ଲକଡାଉନ୍‍ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ

0 1,810

ନୂଆଦିଲ୍ଲୀ – ଲକଡାଉନ୍‍ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ଲାଗି ସ୍ୱରାଷ୍ଟ୍ର ବିଭାଗ ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ବିପର୍ଯ୍ୟୟ ପରିଚାଳନା (ଡିଏମ୍‍) ଆଇନ୍‍ ୨୦୦୫ ଓ ଆଇପିସି ଆଧାରରେ ମାମଲା ରୁଜୁ କରିବାକୁ କୁହାଯାଇଛି । ସ୍ୱରାଷ୍ଟ୍ର ସଚିବ ଅଜୟ ଭାଲା ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ମୁଖ୍ୟ ସଚିବଙ୍କୁ ଲେଖିଥିବା ପତ୍ରରେ କହିଛନ୍ତି ଯେ ଲକଡାଉନ୍‍ ନିମୟରେ କୌଣସି ପ୍ରକାର କୋହଳତା ମନୋଭାବ ପ୍ରଦର୍ଶନ କରାଯିବ ନାହିଁ । ସୁପ୍ରିମ୍‍କୋର୍ଟ ନିକଟରେ ଦେଇଥିବା ନିର୍ଦ୍ଦେଶ ଅନୁଯାୟୀ ସମସ୍ତ ରାଜ୍ୟ ସରକାର, ସରକାରୀ କର୍ମଚାରୀ ଓ ସାଧାରଣ ନାଗରିକ ବିଶ୍ୱାସର ସହିତ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ, ପରାମର୍ଶକୁ ପାଳନ କରିବା ଦରକାର ।

Leave A Reply