ଭାରତ ଏହାର ସମସ୍ତ ଶକ୍ତି ଓ ସାମର୍ଥ୍ୟ ସହ ଅଗ୍ରସର ହେଉଛି ଓ ବିଶ୍ୱର କଲ୍ୟାଣ ଦିଗରେ କାର୍ଯ୍ୟ କରୁଛି

126

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଭାରତ ଏହାର ସମସ୍ତ ଶକ୍ତି ଓ ସାମର୍ଥ୍ୟ ସହ ଅଗ୍ରସର ହେଉଛି ଓ ବିଶ୍ୱର କଲ୍ୟାଣ ଦିଗରେ କାର୍ଯ୍ୟ
କରୁଛି ବୋଲି ବିଶ୍ୱବାସୀ ଜାଣନ୍ତି । ସେ କହିଛନ୍ତି, ଭାରତର ବିଜନ୍‍ ଅତ୍ୟନ୍ତ ସ୍ପଷ୍ଟ ଓ ଆତ୍ମନିର୍ଭର ଭାରତ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ
କରିବ । ପ୍ରଧାନମନ୍ତ୍ରୀ ଭର୍ଚୁଆଲ୍‍ ମାଧ୍ୟମରେ ଜୈନ ଆନ୍ତର୍ଜାତିକ ବାଣିଜ୍ୟ ସଂଗଠନ ଔଓଞଙ ବିଶ୍ୱ ସମ୍ମିଳନୀର ଉଦ୍‍ଘାଟନୀ ଉତ୍ସବରେ ଉଦ୍‍ବୋଧନ
ଦେଇ ଏହା କହିଛନ୍ତି ।

ସେ କହିଛନ୍ତି, ବିଶ୍ୱ ଭାରତ ଠାରୁ ଅନେକ କିଛି ଆଶା କରୁଛି । ବିଶ୍ୱ ଶାନ୍ତି, ସମୃଦ୍ଧି ଓ ସମସ୍ୟାବଳୀ ଗୁଡ଼ିକର ସମାଧାନ ପାଇଁ ଭାରତ ଉପରେ ସମସ୍ତଙ୍କର ଆସ୍ଥା ଓ ବିଶ୍ୱାସ ରହିଛି । ସେ କହିଛନ୍ତି, ସମ୍ମିଳନୀର ଶୀର୍ଷକ ‘ଆସନ୍ତାକାଲି ପାଇଁ ଐକ୍ୟବଦ୍ଧ ଭାବେ କାର୍ଯ୍ୟ କରିବା’ ର ଯଥେଷ୍ଟ ପ୍ରାସଙ୍ଗିକତା ରହିଛି । ସେ କହିଛନ୍ତି, ଏହାର ଅର୍ଥ ହେଉଛି ଆଜାଦି କା ଅମୃତ କାଳରେ ସବ୍‍ କା ପ୍ରୟାସ ଦ୍ରୁତ ବିକାଶର ମୁଖ୍ୟ ସ୍ରୋତ ହେବ । ଜୈନ ସମ୍ପ୍ରଦାୟର ଯୁବାମାନଙ୍କର ପ୍ରଶଂସା କରି ସ୍ଥାନୀୟ ସାମଗ୍ରୀ ଗୁଡ଼ିକର ବ୍ୟବହାର କରିବାକୁ ସେ ପ୍ରବର୍ତ୍ତାଇଛନ୍ତି । ସେ କହିଛନ୍ତି, ସ୍ଥାନୀୟ ଉତ୍ପାଦନକାରୀ ଓ କୁଶଳୀ କାରିଗରମାନଙ୍କ ଉପରେ ବିଶ୍ୱାସ ପ୍ରକଟ କରିବାର ଏହା ଉପଯୁକ୍ତ ମଞ୍ଚ । ଉତ୍ପାଦନ ପାଇଁ ଆବଶ୍ୟକ ପଦାର୍ଥ ଯୋଗାଇ ସେମାନଙ୍କୁ ଏହା ମାଧ୍ୟମରେ ଅଧିକ ସମର୍ଥ କରାଯାଇ ପାରିବ । ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଏହି ଅବସରରେ ଉପସ୍ଥିତ ଥିଲେ ।

Comments are closed, but trackbacks and pingbacks are open.