ଭୁବନେଶ୍ୱରରେ ସମସ୍ତ କୋଭିଡ୍ କେୟାର ସେଣ୍ଟର ଆସନ୍ତା ୨୮ ତାରିଖରୁ ବନ୍ଦ୍ ହେବ
ଭୁବନେଶ୍ୱରରେ ସମସ୍ତ କୋଭିଡ୍ କେୟାର ସେଣ୍ଟର ଆସନ୍ତା ୨୮ ତାରିଖରୁ ବନ୍ଦ୍ ହେବ । କୋଭିଡ୍ ସ୍ଥିତିରେ ସୁଧାର ଆସିଥିବାରୁ ଭୁବନେଶ୍ୱର ମହାନଗର ନିଗମ – ବି.ଏମ୍.ସି. ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି । ହାଇଟେକ୍ ଓ କିମ୍ସ ମେଡିକାଲ୍କୁ ବି.ଏମ୍.ସି. କ୍ଲୋଜର ନୋଟିସ୍ ଦେଇଛି । ସମ୍ ଓ ଅଶ୍ୱିନୀରେ ବେଡ୍ ସଂଖ୍ୟା ହ୍ରାସ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ସମ୍ ହସ୍ପିଟାଲରେ ୭୦ ଓ ଅଶ୍ୱିନୀରେ ୩୦ କୋଭିଡ୍ ଶଯ୍ୟା ରହିବ । ବର୍ତ୍ତମାନ ବିଭିନ୍ନ ହସ୍ପିଟାଲ୍ରେ କେବଳ ୩୦ ଜଣ କୋଭିଡ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି । ତେଣୁ ଏପରି ନିଷ୍ପତ୍ତି ନିଆଯାଇଛି ବୋଲି ବି.ଏମ୍.ସି. ଡେପୁଟି କମିଶନର ଶୁଭେନ୍ଦୁ କୁମାର ସାହୁ ସୂଚନା ଦେଇଛନ୍ତି