ଆଜାଦୀ କା ଅମୃତ ମହୋତ୍ସବ ପାଳନ

101

ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆସନ୍ତାକାଲିଠାରୁ ନାଟକ ଉତ୍ସବ ଆରମ୍ଭ ହେଉଛି । ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପଠାରେ ୫ ଜଣ ବରପୁତ୍ରଙ୍କ ଜୀବନୀକୁ ନେଇ ଏହି ନାଟକଗୁଡ଼ିକ ମଞ୍ଚସ୍ଥ ହେବ । ସନ୍ଥକବି ଭୀମଭୋଇ, ମଧୁସୂଦନ ଦାସ, ଗଣକବି ବୈଷ୍ଣବ ପାଣି, ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ଏବଂ କବିସମ୍ରାଟ୍‍ ଉପେନ୍ଦ୍ର ଭଞ୍ଜଙ୍କ ଜୀବନୀ ଆଧାରିତ ନାଟକ ୫ ଦିନ ଧରି ମଞ୍ଚସ୍ଥ ହେବ ବୋଲି ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି ।

ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ଗଜପତି ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପାରଳାଖେମୁଣ୍ଡିସ୍ଥିତ ମହାରାଜ ବାଳକ ଉଚ୍ଚ ବିଦ୍ୟାଳୟଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ଦଣ୍ଡବିଧି ସଂହିତା ଉପରେ ସଚେତନ କରାଯାଇଛି । ଜିଲ୍ଲା ଦୌରାଜଜ୍‍ ସତ୍ୟପୀର ମିଶ୍ରଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକଶିକ୍ଷୟିତ୍ରୀ ଏବଂ ଜିଲ୍ଲାସ୍ତରୀୟ ବିଚାର ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।

ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ୍‍ ଅନ୍ତର୍ଗତ ବରଗାଁ ଠାରେ ଏକ ସ୍ୱାସ୍ଥ୍ୟମେଳା ଅନୁଷ୍ଠିତ ହୋଇଛି । ଏଥିରେ ଆଖପାଖ ଅଞ୍ଚଳର ବହୁଲୋକ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଡାକ୍ତରଙ୍କ ପରାମର୍ଶ ନେଇଥିଲେ । କରୋନା ଟିକାକରଣର ବ୍ୟବସ୍ଥା ମଧ୍ୟ ସେଠାରେ କରାଯାଇଥିଲା । ପ୍ରବଳ ଖରା ସତ୍ତେ୍ୱ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଏହି ମେଳାରେ ୪୦ ୟୁନିଟ୍‍ ରକ୍ତ ମଧ୍ୟ ସଂଗ୍ରହ କରାଯାଇଛି । ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗତ ୨୦ ତାରିଖରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପର୍ଯ୍ୟାୟକ୍ରମେ ଅନୁଷ୍ଠିତ ହୋଇଥିବା ଏହି ସ୍ୱାସ୍ଥ୍ୟାମେଳା ଆସନ୍ତାକାଲି ପର୍ଯ୍ୟନ୍ତ ଚାଲିବ ।

ଦେବଗଡ଼ ପ୍ରଧାନପାଟଠାରେ ‘ବାଟେଘାଟେ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗ, ଖେଳକୁଦ ପ୍ରତିଯୋଗିତା, ସାଂସ୍କୃତିକ କାର୍ଯ୍ୟକ୍ରମ, କବି ସମ୍ମିଳନୀ, ମାଗଣା ସ୍ୱାସ୍ଥ୍ୟସେବା ଶିବିର ଆଜି ଅନୁଷ୍ଠିତ ହୋଇଛି । ଏଥିରେ ସମାଜର ବିଭିନ୍ନ ବର୍ଗର ଲୋକ ଅଂଶଗ୍ରହଣ କରିଥିଲେ ।

Comments are closed, but trackbacks and pingbacks are open.