ଦେଶର ଦ୍ୱିତୀୟ ସର୍ବବୃହତ ସ୍ୱାକ୍ଷର ରାଜ୍ୟ ମିଜୋରାମ୍‍ ହେଉଛି ପ୍ରକୃତରେ ଏକ ଆଧୁନିକ ରାଜ୍ୟ

108

ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି, ଦେଶର ଦ୍ୱିତୀୟ ସର୍ବବୃହତ ସ୍ୱାକ୍ଷର ରାଜ୍ୟ ମିଜୋରାମ୍‍ ହେଉଛି ପ୍ରକୃତରେ ଏକ ଆଧୁନିକ ରାଜ୍ୟ, ଯହା ଉଚ୍ଚ ସଫଳତା ହାସଲ କରିବା ପାଇଁ ଏବେ ପ୍ରସ୍ତୁତ ହୋଇସାରିଛି । ଗତକାଲି ଆଇଜଲ୍‍ଠାରେ ମିଜୋରାମ ବିଶ୍ୱବିଦ୍ୟାଳୟର ୧୬ତମ ସମାବର୍ତ୍ତନ ଉତ୍ସବରେ ଉଦ୍‍ବୋଧନ ଦେଲାବେଳେ ଶ୍ରୀ କୋବିନ୍ଦ କହିଛନ୍ତି, ଆଜି ପ୍ରଦାନ କରାଯାଇଥିବା ୩୮ଟି ସ୍ୱର୍ଣ୍ଣ ପଦକ ମଧ୍ୟରୁ ୨୩ଟି ସ୍ୱର୍ଣ୍ଣ ପଦକ ଛାତ୍ରୀମାନଙ୍କୁ ମିଳିଛି ଯାହାର ଅର୍ଥ ହେଲା ଶିକ୍ଷା କ୍ଷେତ୍ରରେ ମହିଳାମାନେ ବହୁତ କିଛି କରିପାରିବେ ଏବଂ ନାରୀ ସଶକ୍ତିକରଣ କ୍ଷେତ୍ରରେ ସେମାନେ ଭବିଷ୍ୟତରେ ଛାମୁଆ ଭୂମିକା ନିଭାଇ ପାରିବେ ।


ଶ୍ରୀ କୋବିନ୍ଦ କହିଛନ୍ତି, ଶିକ୍ଷାନୁଷ୍ଠାନ ଗୁଡ଼ିକ ହେଉଛି ଉଦ୍‍ଭାବନର ପ୍ରଜନନ କେନ୍ଦ୍ର । ଶିକ୍ଷା ପ୍ରତିଷ୍ଠାନ ଗୁଡ଼ିକ ଖାଲି ଯେ ପ୍ରଶିକ୍ଷଣ ଓ ଶିକ୍ଷା ପ୍ରଦାନ କରୁଛନ୍ତି ତାହା ନୁହେଁ ବିଦ୍ୟାର୍ଥୀମାନଙ୍କୁ ଏକ ଉତ୍ତମ ନାଗରିକ ଭାବେ ଗଢ଼ି ତୋଳିଛନ୍ତି ।

Comments are closed, but trackbacks and pingbacks are open.