ଜଳଜୀବନ ମିଶନ ଅଧୀନରେ କେନ୍ଦ୍ର ସରକାର ଚଳିତ ଆର୍ଥିକ ବର୍ଷ ପାଇଁ ଓଡ଼ିଶାକୁ ୩ ହଜାର ୩୨୩ କୋଟି ଟଙ୍କା ପ୍ରଦାନ

0 225

ଜଳଜୀବନ ମିଶନ ଅଧୀନରେ କେନ୍ଦ୍ର ସରକାର ଚଳିତ ଆର୍ଥିକ ବର୍ଷ ପାଇଁ ଓଡ଼ିଶାକୁ ୩ ହଜାର ୩୨୩ କୋଟି ଟଙ୍କା ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ପତ୍ର ଲେଖି କେନ୍ଦ ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ରାଜ୍ୟରେ ପାଇପ୍‍ ଯୋଗେ ଜଳଯୋଗାଣ କାର୍ଯ୍ୟକ୍ରମକୁ ଅଧିକ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଇଛନ୍ତି । ଆସନ୍ତା
୨୦୨୪ ମାର୍ଚ୍ଚ ମାସ ସୁଦ୍ଧା ପ୍ରତ୍ୟେକ ପରିବାରକୁ ପାଇପ୍‍ ଜଳଯୋଗାଣ ନିଶ୍ଚିତ କରିବା ଉପରେ ଶ୍ରୀ ଶେଖାୱତ୍‍ ଗୁରୁତ୍ୱାରୋପ କରିଛନ୍ତି । ଶ୍ରୀ ଶେଖାୱତ କହିଛନ୍ତି, ଓଡ଼ିଶାରେ ଧାର୍ଯ୍ୟ ଲକ୍ଷ୍ୟକୁ ପୂରଣ କରିବା ପାଇଁ କେନ୍ଦ୍ର ସରକାର ଗତ ଆର୍ଥିକବର୍ଷ ତୁଳନାରେ ଚଳିତବର୍ଷ ସହାୟତା ରାଶି ୪ ଗୁଣ ବୃଦ୍ଧି କରିଛନ୍ତି । ଏହି ସହାୟତା ଯୋଗୁ ଗ୍ରାମାଞ୍ଚଳରେ ଅର୍ଥନୈତିକ କାର୍ଯ୍ୟକଳାପ ବୃଦ୍ଧି ହେବା ସହ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

Leave A Reply