ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ଏବଂ ଅଧସ୍ଥନ କାର୍ଯ୍ୟାଳୟଗୁଡ଼ିକ ଏଣିକି ଶତ-ପ୍ରତିଶତ କର୍ମଚାରୀଙ୍କ ସହିତ ସମ୍ପୂର୍ଣ୍ଣ କାର୍ଯ୍ୟକରିବ । ଏ ସଂକ୍ରାନ୍ତରେ ସରକାରଙ୍କ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି ।
ଯେହେତୁ ଅଧିକାଂଶ କର୍ମଚାରୀଙ୍କର ସମ୍ପୂର୍ଣ୍ଣ ଟିକାକରଣ ଶେଷ ହୋଇଛି ସେମାନଙ୍କୁ ନିୟମିତ ଭାବରେ କାର୍ଯ୍ୟାଳୟରେ ଯୋଗଦେବାକୁ ବାଧ୍ୟତାମୂଳକ କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି । ତେବେ ଡାକ୍ତରୀ କିମ୍ବା ଅନ୍ୟ ବାଧ୍ୟତାମୂଳକ କାମ ପାଇଁ ଟିକାକରଣ କରିବାରେ ଅସମର୍ଥ ହୋଇଥିବା କର୍ମଚାରୀଙ୍କ କ୍ଷେତ୍ରରେ ପରିସ୍ଥିତିର ବିଚାର କରାଯାଇ ନିଷ୍ପତ୍ତି ନିଆଯିବ ।
ଏହାସହିତ ସମସ୍ତ ରାଜ୍ୟ ସରକାରୀ କାର୍ଯ୍ୟାଳୟଗୁଡ଼ିକ ଦ୍ୱିତୀୟ ଓ ଚତୁର୍ଥ ଶନିବାରଦିନ ବନ୍ଦ ରହିବ । ତେବେ କରୋନା ମାର୍ଗଦର୍ଶିକା ଅନୁଯାୟୀ କାର୍ଯ୍ୟାଳୟଗୁଡ଼ିକରେ ସମସ୍ତ ସତର୍କତାମୂଳକ ପଦକ୍ଷେପ କଠୋର ଭାବେ ପାଳନ କରାଯିବ ।