Browsing Category

ଖବର

ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି

କୋଭିଡ୍‍ କଟକଣା ସହିତ ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ସମ୍ବଲପୁରର ମା ସମଲେଶ୍ୱରୀ ମନ୍ଦିର ଖୋଲିଛି । କୋଭିଡ୍‍ ନିୟମ ମାନି ଲୋକେ ମାଆଙ୍କୁ ଦର୍ଶନ କରୁଛନ୍ତି । ସହରର ଅନ୍ୟାନ୍ୟ ଧର୍ମାନୁଷ୍ଠାନ ଖୋଲିବା ପାଇଁ ପ୍ରଶାସନ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି । ସେହିପରି ଆସନ୍ତାକାଲିଠାରୁ

ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ଏବଂ ଅଧସ୍ଥନ କାର୍ଯ୍ୟାଳୟଗୁଡ଼ିକ ଏଣିକି ଶତ-ପ୍ରତିଶତ କର୍ମଚାରୀଙ୍କ ସହିତ ସମ୍ପୂର୍ଣ୍ଣ…

ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ଏବଂ ଅଧସ୍ଥନ କାର୍ଯ୍ୟାଳୟଗୁଡ଼ିକ ଏଣିକି ଶତ-ପ୍ରତିଶତ କର୍ମଚାରୀଙ୍କ ସହିତ ସମ୍ପୂର୍ଣ୍ଣ କାର୍ଯ୍ୟକରିବ । ଏ ସଂକ୍ରାନ୍ତରେ ସରକାରଙ୍କ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି । ଯେହେତୁ ଅଧିକାଂଶ କର୍ମଚାରୀଙ୍କର ସମ୍ପୂର୍ଣ୍ଣ ଟିକାକରଣ ଶେଷ

ଆଗାମୀ ୧୬ ତାରିଖରୁ ନବମ ଶ୍ରେଣୀ ଅଫ୍‍ଲାଇନ୍‍ ପାଠପଢ଼ା ଆରମ୍ଭ କରିବା ଲାଗି ପଦକ୍ଷେପ

ଆଗାମୀ ୧୬ ତାରିଖରୁ ନବମ ଶ୍ରେଣୀ ଅଫ୍‍ଲାଇନ୍‍ ପାଠପଢ଼ା ଆରମ୍ଭ କରିବା ଲାଗି ପଦକ୍ଷେପ ନିଆଯାଉଛି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଏଥିଲାଗି ସ୍ୱତନ୍ତ୍ର ରିଲିଫ କମିଶନର ମାର୍ଗଦର୍ଶିକା ଜାରି କରିଛନ୍ତି । ଏକାଦଶ ଶ୍ରେଣୀରେ ନାମଲେଖା

ଚଳିତ ବର୍ଷ ମାଟ୍ରିକ୍‍ ପରୀକ୍ଷା ଫଳରେ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଅଫ୍‍ଲାଇନ୍‍ ପରୀକ୍ଷା ଆରମ୍ଭ ହୋଇଛି

ଚଳିତ ବର୍ଷ ମାଟ୍ରିକ୍‍ ପରୀକ୍ଷା ଫଳରେ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଅଫ୍‍ଲାଇନ୍‍ ପରୀକ୍ଷା ଆରମ୍ଭ ହୋଇଛି । ଛାତ୍ରଛାତ୍ରୀମାନେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଅଫ୍‍ଲାଇନ୍‍ ମାଧ୍ୟମରେ ପରୀକ୍ଷା ଦେଇଛନ୍ତି । ମାଧ୍ୟମିକ ଶିକ୍ଷା ପରିଷଦଦ୍ୱାରା ପରିଚାଳିତ ଏହି ପରୀକ୍ଷା ପାଇଁ

କଟକ ବଡ଼ଡାକ୍ତରଖାନାରେ ଆସନ୍ତା ମାସ ୭ ତାରିଖ ସୁଦ୍ଧା ଏକ୍‍ମୋ ୟୁନିଟ୍‍କୁ କାର୍ଯ୍ୟକ୍ଷମ କରିବା ନେଇ ସମସ୍ତ ପଦକ୍ଷେପ

କଟକ ବଡ଼ଡାକ୍ତରଖାନାରେ ଆସନ୍ତା ମାସ ୭ ତାରିଖ ସୁଦ୍ଧା ଏକ୍‍ମୋ ୟୁନିଟ୍‍କୁ କାର୍ଯ୍ୟକ୍ଷମ କରିବା ନେଇ ସମସ୍ତ ପଦକ୍ଷେପ ଶେଷ କରିବାକୁ ସ୍ୱାସ୍ଥ୍ୟ ବିଭାଗ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛି । ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ

CISCE ଦ୍ୱାରା ପରିଚାଳିତ ICSE ଦଶମ ଏବଂ ICSC ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇଛି

ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇଛି । ଛାତ୍ରଛାତ୍ରୀମାନେ results.cisce.org ୱେବ୍‍ସାଇଟ୍‍ରେ ନିଜ ନିଜର ପରୀକ୍ଷା ଫଳାଫଳ ଦେଖିପାରିବେ । କରୋନା ସଂକ୍ରମଣ ପାଇଁ ଚଳିତ ବର୍ଷ ପରୀକ୍ଷା ହୋଇ ନ ଥିବା ବେଳେ ଉଭୟ ଶ୍ରେଣୀରେ ପାସ୍‍ ହାର ୯୯ ପ୍ରତିଶତରୁ ଅଧିକ ରହିଛି । ରାଜ୍ୟରେ ୧୦ମ

ରାଜ୍ୟ ସରକାର ଯୁକ୍ତ ୨ ଆସନ ସଂଖ୍ୟା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ରାଜ୍ୟରେ ଚଳିତବର୍ଷ ଅଧିକ ସଂଖ୍ୟାରେ ଛାତ୍ରଛାତ୍ରୀ ମାଟ୍ରିକ୍‍ ପାଶ୍‍ କରିଥିବାରୁ ସେମାନଙ୍କ ଯୁକ୍ତ ୨ ପାଠ ପଢ଼ିବା ପାଇଁ କୌଣସି ସମସ୍ୟା ରହିବ ନାହିଁ । ରାଜ୍ୟ ସରକାର ଯୁକ୍ତ ୨ ଆସନ ସଂଖ୍ୟା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଜୁନିଅର କଲେଜ୍‍ମାନଙ୍କରେ ଯୁକ୍ତ ୨ ଆସନ ସଂଖ୍ୟା

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶ୍ରାବଣ ମାସରେ କାଉଡ଼ିଆ ବା ବୋଲ୍‍ବମ୍‍…

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶ୍ରାବଣ ମାସରେ କାଉଡ଼ିଆ ବା ବୋଲ୍‍ବମ୍‍ ଭକ୍ତମାନଙ୍କଦ୍ୱାରା କରାଯାଉଥିବା ଜଳାଭିଷେକ କାର୍ଯ୍ୟ ଉପରେ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି । ଏନେଇ ସ୍ୱତନ୍ତ୍ର ରିଲିଫ୍‍ କମିଶନର୍‍ଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରର ଇନ୍‍ଫୋ ଭ୍ୟାଲିଠାରେ ଦୁଇଟି ଅତ୍ୟାଧୁନିକ କର୍କଟ ଚିକିତ୍ସା ପ୍ରତିଷ୍ଠାନ…

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରର ଇନ୍‍ଫୋ ଭ୍ୟାଲିଠାରେ ଦୁଇଟି ଅତ୍ୟାଧୁନିକ କର୍କଟ ଚିକିତ୍ସା ପ୍ରତିଷ୍ଠାନ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଦୁଇଟି ହସ୍ପିଟାଲ୍‍ ହେଉଛି ବାଗ୍‍ଚି ଶ୍ରୀ ଶଙ୍କର କର୍କଟ ହସ୍ପିଟାଲ୍‍ ଏବଂ ଅନୁସନ୍ଧାନ କେନ୍ଦ୍ର ଓ ବାଗ୍‍ଚି

ଜଳଜୀବନ ମିଶନ ଅଧୀନରେ କେନ୍ଦ୍ର ସରକାର ଚଳିତ ଆର୍ଥିକ ବର୍ଷ ପାଇଁ ଓଡ଼ିଶାକୁ ୩ ହଜାର ୩୨୩ କୋଟି ଟଙ୍କା ପ୍ରଦାନ

ଜଳଜୀବନ ମିଶନ ଅଧୀନରେ କେନ୍ଦ୍ର ସରକାର ଚଳିତ ଆର୍ଥିକ ବର୍ଷ ପାଇଁ ଓଡ଼ିଶାକୁ ୩ ହଜାର ୩୨୩ କୋଟି ଟଙ୍କା ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ପତ୍ର ଲେଖି କେନ୍ଦ ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ରାଜ୍ୟରେ ପାଇପ୍‍ ଯୋଗେ ଜଳଯୋଗାଣ କାର୍ଯ୍ୟକ୍ରମକୁ ଅଧିକ