ଭାରତ ଏହାର ସମସ୍ତ ଶକ୍ତି ଓ ସାମର୍ଥ୍ୟ ସହ ଅଗ୍ରସର ହେଉଛି ଓ ବିଶ୍ୱର କଲ୍ୟାଣ ଦିଗରେ କାର୍ଯ୍ୟ କରୁଛି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଭାରତ ଏହାର ସମସ୍ତ ଶକ୍ତି ଓ ସାମର୍ଥ୍ୟ ସହ ଅଗ୍ରସର ହେଉଛି ଓ ବିଶ୍ୱର କଲ୍ୟାଣ ଦିଗରେ କାର୍ଯ୍ୟକରୁଛି ବୋଲି ବିଶ୍ୱବାସୀ ଜାଣନ୍ତି । ସେ କହିଛନ୍ତି, ଭାରତର ବିଜନ୍‍ ଅତ୍ୟନ୍ତ ସ୍ପଷ୍ଟ ଓ ଆତ୍ମନିର୍ଭର ଭାରତ ଭବିଷ୍ୟତ କାର୍ଯ୍ୟପନ୍ଥା

କୋଇଲା ଚାହିଦା କାରଣରୁ ଘରୋଇ କୋଇଲା ଯୋଗାଣ କ୍ଷେତ୍ରରେ ଦେଖାଦେଇଥିବା ସଙ୍କଟ ଦୂର କରିବା ନିମନ୍ତେ କୋଇଲା ଆମଦାନୀ…

କେନ୍ଦ୍ର ଶକ୍ତି ଏବଂ ଅକ୍ଷୟ ଶକ୍ତି ମନ୍ତ୍ରୀ ଆର୍‍.କେ. ସିଂହ ତାପଜ ବିଦ୍ୟୁତକେନ୍ଦ୍ରରେ କୋଇଲା ଆମଦାନୀ ସ୍ଥିତିର ସମୀକ୍ଷା କରିଛନ୍ତି । ଭର୍ଚୁଆଲ୍‍ ମାଧ୍ୟମରେ ରାଜ୍ୟ ସରକାରମାନଙ୍କ ପ୍ରତିନିଧିମାନଙ୍କ ସହିତ ସ୍ଥିତିର ସମୀକ୍ଷା କରି ଶ୍ରୀ ସିଂହ ବର୍ଦ୍ଧିତ କୋଇଲା ଚାହିଦା କାରଣରୁ ଘରୋଇ

ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଘନୀଭୂତ ହୋଇ ବାତ୍ୟାର ରୂପ ନେଇପାରେ

ଆଣ୍ଡାମାନ ସାଗର ଓ ପାଶ୍ୱବର୍ତ୍ତୀ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଘନୀଭୂତ ହୋଇ ବାତ୍ୟାର ରୂପ ନେଇପାରେ । ଗତକାଲି ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶଃ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଆଜି ସନ୍ଧ୍ୟା ସୁଦ୍ଧା ଅବପାତରେ ପରିଣତ ହେବ ବୋଲି ଭାରତୀୟ

ଏଫ୍‍.ଟି.ଆଇ.ଆଇ. ହେଉଛି ଭାରତର ଏକ ସମ୍ମାନଷ୍ପଦ ପ୍ରତିଷ୍ଠାନ ଏବଂ ଏହି ପ୍ରତିଷ୍ଠାନକୁ ବିଶ୍ୱସ୍ତରୀୟ କରିବା ପାଇଁ…

କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ପୁନେ ସ୍ଥିତ ଚଳଚ୍ଚିତ୍ର ଓ ଟେଲିଭିଜନ୍‍ ପ୍ରତିଷ୍ଠାନ ଏବଂ ଜାତୀୟ ଚଳଚ୍ଚିତ୍ରଅଭିଲେଖାଗାର ପରିଦର୍ଶନ କରିଛନ୍ତି । ସେଠାରେ ସେ ବରିଷ୍ଠ ଅଧିକାରୀମାନଙ୍କ ସହ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ ।ସୂଚନା ଓ ପ୍ରସାରଣ ବିଭାଗ ସଚିବ

୨୦୨୩ ପଦ୍ମ ପୁରସ୍କାର ପାଇଁ ଆସନ୍ତା ସେପ୍ଟେମ୍ବର ମାସ ୧୫
ତାରିଖ ପର୍ଯ୍ୟନ୍ତ ମନୋନୟନ ପତ୍ର ଦାଖଲ

୨୦୨୩ ପଦ୍ମ ପୁରସ୍କାର ପାଇଁ ଆସନ୍ତା ସେପ୍ଟେମ୍ବର ମାସ ୧୫ ତାରିଖ ପର୍ଯ୍ୟନ୍ତ ମନୋନୟନ ପତ୍ର ଦାଖଲ କରାଯାଇପାରିବ । ପଦ୍ମ ବିଭୁଷଣ, ପଦ୍ମଭୂଷଣ ଓ ପଦ୍ମଶ୍ରୀ ପୁରସ୍କାର ହେଉଛି ଦେଶର ସର୍ବୋଚ୍ଚ ନାଗରିକ ପୁରସ୍କାର । ଏଥିପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଅନ୍‍ଲାଇନ୍‍ ଜରିଆରେ ମେ

