ଅହମ୍ମଦାବାଦର ମୋଟେରାସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଆଜି ଓଡ଼ିଶା ଓ ସୌରାଷ୍ଟ୍ର ମଧ୍ୟରେ ରଣଜୀ ଟ୍ରଫି ମ୍ୟାଚ୍ ଖେଳାଯିବ । ଗତ ସପ୍ତାହରେ ଅନୁଷ୍ଠିତ ନିଜ ନିଜର ପ୍ରଥମ ଲିଗ୍ ମ୍ୟାଚ୍କୁ ଉଭୟ ଦଳ ଅମୀମାଂସିତ ରଖିଥିବାବେଳେ ଓଡ଼ିଶା ପାଳି ଅଗ୍ରଣୀ ଭିତ୍ତିରେ ୩ ପଏଣ୍ଟ୍ ପାଇଛି । ଶୁଭ୍ରାଂଶୁ ସେନାପତି ଏହି ମ୍ୟାଚ୍ରେ ଓଡ଼ିଶା ଦଳର ଅଧିନାୟକତ୍ୱ କରୁଥିବାବେଳେ ଜୟଦେବ ଉନାଦ୍କତ୍ ସୌରାଷ୍ଟ୍ର ଦଳର ନେତୃତ୍ୱ ନେଉଛନ୍ତି । ସୂଚନାଯୋଗ୍ୟ, ୨୦୧୬ ମସିହାରେ ଶେଷଥର ଲାଗି ଉଭୟ ଦଳ ପରସ୍ପରକୁ ଭେଟିଥିବାବେଳେ ଫଳାଫଳ ଓଡ଼ିଶା ସପକ୍ଷରେ ଯାଇଥିଲା ।
ଓଡ଼ିଶା ଓ ସୌରାଷ୍ଟ୍ର ମଧ୍ୟରେ ଏପର୍ଯ୍ୟନ୍ତ ମୋଟ୍ ୮ଟି ରଣଜୀ ଟ୍ରଫି ଖେଳାଯାଇଛି । ସେଥିମଧ୍ୟରୁ ଓଡ଼ିଶା ୫ଟିରେ ବିଜୟୀ ହୋଇଥିବାବେଳେ ଗୋଟିଏ ମ୍ୟାଚ୍ରେ ପରାସ୍ତ ହୋଇଛି । ଅନ୍ୟ ଦୁଇଟି ମ୍ୟାଚ୍ ଅମୀମାଂସିତ ରହିଥିଲା ।