୨୦୨୩ ପଦ୍ମ ପୁରସ୍କାର ପାଇଁ ଆସନ୍ତା ସେପ୍ଟେମ୍ବର ମାସ ୧୫ ତାରିଖ ପର୍ଯ୍ୟନ୍ତ ମନୋନୟନ ପତ୍ର ଦାଖଲ କରାଯାଇପାରିବ । ପଦ୍ମ
ବିଭୁଷଣ, ପଦ୍ମଭୂଷଣ ଓ ପଦ୍ମଶ୍ରୀ ପୁରସ୍କାର ହେଉଛି ଦେଶର ସର୍ବୋଚ୍ଚ ନାଗରିକ ପୁରସ୍କାର । ଏଥିପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଅନ୍ଲାଇନ୍
ଜରିଆରେ ମେ ପହିଲା ତାରିଖରୁ ମନୋନୟନ ପତ୍ର ଓ ସୁପାରିସ ପତ୍ର ଆହ୍ୱାନ କରାଯାଇଛି । ଆସନ୍ତାବର୍ଷ ସାଧାରଣତନ୍ତ୍ର ଦିବସରେ ପଦ୍ମ
ପୁରସ୍କାର ବିଜେତାମାନଙ୍କର ନାମ ଘୋଷଣା କରାଯିବ । କଳା, ସାହିତ୍ୟ, ଶିକ୍ଷା, କ୍ରୀଡ଼ା, ସମାଜସେବା, ବିଜ୍ଞାନ, ଇଞ୍ଜିନିୟରିଂ, ସାର୍ବଜନୀନ
ବ୍ୟାପାର, ପ୍ରଶାସନିକ ସେବା, ବାଣିଜ୍ୟ ଏବଂ ଶିଳ୍ପ କ୍ଷେତ୍ରରେ ବିଚକ୍ଷଣ ସଫଳତା ହାସଲ କରିଥିବା ବ୍ୟକ୍ତିବିଶେଷଙ୍କୁ ଏହି ପୁରସ୍କାର ପ୍ରଦାନ
କରାଯାଇଥାଏ । ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ପଦ୍ମ ପୁରସ୍କାରକୁ ଲୋକ ପୁରସ୍କାରରେ ପରିଣତ କରିବାପାଇଁ ସରକାରବଦ୍ଧପରିକର ଅଛନ୍ତି ।
Sign in
Sign in
Recover your password.
A password will be e-mailed to you.
Comments are closed, but trackbacks and pingbacks are open.