ଆଗାମୀ ମାସ ୩ – ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ୨୧ ଦିନ ବ୍ୟାପୀ ଚନ୍ଦନ ଯାତ୍ରା

94

ଆଗାମୀ ମାସ ୩ ତାରିଖ ପବିତ୍ର ଅକ୍ଷୟ ତୃତୀୟା ଠାରୁ ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ୨୧ ଦିନ ବ୍ୟାପୀ ଚନ୍ଦନ ଯାତ୍ରା । ଚନ୍ଦନ ଯାତ୍ରା ଠାରୁ ତିନିରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଏହି ଯାତ୍ରାରେ ସର୍ବସାଧାରଣ ଭକ୍ତ ସାମିଲ ହେବା ଲାଗି ଅନୁମତି ମିଳିବା ସହିତ ଶ୍ରୀଜୀଉଙ୍କର ନୀତି ନିର୍ଘଣ୍ଟ ଶ୍ରୀମନ୍ଦିର ପରିଚାଳନା କମିଟିରେ ଅନୁମୋଦନ ଲାଭ କରିଛି ।

ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ଅନୁଷ୍ଠିତ ହୋଇ ଆଗାମୀ ୨୦୨୨- ୨୦୨୩ ଆର୍ôଥକ ବର୍ଷ ଲାଗି ଶ୍ରୀମନ୍ଦିର ଅ।।ୟବ୍ୟୟ ଲାଗି ହେବାକୁ ଥିବା ବଜେଟ୍‍ ସମ୍ପର୍କରେ ଆଲୋଚନା କରାଯାଇଥିଲା । ତେବେ ଆଗାମୀ ୨୫ ତାରିଖରେ କମିଟିର ପୁନଃ ବୈଠକ ବସି ବଜେଟ୍‍ ସମ୍ପର୍କରେ ଆଲୋଚନା କରାଯିବ ବୋଲି ସୂଚନା ମିଳିଛି । ଆସନ୍ତା ୨୯ ତାରିଖ ଠାରୁ ସିଂହଦ୍ୱାର ସହ ପଶ୍ଚିମ ଦ୍ୱାର ବାଟ ଦେଇ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିରକୁ ପ୍ରବେଶ କରିବା ସହ ଉତ୍ତର ଓ ଦକ୍ଷିଣ ଦ୍ୱାର ଦେଇ ପ୍ରସ୍ଥାନ କରିବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ପ୍ରକାଶ କରିଛନ୍ତି ।

Comments are closed, but trackbacks and pingbacks are open.