ଓଡ଼ିଶା ଝାଡ଼ଖଣ୍ଡ ପରେ ଦେଶର ଦ୍ୱିତୀୟ ରାଜ୍ୟ -ହାତୀଙ୍କ ଯାତାୟତକୁ ସୁରକ୍ଷିତ କରିବାପାଇଁ ଏକ ରେଳ ଓଭରବ୍ରିଜ୍‍ ନିର୍ମାଣ କରାଯିବ

101

ଢେଙ୍କାନାଳ ଜିଲ୍ଲା କପିଳାସ ନିକଟରେ ହାତୀଙ୍କ ଯାତାୟତକୁ ସୁରକ୍ଷିତ କରିବାପାଇଁ ଏକ ରେଳ ଓଭରବ୍ରିଜ୍‍ ନିର୍ମାଣ କରାଯିବ । ଜାତୀୟ ବନ୍ୟାପ୍ରାଣୀ ସଂସ୍ଥା ଏଥିପାଇଁ ଅନୁମତି ଦେଇଛି । ଇତିମଧ୍ୟରେ ବିଭାଗୀୟ ଅଧିକାରୀ କ୍ଷେତ୍ର ପ୍ରଦର୍ଶନ କରିସାରିଛନ୍ତି । ରେଳବାଇ ଓ ଢେଙ୍କାନାଳ ବନଖଣ୍ଡ ଅଧିକାରୀ ମିଳିତଭାବେ ଏଥିପାଇଁ ଏକ ନକ୍‍ସା ପ୍ରସ୍ତୁତ କରୁଛନ୍ତି ।

ଏହିଭଳି ରେଳ ଓଭର୍‍ ବ୍ରିଜ୍‍ ପଥ ପ୍ରସ୍ତୁତ କରିବାରେ ଓଡ଼ିଶା ଝାଡ଼ଖଣ୍ଡ ପରେ ଦେଶର ଦ୍ୱିତୀୟ ରାଜ୍ୟ ହେବ । ୧୦୦ ମିଟର ଲମ୍ବର ଏହି ପଥରେ ଗଛ ଲଗାଯାଇ ଜଙ୍ଗଲ ପରିବେଶ ସୃଷ୍ଟି କରାଯିବ । ଆଗାମୀ ଦୁଇ ବର୍ଷ ମଧ୍ୟରେ ଏହାର କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଛି ।

Comments are closed, but trackbacks and pingbacks are open.