ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ରାଜ୍ୟର ୩ଟି ମହାନଗର ନିଗମ ଓ ୧୦୭ଟି ପୌର ପରିଷଦ ନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ନିର୍ବାଚନ ପାଇଁ ୱାର୍ଡ଼ ପୁନର୍ଗଠନ, ଆସନ ସଂରକ୍ଷଣ, ବୁଥ୍ ଓ ଭୋଟର୍ ତାଲିକା ପ୍ରସ୍ତୁତି ଆଦି କାର୍ଯ୍ୟକୁ ଇତିମଧ୍ୟରେ ନିର୍ବାଚନ କମିଶନର୍ ଅନୁମୋଦନ
କରିସାରିଛନ୍ତି । ଏହି ନିର୍ବାଚନ ଲାଗି ସରକାର ସମ୍ପୂର୍ଣ୍ଣ ପ୍ରସ୍ତତ ବୋଲି ରାଜ୍ୟ ନିର୍ବାଚନ କମିଶନର୍ଙ୍କୁ ଅବଗତ କରାଯାଇଛି ।