ରାଜ୍ୟରେ ଆସନ୍ତା ମାର୍ଚ୍ଚ ୨୪ ତାରିଖରେ ପୌର ନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେବ

ରାଜ୍ୟରେ ଆସନ୍ତା ମାର୍ଚ୍ଚ ୨୪ ତାରିଖରେ ପୌର ନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେବ । ରାଜ୍ୟ ନିର୍ବାଚନ କମିଶନର୍‍ ଆଦିତ୍ୟ ପ୍ରସାଦ ପାଢ଼ୀ ଆଜି ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ନିର୍ବାଚନ ତାରିଖ ଘୋଷଣା ସହିତ ଆଜିଠାରୁ ରାଜ୍ୟରେ ଆଦର୍ଶ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି । ତେବେ

ଭୁବନେଶ୍ୱରରେ ସମସ୍ତ କୋଭିଡ୍‌ କେୟାର ସେଣ୍ଟର ଆସନ୍ତା ୨୮ ତାରିଖରୁ ବନ୍ଦ୍‍ ହେବ

ଭୁବନେଶ୍ୱରରେ ସମସ୍ତ କୋଭିଡ୍‌ କେୟାର ସେଣ୍ଟର ଆସନ୍ତା ୨୮ ତାରିଖରୁ ବନ୍ଦ୍‍ ହେବ । କୋଭିଡ୍‌ ସ୍ଥିତିରେ ସୁଧାର ଆସିଥିବାରୁ ଭୁବନେଶ୍ୱର ମହାନଗର ନିଗମ - ବି.ଏମ୍‍.ସି. ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି । ହାଇଟେକ୍‍ ଓ କିମ୍‌ସ ମେଡିକାଲ୍‌କୁ ବି.ଏମ୍‍.ସି. କ୍ଲୋଜର ନୋଟିସ୍‌ ଦେଇଛି ।

ୟୁକ୍ରେନ୍‍ରେ ଫଶି ରହିଥିବା ଓଡ଼ିଆ ଛାତ୍ରଛାତ୍ରୀ ଓ ଶ୍ରମିକମାନଙ୍କୁ ଫେରାଇ ଆଣିବାପାଇଁ ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ…

ୟୁକ୍ରେନ୍‍ରେ ଫଶି ରହିଥିବା ଓଡ଼ିଆ ଛାତ୍ରଛାତ୍ରୀ ଓ ଶ୍ରମିକମାନଙ୍କୁ ଫେରାଇ ଆଣିବାପାଇଁ ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏ ସମ୍ପର୍କରେ ସମନ୍ୱୟ ରକ୍ଷା ଲାଗି ମୁଖ୍ୟମନ୍ତ୍ରୀ ଉନ୍ନୟନ କମିଶନର୍‍ ତଥା ସ୍ୱତନ୍ତ୍ର ରିଲିଫ୍‍

ଓଡ଼ିଶା ଓ ସୌରାଷ୍ଟ୍ର ମଧ୍ୟରେ ରଣଜୀ ଟ୍ରଫି ମ୍ୟାଚ୍‍

ଅହମ୍ମଦାବାଦର ମୋଟେରାସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମ୍‍ରେ ଆଜି ଓଡ଼ିଶା ଓ ସୌରାଷ୍ଟ୍ର ମଧ୍ୟରେ ରଣଜୀ ଟ୍ରଫି ମ୍ୟାଚ୍‍ ଖେଳାଯିବ । ଗତ ସପ୍ତାହରେ ଅନୁଷ୍ଠିତ ନିଜ ନିଜର ପ୍ରଥମ ଲିଗ୍‍ ମ୍ୟାଚ୍‍କୁ ଉଭୟ ଦଳ ଅମୀମାଂସିତ ରଖିଥିବାବେଳେ ଓଡ଼ିଶା ପାଳି ଅଗ୍ରଣୀ ଭିତ୍ତିରେ ୩ ପଏଣ୍ଟ୍‍ ପାଇଛି ।

ରାଜ୍ୟର ୩ଟି ମହାନଗର ନିଗମ ଓ ୧୦୭ଟି ପୌର ପରିଷଦ ନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ

ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ରାଜ୍ୟର ୩ଟି ମହାନଗର ନିଗମ ଓ ୧୦୭ଟି ପୌର ପରିଷଦ ନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ନିର୍ବାଚନ ପାଇଁ ୱାର୍ଡ଼ ପୁନର୍ଗଠନ, ଆସନ ସଂରକ୍ଷଣ, ବୁଥ୍‍ ଓ ଭୋଟର୍‍ ତାଲିକା ପ୍ରସ୍ତୁତି ଆଦି କାର୍ଯ୍ୟକୁ ଇତିମଧ୍ୟରେ ନିର୍ବାଚନ କମିଶନର୍‍ ଅନୁମୋଦନ

ରାଜ୍ୟରେ ଆଜିଠାରୁ ୩ ଦିନ ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳରେ ଘଡ଼ଘଡ଼ି ସହ
ସାମାନ୍ୟରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା

ରାଜ୍ୟରେ ଆଜିଠାରୁ ୩ ଦିନ ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳରେ ଘଡ଼ଘଡ଼ି ସହ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଉତ୍ତର-ପଶ୍ଚିମ ଭାଗରେ ସକ୍ରିୟ ପଶ୍ଚିମା ଝଡ଼ ପ୍ରଭାବରେ ବର୍ଷାର ପରିମାଣ ସାମାନ୍ୟ ବୃଦ୍ଧି

ରାଜ୍ୟରେ ଚାଲିଛି ଅନ୍ତିମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ

ରାଜ୍ୟରେ ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ଆସନ୍ତାକାଲି ଭୋଟ୍‍ ଗ୍ରହଣ । ଏହି ପର୍ଯ୍ୟାୟରେ ରାଜ୍ୟର ୪୮ ବ୍ଲକର ୧୩୧ଟି ଜିଲ୍ଲା ପରିଷଦ ଜୋନ୍‍, ୯୭୫ଟି ପଞ୍ଚାୟତ ଏବଂ ୧୩ ହଜାର ୫୧୪ଟି ୱାର୍ଡରେ ମତଦାନ । ଏଥିରେ ୪୧ ଲକ୍ଷ ୮୮ ହଜାର ୩୮୨ ଜଣ ଭୋଟର ନିଜର ମତାଧିକାର

ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ୨୦୨୨ର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ

ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ୨୦୨୨ର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ଏଥିରେ ୭୦ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ କମିଶନ୍‍ଙ୍କ ପକ୍ଷରୁ ପ୍ରାରମ୍ଭିକ ସୂଚନା ମିଳିଛି । ସକାଳ ୭ଟାରୁ ଅପରାହ୍ଣ ଗୋଟାଏ ପର୍ଯ୍ୟନ୍ତ ଭୋଟ୍‍ଗ୍ରହଣ ଲାଗି ସମୟ ସ୍ଥିର କରାଯାଇଥିଲେ

ଆସନ୍ତା ପୌର ନିର୍ବାଚନ ଇଲେକ୍ଟ୍ରୋନିକ୍‍ ଭୋଟିଂ ମେସିନ୍‍ ମାଧ୍ୟମରେ ମତଦାନ

ଆସନ୍ତା ପୌର ନିର୍ବାଚନ ପାଇଁ ଇଲେକ୍ଟ୍ରୋନିକ୍‍ ଭୋଟିଂ ମେସିନ୍‍ ବା ଇ.ଭି.ଏମ୍‍. ମାଧ୍ୟମରେ ମତଦାନ କରାଯିବ । ଏ ନେଇ ସମସ୍ତ ପ୍ରସ୍ତୁତିପର୍ବ ଚୂଡ଼ାନ୍ତ ହୋଇଛି । ରାଜ୍ୟ ନିର୍ବାଚନ କମିଶନର୍‍ ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି ଯେ ଇତିମଧ୍ୟରେ ସମସ୍ତ ଜିଲ୍ଲାକୁ ଇ.ଭି.ଏମ୍‍. ମେସିନ୍‍

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ଶେଷ

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ଶେଷ ହେଉଛି । ୧୬ ତାରିଖରେ ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ । ଏହି ପର୍ଯ୍ୟାୟରେ ୩୦ଟି ଜିଲ୍ଲାର ୭୧ଟି ବ୍ଲକର ୨୦୨ଟି ଜିଲ୍ଲାପରିଷଦ ଜୋନ୍‍ର ୧ ହଜାର ୬୬୯ଟି ଗ୍ରାମପଞ୍ଚାୟତରେ ମତଦାନ ଅନୁଷ୍ଠିତ ହେବ । ମୋଟ