ଚଳିତବର୍ଷ ବଜେଟ୍‍ରେ ରେଳବାଇରେ ଓଡ଼ିଶା ପାଇଁ ୧୦ହଜାର୫୯୯ କୋଟି ଟଙ୍କାର ବ୍ୟୟବରାଦ

13

ଚଳିତବର୍ଷ ବଜେଟ୍‍ରେ ରେଳବାଇରେ ଓଡ଼ିଶା ପାଇଁ ୧୦ହଜାର
୫୯୯ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ନୂଆଦିଲ୍ଲୀରେ ଆଭାସୀ
ଜରିଆରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
ଏହି ସୂଚନା ଦେଇଛନ୍ତି ।


ରାଜ୍ୟରେ ଗତ ୧୦ବର୍ଷରେ ୨ହଜାର ୪୬ କିଲୋମିଟର ନୂଆ
ରେଲୱେ ଟ୍ରାକ୍‍ ନିର୍ମାଣ କରାଯାଇଛି । ଯାହାକି ମାଲେସିଆରେ ଥିବା
ରେଳ ନେଟୱର୍କଠାରୁ ଅଧିକ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି । ରାଜ୍ୟରେ
ବର୍ତ୍ତମାନ ୬ଟି ବନ୍ଦେ ଭାରତ, ୭୮ହଜାର କୋଟିର ପ୍ରକଳ୍ପ ନିର୍ମାଣ ଓ
୧୮୯୮ କିଲୋମିଟର ଟ୍ରାକ୍‍ରେ କବଚ ନିର୍ମାଣକାର୍ଯ୍ୟ ଶେଷ ହୋଇଛି ।


ଓଡ଼ିଶାରେ ଅଣଷଠିଟି ଅମୃତ ରେଳଷ୍ଟେସନ ପାଇଁ ବ୍ୟୟବରାଦ
କରାଯାଇଛି । ଏହା ଅନ୍ତର୍ଗତ ୨ହଜାର ୩ଶହ ଅଣାଅଶୀ କୋଟି ଟଙ୍କା
ଖର୍ଚ୍ଚ କରାଯିବ । ଆଗମୀ ଦିନରେ ଅଧିକ ସଂଖ୍ୟକ ଟ୍ରେନ୍‍ ଚଳାଚଳର
ଲକ୍ଷ୍ୟ ରଖାଯାଇଥିବା ରେଳମନ୍ତ୍ରୀ କହିଛନ୍ତ

Comments are closed, but trackbacks and pingbacks are open.