ଓଡ଼ିଶାରେ ଡେଲୋଏଟ୍ର ସଂପ୍ରସାରଣ ଦ୍ୱାରା ଯୁବବର୍ଗଙ୍କୁ ବ୍ୟାପକ ନିଯୁକ୍ତି ସୁଯୋଗ ମିଳିବ -ଧର୍ମେନ୍ଦ୍ର ପ୍ରଧାନ
ଓଡ଼ିଶାରେ ଡେଲୋଏଟ୍ର ସଂପ୍ରସାରଣ ଦ୍ୱାରା ଯୁବବର୍ଗଙ୍କୁ ବ୍ୟାପକ ନିଯୁକ୍ତି ସୁଯୋଗ ମିଳିବ ବୋଲି କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଏକ ଟ୍ୱିଟ୍ ବାର୍ତ୍ତାରେ ଶ୍ରୀ ପ୍ରଧାନ ଏହି ପଦକ୍ଷେପ ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଡେଲୋଏଟର ଗ୍ଲୋବାଲ୍ ସିଇଓ ପୁନିତ ରେଞ୍ଜନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଭୁବନେଶ୍ୱରଠାରେ ବହୁ ସ୍ୱଦେଶୀ କମ୍ପାନୀର ଉପସ୍ଥିତି ନୂଆ ସମ୍ଭାବନା ସୃଷ୍ଟି କରିବ ଓ ଭୁବନେଶ୍ୱର ଭଳି ସହରରେ ଟ୍ୟାଲେଣ୍ଟ୍ ହବ୍ ପାଇଁ ନୂଆ ସୁଯୋଗ ଆଣିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ସୂଚନାଯୋଗ୍ୟ ଡେଲୋଏଟ୍, ଅଡିଟ୍, ଆର୍ଥିକ ପରାମର୍ଶଦାତା, ରିସ୍କ ଆଡଭାଇଜରୀ, ଟିକସ ଏବଂ ଆନୁସଙ୍ଗିକ ସେବା ପ୍ରଦାନ କରିବାରେ ଏକ ଅଗ୍ରଣୀ ବହୁଦେଶୀୟ କମ୍ପାନୀ ।
Comments are closed, but trackbacks and pingbacks are open.