ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଗହମ ଯୋଗାଣ, ମହଜୁଦ୍ ଓ ରପ୍ତାନୀର ବିଭିନ୍ନ ଦିଗ ଗୁଡ଼ିକ ସଂକ୍ରାନ୍ତରେ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଛନ୍ତି । ତାଙ୍କୁ ଏ ସଂକ୍ରାନ୍ତୀୟ ଏକ ସବିଶେଷ ବିବରଣୀ ପ୍ରଦାନ କରାଯାଇଥିଲା । ମାର୍ଚ୍ଚ ଓ ଏପ୍ରିଲ୍ ମାସରେ ପ୍ରବଳ ଉତ୍ତାପ ଯୋଗୁଁ ଶସ୍ୟ ଉତ୍ପାଦନ ପ୍ରଭାବିତ ହୋଇଥିବା ବିଷୟ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଛି । ଦେଶରେ କୃଷି ଉତ୍ପାଦ ପାଇଁ ଚାହିଦା ବୃଦ୍ଧି ପାଉଥିବାରୁ ମାନକ ଓ ମାନ୍ୟତା ନିୟମ କଡ଼ାକଡ଼ି ଭାବେ ଲାଗୁ କରିବାକୁ ସେ ପରାମର୍ଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତକୁ ଖାଦ୍ୟଶସ୍ୟ ଓ କୃଷି ଉତ୍ପାଦର କେନ୍ଦ୍ରସ୍ଥଳୀ ଭାବେ ପରିଣତ କରିବା ପାଇଁ ସବୁ ପଦକ୍ଷେପ ନିଆଯିବା ଉଚିତ୍ । କୃଷକମାନଙ୍କୁ ସର୍ବାଧିକ ସହାୟତା ଯୋଗାଇ ଦେବା ପାଇଁ ପ୍ରଧାନମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କୃଷକମାନେ ଉପକୃତ ହେଉଥିବା ବର୍ତ୍ତମାନର ବଜାର ମୂଲ୍ୟ ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଛି । ଏହି ବୈଠକରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, ଉପଦେଷ୍ଟାଗଣ, କ୍ୟାବିନେଟ୍ ସଚିବ, ଖାଦ୍ୟ ଓ ସାଧାରଣ ବଣ୍ଟନ ଯୋଜନା ଏବଂ କୃଷି ବିଭାଗ ସଚିବମାନେ ଯୋଗ ଦେଇଥିଲେ ।
Comments are closed, but trackbacks and pingbacks are open.