ରାଜ୍ୟ ସରକାର ଯୁକ୍ତ ୨ ଆସନ ସଂଖ୍ୟା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି ।

0 78

ରାଜ୍ୟରେ ଚଳିତବର୍ଷ ଅଧିକ ସଂଖ୍ୟାରେ ଛାତ୍ରଛାତ୍ରୀ ମାଟ୍ରିକ୍‍ ପାଶ୍‍ କରିଥିବାରୁ ସେମାନଙ୍କ ଯୁକ୍ତ ୨ ପାଠ ପଢ଼ିବା ପାଇଁ କୌଣସି ସମସ୍ୟା ରହିବ ନାହିଁ । ରାଜ୍ୟ ସରକାର ଯୁକ୍ତ ୨ ଆସନ ସଂଖ୍ୟା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଜୁନିଅର କଲେଜ୍‍ମାନଙ୍କରେ ଯୁକ୍ତ ୨ ଆସନ ସଂଖ୍ୟା ବୃଦ୍ଧି କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ସରକାର ଅନୁମତି ଦେଇଛନ୍ତି ।


ଯେଉଁ ଜୁନିୟର କଲେଜମାନେ ଆସନ ସଂଖ୍ୟା ବୃଦ୍ଧି କରିବାକୁ ଚାହୁଛନ୍ତି, ସେମାନେ ଏ ନେଇ ଆବେଦନ କରି ପାରିବେ । ଆସନ୍ତା ୭ ଦିନ ମଧ୍ୟରେ ଆସନ ବୃଦ୍ଧି କରିବା ପାଇଁ ଆବେଦନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।


ସୂଚନାଯୋଗ୍ୟ, ଚଳିତବର୍ଷ ରାଜ୍ୟରେ ୫ ଲକ୍ଷ ୬୨ ହଜାର ୧୦ ଜଣ ପିଲା ମାଟ୍ରିକ୍‍ ପାଶ୍‍ କରିଛନ୍ତି । କିନ୍ତୁ ରାଜ୍ୟରେ ଯୁକ୍ତ ୨ ଆସନ ସଂଖ୍ୟା ୪ ଲକ୍ଷ ୪୩ ହଜାର ୩୫୪ ରହିଛି ।

Leave A Reply