacks are open.