କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ପୁନେ ସ୍ଥିତ ଚଳଚ୍ଚିତ୍ର ଓ ଟେଲିଭିଜନ୍ ପ୍ରତିଷ୍ଠାନ ଏବଂ ଜାତୀୟ ଚଳଚ୍ଚିତ୍ର
ଅଭିଲେଖାଗାର ପରିଦର୍ଶନ କରିଛନ୍ତି । ସେଠାରେ ସେ ବରିଷ୍ଠ ଅଧିକାରୀମାନଙ୍କ ସହ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ ।
ସୂଚନା ଓ ପ୍ରସାରଣ ବିଭାଗ ସଚିବ ଅପୂର୍ବଚନ୍ଦ୍ର ଏବଂ ଫିଟି ସଭାପତି ଶେଖର କାପୁର ଶ୍ରୀ ଠାକୁରଙ୍କ ସହ ସେଠାକୁ ଯାଇଥିଲେ । ସମୀକ୍ଷା
ବୈଠକ ପରେ ଶ୍ରୀ ଠାକୁର କହିଛନ୍ତି, ଏଫ୍.ଟି.ଆଇ.ଆଇ. ହେଉଛି ଭାରତର ଏକ ସମ୍ମାନଷ୍ପଦ ପ୍ରତିଷ୍ଠାନ ଏବଂ ଏହି ପ୍ରତିଷ୍ଠାନକୁ ବିଶ୍ୱସ୍ତରୀୟ
କରିବା ପାଇଁ ଉଦ୍ୟମ ବଳବତ୍ତର ରହିଛି ।
ସେ କହିଛନ୍ତି, ଅତ୍ୟାଧୁନିକ କାରିଗରୀ ବିଦ୍ୟା ବଳରେ ଏହି ପ୍ରତିଷ୍ଠାନକୁ ଆନ୍ତର୍ଜାତିକ ସ୍ତରରେ ପ୍ରସିଦ୍ଧ
କରିବା ପାଇଁ ବିଶ୍ୱସ୍ତରୀୟ ବିଶେଷଜ୍ଞମାନେ ଏଠାକୁ ପଢ଼ାଇବାକୁ ଆସିବେ ଏବଂ ବହୁ ସଂଖ୍ୟକ ବିଦେଶୀ ଛାତ୍ରଛାତ୍ରୀମାନେ ମଧ୍ୟ ଏହି ଅନୁଷ୍ଠାନକୁ ପାଠ
ପଢ଼ିବାକୁ ଆସିବେ । ଶ୍ରୀ ଠାକୁର କହିଛନ୍ତି, ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ସରକାର ଅତ୍ୟନ୍ତ ଗୁରୁତ୍ୱ ଦେଉଛନ୍ତି, ଏବଂ ଚଳଚ୍ଚିତ୍ର ଗୁଡ଼ିକ
ଆମର ସମୃଦ୍ଧ ସାଂସ୍କୃତିକ ପରମ୍ପରାର ଅଂଶବିଶେଷ ବାଲି ବିବେଚନା କରାଯାଉଛି । କେନ୍ଦ୍ର ସରକାରଙ୍କ ଚଳଚ୍ଚିତ୍ର ଐତିହ୍ୟ ସଂରକ୍ଷଣ କାର୍ଯ୍ୟକ୍ରମ
ଅଧୀନରେ ୫ହଜାର ୯୦୦ରୁ ଊଦ୍ଧ୍ୱର୍ ନୂଆ ଓ ପୁରୁଣା ବିରଳ ଚଳଚ୍ଚିତ୍ରକୁ ସଂରକ୍ଷିତ କରାଯିବ ଏବଂ ଏ ବାବଦରେ ୩୬୩ କୋଟି ଟଙ୍କା ଖର୍ଚ୍ଚ
କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।
Comments are closed, but trackbacks and pingbacks are open.