ଲେପ୍ଟନାଣ୍ଟ ଜେନେରାଲ୍ ବାଗାବାଲି ସୁମାଶେଖର ରାଜୁ ମେ ମାସ ପହିଲାରେ ସେନାବାହିନୀର ଉପମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବେ ।
ବିଜାପୁର ସୈନିକ ସ୍କୁଲ୍ର ବିଦ୍ୟାର୍ଥୀ ରହିଥିବା ଲେପ୍ଟନାଣ୍ଟ ଜେନେରାଲ୍ ବାଗାବାଲି ସୁମାଶେଖର ରାଜୁ ନ୍ୟାସନାଲ୍ ଡିଫେନ୍ସ ଏକାଡେମୀରେ
ଅଧ୍ୟୟନ କରିଥିଲେ । ୧୯୮୪ ମସିହା ଡିସେମ୍ବର ୧୫ ତାରିଖରେ ସେ ଜଠ୍ ରେଜିମେଣ୍ଟ୍ରେ ଯୋଗ ଦେଇଥିଲେ । ଜାମ୍ମୁ କାଶ୍ମୀରରେ ସେ ଓ.ପି.
ପରାକ୍ରମ ସମୟରେ ତାଙ୍କ ବାଟାଲିୟାନ୍ର କମାଣ୍ଡ ନେଇଥିଲେ ।
ଲେପ୍ଟନାଣ୍ଟ ଜେନେରାଲ୍ ରାଜୁ ମଧ୍ୟ ହେଲିକପ୍ଟର ପାଇଲଟ୍ ଭାବେ ଯୋଗ୍ୟତା ଅର୍ଜନ କରିଛନ୍ତି । ତାଙ୍କର ଉଲ୍ଲେଖନୀୟ ସେବା ପାଇଁ ତାଙ୍କୁ ଉତ୍ତମ ଯୁଦ୍ଧସେବା ପଦକ, ଅତି ବିଶିଷ୍ଟ ସେବା ପଦକ ଓ ଯୁଦ୍ଧସେବା ପଦକରେ ସମ୍ମାନିତ କରାଯାଇଥିଲା ।
Comments are closed, but trackbacks and pingbacks are open.