ମାର୍ଚ୍ଚ ଓ ଏପ୍ରିଲ୍‍ ମାସରେ ପ୍ରବଳ ଉତ୍ତାପ ଯୋଗୁଁ ଶସ୍ୟ ଉତ୍ପାଦନ ପ୍ରଭାବିତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଗହମ ଯୋଗାଣ, ମହଜୁଦ୍‍ ଓ ରପ୍ତାନୀର ବିଭିନ୍ନ ଦିଗ ଗୁଡ଼ିକ ସଂକ୍ରାନ୍ତରେ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଛନ୍ତି । ତାଙ୍କୁ ଏ ସଂକ୍ରାନ୍ତୀୟ ଏକ ସବିଶେଷ ବିବରଣୀ ପ୍ରଦାନ କରାଯାଇଥିଲା । ମାର୍ଚ୍ଚ ଓ ଏପ୍ରିଲ୍‍ ମାସରେ ପ୍ରବଳ ଉତ୍ତାପ ଯୋଗୁଁ

ଦେଶର ଦ୍ୱିତୀୟ ସର୍ବବୃହତ ସ୍ୱାକ୍ଷର ରାଜ୍ୟ ମିଜୋରାମ୍‍ ହେଉଛି ପ୍ରକୃତରେ ଏକ ଆଧୁନିକ ରାଜ୍ୟ

ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି, ଦେଶର ଦ୍ୱିତୀୟ ସର୍ବବୃହତ ସ୍ୱାକ୍ଷର ରାଜ୍ୟ ମିଜୋରାମ୍‍ ହେଉଛି ପ୍ରକୃତରେ ଏକ ଆଧୁନିକ ରାଜ୍ୟ, ଯହା ଉଚ୍ଚ ସଫଳତା ହାସଲ କରିବା ପାଇଁ ଏବେ ପ୍ରସ୍ତୁତ ହୋଇସାରିଛି । ଗତକାଲି ଆଇଜଲ୍‍ଠାରେ ମିଜୋରାମ ବିଶ୍ୱବିଦ୍ୟାଳୟର ୧୬ତମ ସମାବର୍ତ୍ତନ ଉତ୍ସବରେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗ୍ରୀଷ୍ମ ପ୍ରବାହ ପରିଚାଳନା ଓ ବର୍ଷା ଋତୁ
ପାଇଁ ପ୍ରସ୍ତୁତି ସଂକ୍ରାନ୍ତରେ ଏକ ସମୀକ୍ଷା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗ୍ରୀଷ୍ମ ପ୍ରବାହ ପରିଚାଳନା ଓ ବର୍ଷା ଋତୁ ପାଇଁ ପ୍ରସ୍ତୁତି ସଂକ୍ରାନ୍ତରେ ଏକ ସମୀକ୍ଷା ବୈଠକ କରିଛନ୍ତି । ବୈଠକରେ ଭାରତୀୟ ପାଣିପାଗ ବିଭାଗ ଓ ଜାତୀୟ ଦୁର୍ବିପାକ ପରିଚାଳନା କର୍ତ୍ତୃପକ୍ଷ ପ୍ରଧାନମନ୍ତ୍ରୀଙ୍କୁ ମାର୍ଚ୍ଚରୁ ମେ ମାସ ମଧ୍ୟରେ ସାରା ଦେଶରେ

ସମ୍ଭାବ୍ୟ ବାତ୍ୟା ପାଇଁ ଅଗ୍ନିଶମ ବିଭାଗର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ-ଓସ୍‍ଡମା ଏକ ସତର୍କ ଆପ୍‍ ପ୍ରସ୍ତୁତ…

ସମ୍ଭାବ୍ୟ ବାତ୍ୟାକୁ ନେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି, ବାତ୍ୟା ସମ୍ପର୍କରେ କିଛି ସ୍ପଷ୍ଟ ସୂଚନା ଏପର୍ଯ୍ୟନ୍ତ ମିଳିପାରି ନାହିଁ । ପାଣିପାଗ ବିଭାଗର ସୂଚନାକୁ ଆଧାର କରି ଆଜି ସନ୍ଧ୍ୟାରେ ଏ ସମ୍ପର୍କରେ ସବିଶେଷ ତଥ୍ୟ ଜଣାପଡିବ । ତେବେ ରାଜ୍ୟ ସରକାର ଏହାର

ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଲାଗି ପ୍ରଥମ ପ୍ରସ୍ତୁତି
ବୈଠକ

ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଲାଗି ପ୍ରଥମ ପ୍ରସ୍ତୁତି ବୈଠକ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଯାଇଛି । ତିନିରଥ ନିର୍ମାଣ ପାଇଁ ଆବଶ୍ୟକ ପଡୁଥିବା କାଠ ଖୁବ୍‍ ଶିଘ୍ର ପୁରୀରେ ପହଞ୍ଚିଯିବ ବୋଲି ଜିଲ୍ଲାପାଳ ଶ୍ରୀ ବର୍ମା ପ୍ରକାଶ