କୋଇଲା ଚାହିଦା କାରଣରୁ ଘରୋଇ କୋଇଲା ଯୋଗାଣ କ୍ଷେତ୍ରରେ ଦେଖାଦେଇଥିବା ସଙ୍କଟ ଦୂର କରିବା ନିମନ୍ତେ କୋଇଲା ଆମଦାନୀ କରିବା ଲାଗି ଗୁରୁତ୍ୱାରୋପ

87

କେନ୍ଦ୍ର ଶକ୍ତି ଏବଂ ଅକ୍ଷୟ ଶକ୍ତି ମନ୍ତ୍ରୀ ଆର୍‍.କେ. ସିଂହ ତାପଜ ବିଦ୍ୟୁତକେନ୍ଦ୍ରରେ କୋଇଲା ଆମଦାନୀ ସ୍ଥିତିର ସମୀକ୍ଷା କରିଛନ୍ତି । ଭର୍ଚୁଆଲ୍‍ ମାଧ୍ୟମରେ ରାଜ୍ୟ ସରକାରମାନଙ୍କ ପ୍ରତିନିଧିମାନଙ୍କ ସହିତ ସ୍ଥିତିର ସମୀକ୍ଷା କରି ଶ୍ରୀ ସିଂହ ବର୍ଦ୍ଧିତ କୋଇଲା ଚାହିଦା କାରଣରୁ ଘରୋଇ କୋଇଲା ଯୋଗାଣ କ୍ଷେତ୍ରରେ ଦେଖାଦେଇଥିବା ସଙ୍କଟ ଦୂର କରିବା ନିମନ୍ତେ କୋଇଲା ଆମଦାନୀ କରିବା ଲାଗି ଗୁରୁତ୍ୱାରୋପ କରିଥିଲେ । ତାପଜ ବିଦ୍ୟୁତ୍‍ କେନ୍ଦ୍ରରେ ମିଶ୍ରଣ ପାଇଁ ଆବଶ୍ୟକ କୋଇଲା ଆମଦାନୀ କରିବା ପାଇଁ ସେରାଜ୍ୟ ସରକାରଗୁଡ଼ିକୁ ପରାମର୍ଶ ଦେଇଛନ୍ତି ।

ଏହି ମିଶ୍ରଣ ଉଦ୍ଦେଶ୍ୟରେ କୋଇଲା ଆମଦାନୀ କରିବା ଲାଗି ନିର୍ଦ୍ଦେଶ ଦେବାକୁ ରାଜ୍ୟଗୁଡ଼ିକୁ ପରାମର୍ଶ ଦେଇ ସେ କହିଛନ୍ତି, କ୍ୟାପ୍‍ଟିଭ୍‍ କୋଇଲା ଖଣିଗୁଡ଼ିକରୁ ଅଧିକ କୋଇଲା ଉତ୍ପାଦନ କରିବାର ଆବଶ୍ୟକତା ରହିଛି । ଏହାଫଳରେ ଲିଙ୍କେଜ୍‍ କୋଇଲା ଉପରେ ପଡ଼ୁଥିବା ଚାପକୁ ହ୍ରାସ କରାଯାଇପାରିବ । ବିଦ୍ୟୁତ୍‍ ପ୍ଲାଣ୍ଟ୍‍ରେ ଦେଖାଦେଇଥିବା କୋଇଲା ଅଭାବକୁ ଦୂରକରିବା ପାଇଁ ରେଳ ସହ ସଡ଼କ ମାର୍ଗକୁ ଉପଯୋଗ କରାଯାଇ ବିଦ୍ୟୁତ୍‍ ଉତ୍ପାଦନ କେନ୍ଦ୍ରଗୁଡ଼ିକୁ କୋଇଲା ଯୋଗାଣ ସୁନିଶ୍ଚିତ କରିବା ସକାଶେ ପଦକ୍ଷେପ ନେବାର ଆବଶ୍ୟକତା ଅଛି ବୋଲି ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏହି ବୈଠକରେ କେନ୍ଦ୍ର ଶକ୍ତି ସଚିବ ଆଲୋକ କୁମାରଙ୍କ ସମେତ ରାଜ୍ୟ ସରକାର ଏବଂ ବିଦ୍ୟୁତ୍‍ ଉତ୍ପାଦନ କମ୍ପାନୀଗୁଡ଼ିକର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Comments are closed, but trackbacks and pingbacks are open.