ଆସନ୍ତା ପୌର ନିର୍ବାଚନ ଇଲେକ୍ଟ୍ରୋନିକ୍‍ ଭୋଟିଂ ମେସିନ୍‍ ମାଧ୍ୟମରେ ମତଦାନ

0 98

ଆସନ୍ତା ପୌର ନିର୍ବାଚନ ପାଇଁ ଇଲେକ୍ଟ୍ରୋନିକ୍‍ ଭୋଟିଂ ମେସିନ୍‍ ବା ଇ.ଭି.ଏମ୍‍. ମାଧ୍ୟମରେ ମତଦାନ କରାଯିବ । ଏ ନେଇ ସମସ୍ତ ପ୍ରସ୍ତୁତିପର୍ବ ଚୂଡ଼ାନ୍ତ ହୋଇଛି । ରାଜ୍ୟ ନିର୍ବାଚନ କମିଶନର୍‍ ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି ଯେ ଇତିମଧ୍ୟରେ ସମସ୍ତ ଜିଲ୍ଲାକୁ ଇ.ଭି.ଏମ୍‍. ମେସିନ୍‍ ପଠାଯାଇ ସାରିଛି । ତାଙ୍କ ସୂଚନା ଅନୁଯାୟୀ ପୌର ସଂସ୍ଥା ନିର୍ବାଚନ ନିମନ୍ତେ ପ୍ରତ୍ୟେକ ବୁଥ୍‍ରେ ଦୁଇଟି ଇ.ଭି.ଏମ୍‍. ରହିବ । ମୁନିସିପାଲିଟି ଓ ବିଜ୍ଞପିତ ଅଞ୍ଚଳ ପରିଷଦ ପାଇଁ କାଉନ୍‍ସିଲର ନିର୍ବାଚନ ନିମନ୍ତେ ଗୋଟିଏ
ଇ.ଭି.ଏମ୍‍. ଓ ଅଧ୍ୟକ୍ଷ ନିର୍ବାଚନ ପାଇଁ ଅନ୍ୟ ଗୋଟିଏ ଇ.ଭି.ଏମ୍‍. ରହିବ । ସେହିଭଳି ମହାନଗର ନିଗମର କର୍ପୋରେଟର ନିର୍ବାଚନ ପାଇଁ ଗୋଟିଏ ଓ ମେୟର ନିର୍ବାଚନ ପାଇଁ ଅନ୍ୟ ଗୋଟିଏ ଇ.ଭି.ଏମ୍‍. ରହିବ ।


ସେହିଭଳି ଦୁଇ ପ୍ରକାରର ବାଲଟ ପେପର ଇ.ଭି.ଏମ୍‍.ରେ ବ୍ୟବହୃତ ହେବ । କର୍ପୋରେଟର ବା କାଉନ୍‍ସିଲର ନିର୍ବାଚନରେ ପିଙ୍କ୍‍ ରଙ୍ଗର ବାଲଟ ପେପର ଓ ମେୟର ବା ଅଧ୍ୟକ୍ଷ ପଦପାଇଁ ହଳଦିଆ ରଙ୍ଗର ବାଲଟ ପେପର ବ୍ୟବହାର କରାଯିବ ବୋଲି ମୁଖ୍ୟ ନିର୍ବାଚନ କମିଶନର୍‍ ସୂଚନା ଦେଇଛନ୍ତି ।

Leave A Reply