କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶ୍ରାବଣ ମାସରେ କାଉଡ଼ିଆ ବା ବୋଲ୍ବମ୍ ଭକ୍ତମାନଙ୍କଦ୍ୱାରା କରାଯାଉଥିବା ଜଳାଭିଷେକ କାର୍ଯ୍ୟ ଉପରେ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି ।
ଏନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର୍ଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ତଥା ପରିସ୍ଥିତିକୁ ଆକଳନ କରି ରାଜ୍ୟ ସରକାର ବିଭିନ୍ନ ଜଳ ଉତ୍ସରୁ ଜଳ ସଂଗ୍ରହ କରିବା, ଶୈବାଳୟରେ ଅଭିଷେକ କରିବା ତଥା ପୂଜାର୍ଚ୍ଚନା କରିବାପାଇଁ ବାରଣ କରାଯାଇଛି ।
ଏଥିସହିତ କାଉଡ଼ିଆ ବା ବୋଲ୍ବମ୍ ଯାତ୍ରୀମାନେ ପାଣି ଭାର ନେଇ କୌଣସି ଧାର୍ମିକ ସ୍ଥଳ ବା ଶିବ ମନ୍ଦିରକୁ ଚାଳି ଚାଲି ରାସ୍ତାରେ ଯିବାକୁ ବାରଣ କରାଯାଇଚି । ଏହି ସମସ୍ତ ଧାର୍ମିକ ଗତିବିଧି ଓ ଏକଜୁଟ୍ ହେବା ଉପରେ କଟକଣା ଜାରି କରାଯାଇଛି ।