ଚଳିତ ବର୍ଷ ଖରିଫ୍ ଫସଲ ପାଇଁ ସମବାୟ ସଂସ୍ଥା ଜରିଆରେ ୯ ହଜାର କୋଟି ଟଙ୍କାର କୃଷିଋଣ ଯୋଗାଇ ଦେବାକୁ ରାଜ୍ୟ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ୍ ତଥା କେନ୍ଦ୍ର ସମବାୟ ବ୍ୟାଙ୍କ୍ ଏବଂ ବିଭିନ୍ନ ପ୍ରାଥମିକ କୃଷିଋଣ ସମବାୟ ସମିତି ମାଧ୍ୟମରେ ଚାଷୀଙ୍କୁ ଏହି ଋଣ ପ୍ରଦାନ କରାଯିବ । ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି, ଋଣ ପ୍ରଦାନ କ୍ଷେତ୍ରରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଅଗ୍ରାଧିକାର ଦିଆଯିବ ।
ସେହିଭଳି କୃଷି ଏବଂ ଆନୁଷଙ୍ଗିକ କାର୍ଯ୍ୟ ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ମଧ୍ୟ ପ୍ରାଧାନ୍ୟ ଦିଆଯିବ । ଡାଲିଜାତୀୟ, ତୈଳବୀଜ ତଥା ବିଭିନ୍ନ ଅର୍ଥକରୀ ଫସଲ ଚାଷ ଲାଗି ଋଣ ଯୋଗାଇ ଦେବା ଉପରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଗୁରୁତ୍ୱାରୋପ କରିଛନ୍ତି । ଖରିଫ୍ ଚାଷ ଆରମ୍ଭ ହେବା ପୂର୍ବରୁ ପର୍ଯ୍ୟପ୍ତ ପରିମାଣର ସାର ଏବଂ କୃଷି ସାମଗ୍ରୀ ଗଚ୍ଛିତ କରି ରଖିବାପାଇଁ ସମବାୟ ସମିତିଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । ନିର୍ଦ୍ଧାରିତ ସମୟରେ ଋଣ ପରିଶୋଧ କରୁଥିବା ଚାଷୀଙ୍କପାଇଁ ରିହାତି ବ୍ୟବସ୍ଥା ରହିଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ସୂଚନା ଦେଇଛନ୍ତି
Comments are closed, but trackbacks and pingbacks are open.