ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇଛି । ଛାତ୍ରଛାତ୍ରୀମାନେ results.cisce.org ୱେବ୍ସାଇଟ୍ରେ ନିଜ ନିଜର ପରୀକ୍ଷା ଫଳାଫଳ ଦେଖିପାରିବେ । କରୋନା ସଂକ୍ରମଣ ପାଇଁ ଚଳିତ ବର୍ଷ ପରୀକ୍ଷା ହୋଇ ନ ଥିବା ବେଳେ ଉଭୟ ଶ୍ରେଣୀରେ ପାସ୍ ହାର ୯୯ ପ୍ରତିଶତରୁ ଅଧିକ ରହିଛି । ରାଜ୍ୟରେ ୧୦ମ ଶ୍ରେଣୀର ପାସ୍ ହାର ୯୯
ଦଶମିକ ୯/୮ ପ୍ରତିଶତ ରହିଥିବା ବେଳେ ଦ୍ୱାଦଶ ଶ୍ରେଣୀର ୯୯ ଦଶମିକ ୮/୩ ପ୍ରତିଶତ ପାସ୍ ହାର ରହିଛି ବୋଲି CISCE ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନାଯୋଗ୍ୟ, ମହାମାରୀ କରୋନା ସଂକ୍ରମଣ ପାଇଁ ଚଳିତ ବର୍ଷ ବୋର୍ଡ ପରୀକ୍ଷା ହୋଇ ନଥିବା ବେଳେ, ଇଣ୍ଟରନାଲ ପରୀକ୍ଷା ନମ୍ବର ଆଧାରରେ ପିଲାମାନଙ୍କୁ ମାର୍କ ଦିଆଯାଇଛି । ତେବେ ଗତ ଏପ୍ରିଲ ୧୬ରେ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିଲା ।
ତେବେ ଏହି ଦୁଇ ଶ୍ରେଣୀର ପରୀକ୍ଷା କେବେ ହେବ ତାର ନିଷ୍ପତ୍ତି ଜୁନ୍ ମାସ ପ୍ରଥମ ସପ୍ତାହରେ ନିଆଯିବ ବୋଲି କୁହାଯାଇଥିଲାବେଳେ ପରବର୍ତ୍ତୀ ସମୟରେ ଏପ୍ରିଲ ୨୦ ତାରିଖରେ ଓଉଝଋ ଦଶମ ବୋର୍ଡ ପରୀକ୍ଷା ବାତିଲ୍ କରିଥିଲା । ସେହିପରି କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଉଓଝଉଋ ତାର ନିଷ୍ପତ୍ତିକୁ ମଧ୍ୟ ବଦଳାଇଥିଲା । ଦଶମ ପରୀକ୍ଷା ବାତିଲ କରାଯାଇଥିଲେ ମଧ୍ୟ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ସ୍ଥଗିତ ନିଷ୍ପତ୍ତି କାଏମ୍ ରହିଥିଲାବେଳେ ପରବର୍ତ୍ତୀ ସମୟରେ ଏହାକୁ ବାତିଲ କରାଯାଇଥିଲା ।